ପ୍ରେମୀ ଯୁଗଳଙ୍କୁ ଜଙ୍ଗଲ ଭିତରେ ଦୁର୍ବ୍ୟବହାର ଓ ଅସଦାଚରଣ କରି ଭିଡିଓ ଭାଇରାଲ କରିଥିବା ଯୁବକଙ୍କ ମୁହଁକୁ ଦେଖନ୍ତୁ ...

Published By : Prameya-News7 Bureau | October 24, 2019 IST

ବଲାଙ୍ଗୀର୨୪|୧୦:  ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରା ମୁଣ୍ଡା ଜଙ୍ଗଳ ଭିତରେ ଦୁଇ ଜଣ ପ୍ରେମୀ ଯୁଗଳଙ୍କ ଭିଡିଓକୁ କିଛି ସ୍ଥାନୀୟ ଯୁବକ ଭାଇରାଲ କରିଛନ୍ତି । ପ୍ରେମୀଯୁଗଳଙ୍କ ମଧ୍ୟରୁ ଯୁବତୀ କଲେଜ ଡ୍ରେସ ପିନ୍ଧିଥିବା ବେଳେ ଯୁବକ ସାଧା ପୋଷାକରେ ରହିଛନ୍ତି।

{"id":174358,"width":591,"height":1075}

ସେମାନେ ଏକ ବାଇକଯୋଗେ ଜଙ୍ଗଲ ଭିତରକୁ ଆସିଥିଲେ । ତେବେ କିଛି ସ୍ଥାନୀୟ ଯୁବକ ଦୁହିଁଙ୍କୁ  ଦୁର୍ବ୍ୟବହାର କରୁଥିବା ଭିଡିଓରୁ ଜଣାପଡୁଛି ।  ପ୍ରେମୀ ଯୁଗଳ ଟିଟିଲାଗଡ ଅଞ୍ଚଳର ବୋଲି ଭିଡିଓରେ ସୂଚନା ଦେଇଛନ୍ତି ।

{"id":174359,"width":585,"height":1064}

ଭିଡିଓଟିରେ ଝିଅଟି ଅଚେତ ହୋଇ ପଡିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଯୁବତୀଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି । ତେବେ ଏନେଇ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ପୋଲିସ ନିଜଆଡୁ ଏହାର ତଦନ୍ତ କରିବା ଲାଗି ବିଭିନ୍ନ ମହଲରୁ ଦାବୀ ହୋଇଛି ।

{"id":174363,"width":591,"height":1075}

ପ୍ରେମୀ ଯୁଗଳଙ୍କ ସମ୍ମାନ ଦୃଷ୍ଟିରୁ ଭିଡିଓରୁ ନିଆଯାଇଥିବା ଫଟୋକୁ ଆମେ ବ୍ଲର କରିଛୁ । କିନ୍ତୁ ସେମାନଙ୍କୁ ହଇରାଣ କରିଥିବା ଯୁବକଙ୍କ ମୁହଁ ଦେଖାଇବାକୁ ଚେଷ୍ଟା କରିଛୁ । ରାଜ୍ୟରେ ଏଭଳି ଭାଇରାଲ ଭିଡିଓ ଘଟଣା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ।

{"id":174364,"width":591,"height":1075}

ଏହାକୁ ଦୃଷ୍ଟିରେ ରଖି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.