Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଲାଇଭ ଭିଡିଓ ଷ୍ଟ୍ରିମିଙ୍ଗ ନିୟମ କଡ଼ା କରିବ ଫେସବୁକ୍ : ନ୍ୟୁଜିଲାଣ୍ଡ ଆକ୍ରମଣ ପରେ ନେଲା ନିଷ୍ପତ୍ତି

30/03/2019 at 4:06 PM

ନୂଆଦିଲ୍ଲୀ ୩୦/୩: ଫେସବୁକ୍ କହିଛି ଯେ ନ୍ୟୁଜିଲାଣ୍ଡର ମସଜିଦରେ ହୋଇଥିବା ଆକ୍ରମଣର ଘଟଣାକୁ ଆତଙ୍କବାଦି ଲାଇଭ ଷ୍ଟ୍ରିମିଂ କରିଥିଲା । ଏହାକୁ ଏକ ଶିକ୍ଷା ଭାବେ ଗ୍ରହଣ କରି ଲାଇଭ ଷ୍ଟ୍ରିମିଙ୍ଗ ସେବା ନିୟମକୁ ଅଧିକ କଡ଼ା କରିବ ଫେସବୁକ । ଜଣେ ଶ୍ବେତବାଦୀ ଆକ୍ରମଣକାରୀ ଖ୍ରୀଷ୍ଟଚର୍ଚ୍ଚରେ ଦୁଇଟି ଚର୍ଚ୍ଚ ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୫୦ଜଣଙ୍କ ମୃତ୍ୟୁ ହୋଇଥିଲା।

ଫେସବୁକର ଚିଫ ଅପରେଟିଙ୍ଗ୍ ଅଧିକାରୀ ଏକ ଅନଲାଇନ୍ ପୋଷ୍ଟରେ କହିଛନ୍ତି ଯେ କେତେକ ଲୋକ ପ୍ରଶ୍ନ ଉଠାଇଛନ୍ତି ଫେସବୁକ୍ ଭଳି ଅନଲାଇନ୍ ପ୍ଲାଟଫର୍ମର ବ୍ୟବହାର ଆକ୍ରମଣର ଭୟାନକ ଭିଡିଓ ପ୍ରସାର କରିବାବେଳେ କାହିଁକି କରାଯାଇଥିଲା।

ସେ କହିଛନ୍ତି ‘ଆତଙ୍କବାଦୀ ଆକ୍ରମଣକୁ ଆଖି ଆଗରେ ରଖି ଫେସବୁକ ୩ଟି ପଦକ୍ଷେପ ନେଉଛି । ଏହି ତିନୋଟି ପଦକ୍ଷେପ ହେଲା –ଫେସବୁକ୍ ଲାଇଭ ନିୟମର ବ୍ୟବହାରକୁ କଡ଼ା କରିବା , ପ୍ଲାଟଫର୍ମରେ କୌଣସି ଘୃଣ୍ୟ ଓ ବିଭିତ୍ସ ଫଟୋ ଓ ଭିଡିଓ ପ୍ରସାରଣ  ରୋକିବା ପାଇଁ ପଦକ୍ଷେପ ଏବଂ ଆତଙ୍କବାଦ ବିରୋଧରେ ନ୍ୟୁଜିଲାଣ୍ଡ ବାସିନ୍ଦାଙ୍କ ଭାବନାକୁ ଫେସବୁକର ସମର୍ଥନ।

 ଫେସବୁକର ସିଓଓଙ୍କ କହିବାନୁସାରେ ଫେସବୁକ୍ ନିଜର ଲାଇଭ ଷ୍ଟ୍ରିମିଙ୍ଗର ମାନଦଣ୍ଡକୁ ପୂର୍ବରୁ ଉଲ୍ଲଘଂନ କରିଥିବା ଲୋକଙ୍କ ବ୍ୟବହାରକୁ ରୋକିବା ନିମନ୍ତେ ବିଚାର କରୁଛି। ସେଥିପାଇଁ ସୋଶିଆଲ ନେଟଓ୍ବାର୍କ ଏପରି ସଫ୍ଟଓ୍ବେୟାରରେ ପୁଞ୍ଜି ବିନିଯୋଗ କରୁଛି ଯାହା ହିଂସାତ୍ମକ ଭିଡିଓ କିମ୍ବା ଫଟୋକୁ ସଂଶୋଧନ କରିବା ଏବଂ ଚିହ୍ନଟ କରିବା କ୍ଷେତ୍ରରେ ସହାୟକ ହେବ । ରି-ପୋଷ୍ଟ  ରୋକିବାରେ ମଧ୍ୟ ସକ୍ଷମ ହେବ ।

ଚଳିତ ମାସରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ଆକ୍ରମଣ ହୋଇଥିଲା ଯେଉଁଥିରେ ୪୯ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ୬ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ସମୟରେ ବାଙ୍ଗଲାଦେଶ କ୍ରିକେଟ ଟିମର ଖେଳାଳି ମଧ୍ୟ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ​‌ସେ​‌ ସେଠାରୁ ସୁରକ୍ଷିତଭାବେ ଖସି ଯିବାକୁ ସମର୍ଥ ହୋଇଥିଲେ।    

   Related Posts