୯ଘଣ୍ଟା ବନ୍ଦ ରହିଲା ଫେସବୁକ୍,ହ୍ବାଟସଆପ୍ ଏବଂ ଇନଷ୍ଟାଗ୍ରାମ୍ : ଅସୁବିଧାର ସମ୍ମୁଖୀନ ହେଲେ ୪ନିୟୁତ ଗ୍ରାହକ
4/07/2019 at 11:03 AM

ନୂଆଦିଲ୍ଲୀ ୪/୭: ଭାରତ,ଆମେରିକା ସମେତ ବିଭିନ୍ନ ଦେଶରେ ପାଖାପାଖି ସାଢ଼େ ୯ଘଣ୍ଟା ଡାଉନ୍ ରହିଥିବା ଫେସବୁକ୍,ହ୍ବାଟସଆପ୍ ଏବଂ ଇନଷ୍ଟାଗ୍ରାମକୁ ଠିକ୍ କରି ଦିଆଯାଇଛି। ଫେସବୁକ୍ ଗୁରୁବାର ସକାଳେ ୫:୩୬ରେ ଟ୍ବିଟ୍ କରିଥିଲା- କିଛି ଲୋକଙ୍କୁ ଆମ ପ୍ଲାଟଫର୍ମ ଏବଂ ଆପରେ ଫଟୋ ପଠାଇବା ଏବଂ ଭିଡିଓ ଅପଲୋଡ କରିବାରେ ସମସ୍ୟା ହେଉଅଛି। ଏହି ସମସ୍ୟାକୁ ଠିକ୍ କରିଦିଆଯାଇଛି। ଏହି ଅସୁବିଧା ପାଇଁ ଆମେ ଦୁଃଖିତ। ବୁଧବାର ରାତି ୮ଟାରେ ୩ଟି ପ୍ଲାଟଫର୍ମରେ ବ୍ୟାଘାତ ହୋଇଥିଲା।
ଫେସବୁକ୍,ହ୍ବାଟସଆପ୍ ଏବଂ ଇନଷ୍ଟାଗ୍ରାମ୍ ଡାଉନ ହେବାଦ୍ବାରା ଦେଶ ସାରା ପାଖାପାଖି ୪.୦୪ନିୟୁତ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଟ୍ବିଟର କାମ କରିଥିଲା,ସେଥିପାଇଁ ଅଧିକାଂଶ ଗ୍ରାହକ ଟ୍ବିଟରରେ ଫଟୋ ଏବଂ ଭିଡିଓ ଡାଉନଲୋଡ ହେଉନାହିଁ ବୋଲି ଅଭିଯୋଗ କରିଥିଲେ।
Related Posts
ପଶ୍ଚିମବଙ୍ଗ ନିର୍ବାଚନ, ଭୋଟ ପୂର୍ବରୁ ପରଲୋକରେ ବିଧାୟକ ପ୍ରାର୍ଥୀ
16 April 2021