Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ବିବାଦ ପରେ ଇସ୍ତଫା ଦେଲେ ଫେସ୍‌ବୁକ୍‌ ଇଣ୍ଡିଆର ପବ୍ଲିକ୍‌ ପଲିସି ମୁଖ୍ୟ ଆଂକ୍ଷୀ ଦାସ

27/10/2020 at 9:03 PM

ନୂଆଦିଲ୍ଲୀ ୨୭/୧୦: ଫେସ୍‌ବୁକ୍‌ରେ ବିବାଦୀୟ ମନ୍ତବ୍ୟ ଉପରେ ରୋକ ଲଗାଇବା ଉପରେ ପକ୍ଷପାତିତା କରୁଥିବା ନେଇ ଅଭିଯୋଗ ଥିବା ଆଂକ୍ଷୀ ଦାସ ଇସ୍ତଫା ଦେଇଛନ୍ତି । ଫେସ୍‌ବୁକ ଇଣ୍ଡିଆର ପବ୍ଲିକ୍‌ ପଲିସି ମୁଖ୍ୟ ଆଂକ୍ଷୀ ଦାସ କମ୍ପାନୀ ଛାଡ଼ିଦେଇଛନ୍ତି। ସାମାଜିକ କାର୍ଯ୍ୟ କରିବାକୁ କମ୍ପାନୀ ଛାଡ଼ିଥିବା ଫେସ୍‌ବୁକ୍‌ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି।

ତେବେ ଆଂକ୍ଷୀ ଦାସ  କମ୍ପାନୀ ଛାଡ଼ିବା ପରେ ଫେସ୍‌ବୁକ୍‌ ଇଣ୍ଡିଆ ମ୍ୟାନେଜିଂ ଡିରେକ୍ଟର ଅଜିତ ମୋହନ ଇମେଲ୍‌ ମାଧ୍ୟମରେ ଜାରି କରିଥିବା ବିଜ୍ଞପ୍ତିରେ ଲେଖିଛନ୍ତି‘ସାମାଜିକ ସେବା​‌ରେ ନିଜକୁ ନିୟୋଜିତ କରିବା ପାଇଁ ଆଂକ୍ଷୀ ଫେସବୁକ୍‌ ଛାଡ଼ିଛନ୍ତି। ଭାରତରେ ଫେସବୁକ୍‌ କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା ଆଂକ୍ଷୀ ଦାସ  ଜଣେ ପୂରୁଣା କର୍ମଚାରୀ ଥିଲେ। ୯ ବର୍ଷ ହେଲା ସେ କମ୍ପାନୀର ବିକାଶ କ୍ଷେତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ।’

ଯେତେବେଳେ ୨୦୧୧ରେ ଫେସ୍‌ବୁକ୍‌ରେ ଯୋଗ ଦେଲି ସେତେବେଳ ଦେଶରେ ଇଣ୍ଟରନେଟ୍‌ର ବୃଦ୍ଧି ହାର ବହୁତ କମ ଥିଲା। ସାମିଜିକ ଓ ଆର୍ଥିକ ବିଷମତାକୁ କିଭଳି ସମ୍ବୋଧିତ କରାଯିବ ସେନେଇ ଚିନ୍ତା କରି ବିଚଳିତ ହେଉଥିଲେ ବୋଲି ଇସ୍ତଫା ପରେ କହିଛନ୍ତି ଆଂକ୍ଷୀ ଦାସ । ଏହାସହ ସେ ଫେସ୍‌ବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ଧନ୍ୟବାଦ ଦେଇଛନ୍ତି।

ତେ​‌ବେ ବିଭିନ୍ନ ରାଜନୈତିକ ଦଳ ଦ୍ବାରା ଫେସବୁକରେ ପୋଷ୍ଟ ହେଉଥିବା ହେଟ୍‌ ସ୍ପିଚ୍‌ ଉପରେ ପ୍ରତିବନ୍ଧ ଲଗାଇବାକୁ ନେଇ ପକ୍ଷପାତିତା କରୁଥିବା ଅଭିଯୋଗ ହୋଇଥିଲା ଆଂକ୍ଷୀଙ୍କ ନାଁରେ । ବିଶେଷ କରି ଆଂକ୍ଷୀ ଦାସ ବିଜେପିକୁ ସମର୍ଥନ କରୁଥିବା ଅନ୍ୟ ଦଳମାନେ ଅଭିଯୋଗ କରିଥିଲେ। ଏପରିକି ଖୋଦ ଆଂକ୍ଷୀ ଦାସ ବିଜେପିକୁ ସମର୍ଥନ କରି ଭିଭିନ୍ନ ମେସେଜ୍‌ କମ୍ପାନୀର ଅଧିକାରୀଙ୍କ ଗ୍ରୁପ୍‌ରେ ପୋଷ୍ଟ କରୁଥିବା ବି ତାଙ୍କ ନାଁରେ ଅଭିଯୋଗ ଥିଲା। ତେବେ ଆଂକ୍ଷୀ ଦାସଙ୍କ ଉପରେ ପ୍ରଥମ ଅଭିଯୋଗ ଆସିବାର ଦେଢ଼ ମାସ ପରେ ସେ ଇସ୍ତଫା ଦେଇଛନ୍ତି।

   Related Posts