କାମ କଲା ଫେସବୁକ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ : ୬ ଘଣ୍ଟା ଥିଲା ସର୍ଭର ଡାଉନ

Published By : Prameya-News7 Bureau | October 05, 2021 IST

ନୂଆଦିଲ୍ଲୀ, ୦୫|୧୦: ଫେସବୁକ୍ , ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଓ ଟ୍ବିଟର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଆରମ୍ଭ ହୋଇଯାଇଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟେକନିକାଲ ସମସ୍ୟାଜନିତ କାରଣରୁ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ଆଂଶିକ ରୂପେ କାମ କରିଥିଲା । ଭାରତରେ ଗତ ରାତି ପ୍ରାୟ ୮ଟା ୪୫ ପରଠାରୁ ଫେସବୁକ୍ , ଇନଷ୍ଟାଗ୍ରାମ, ହ୍ୱାଟସଆପ୍ ସେବା ଅସ୍ଥାୟୀ ଭାବେ ବନ୍ଦ ରହିଥିଲା । ଫଳରେ ଗ୍ରାହକଙ୍କ ଚିନ୍ତା ବଢ଼ିଯାଇଥିଲା । କେହି କେହି ମୋବାଇଲ ନେଟୱାର୍କ ସମସ୍ୟା ଭାବୁଥିବା ବେଳେ ଆଉ କିଛି ମୋବାଇଲର ଯାନ୍ତ୍ରିକ ତ୍ରୁଟି ବୋଲି ସନ୍ଦେହ କରୁଥିଲେ ।

ଫେସବୁକର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ କହିଛନ୍ତି, ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଓ ମ୍ୟାସେଞ୍ଜର ପୁଣି ଥରେ ଅନ୍ ଲାଇନ୍ ହୋଇଯାଇଛି । ପ୍ରାୟ ୬ ଘଣ୍ଟା ବନ୍ଦ ରହିବା ପରେ ହ୍ୱାଟ୍ ସଆପ ସେବା ପୁଣି ଥରେ ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.