Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଫେସବୁକ୍-ହ୍ୱାଟସ୍ଆପ୍,ଇନଷ୍ଟାଗ୍ରାମ ଡାଉନ୍ ହେତୁ କ୍ଷତି ସହିଲେ ଜୁକରବର୍ଗ, ଗୋଟିଏ ଦିନରେ ୪୫ କୋଟିରୁ ଅଧିକ ହରାଇଲେ

5/10/2021 at 10:42 AM

ନୂଆଦିଲ୍ଲୀ ୦୫/୧୦: ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ ଆପ୍‌ ସେବା ବ୍ୟାହତ ହୋଇଥିବାରୁ ସାରା ବିଶ୍ୱରେ ଅସନ୍ତୋଷ ଦେଖାଦେଇଥିଲା । ଏହାଦ୍ୱାରା ଫେସବୁକ୍ ସେୟାରରେ ଏକ ବଡ଼ କ୍ଷତି ଘଟିଥିବା ମଧ୍ୟ ଜଣାପଡ଼ିଛି । ଏହି ସମସ୍ୟା ହେତୁ ଫେସବୁକର ସେୟାର ୪.୯ ପ୍ରତିଶତ ହ୍ରାସ ପାଇଛି ।

କମ୍ପାନୀର ସିଇଓ ମାର୍କ ଜୁକରବର୍ଗଙ୍କ ନେଟ୍‌ ମୂଲ୍ୟ କିଛି ଘଣ୍ଟା ମଧ୍ୟରେ ୪୫ କୋଟିରୁ ଅଧିକ କ୍ଷତି ହୋଇଛି । ୧୦୦ କୋଟିରୁ ଅଧିକ ଲୋକ ଫେସବୁକର ବ୍ୟବହାର କରୁଛନ୍ତି । ହ୍ୱାଟସଆପ ଓ ଇନଷ୍ଟାଗ୍ରାମର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ । ସେ ବିଶ୍ୱର ଧନୀ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛନ୍ତି । ସେବା ବ୍ୟାହତ ହେତୁ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ‌ହୋଇଥିବା ସମସ୍ୟା ପାଇଁ ଜୁକରବର୍ଗ କ୍ଷମା ମାଗିଛନ୍ତି ।

ଏଥିସହ ତ୍ରୁଟିର କାରଣ ଖୋଜିବାକୁ ଫେସବୁକ ଯାଞ୍ଚ ମଧ୍ୟ ଆରମ୍ଭ କରିଛି । ସେବା ପୁନଃ ସ୍ଥାପିତ ହେବା ପରେ ଫେସବୁକ୍ ଟ୍ୱିଟରରେ କହିଛି, ‘ଆମ ଉପରେ ନିର୍ଭର କରୁଥିବା ବିଶ୍ୱର ଲୋକ ଏବଂ ବ୍ୟବସାୟ ପାଇଁ ଆମେ ଦୁଃଖିତ । ଆମର ଆପ୍ ଏବଂ ସେବାଗୁଡିକୁ ସଂପୂର୍ଣ୍ଣ ରୂପେ ପୁନଃ ସ୍ଥାପନ କରିବାକୁ ଆମେ କଠିନ ପରିଶ୍ରମ କରୁଛୁ | ସେମାନେ ପୁନର୍ବାର ଅନଲାଇନ୍ ହୋଇଥିବାର ରିପୋର୍ଟ କରି ଆମେ ଖୁସି । ଆମ ସହିତ ରହିଥିବାରୁ ଧନ୍ୟବାଦ ।

   Related Posts