ଡାଟା ଚୋରି ମାମଲାରେ ଫଶିଲା ଫେସବୁକ: ଏଥି ପାଇଁ ଦବାକୁ ପଡ଼ିବ ୩୯ ହଜାର କୋଟି ଟଙ୍କା ଜରିମନା

Published By : Prameya-News7 Bureau | July 25, 2019 IST

ଓ୍ବାସିଙ୍ଗଟନ୍୨୫|୭: ୟୁଜର୍ସ ପ୍ରାଇଭେସି ନିୟମ ଉଲଂଘନ ମାମଲାରେ ସୋସିଆଲ ମିଡିଆର ବଡ଼ ସାଇଟ୍‌ ଫେସବୁକ ୫ ବିଲିୟନସ୍ ଡଲାର (୩୯ ହଜାର କୋଟି ଟଙ୍କା) ଜୋରିମନା ଦେବାକୁ ଯାଉଛି। ବିଟ୍ରିଶ ଫର୍ମ କ୍ୟାମ୍ବ୍ରିଜ ଆନାଲେଟିକା ଦ୍ବାରା ଡାଟା ଚୋରି ମାମଲାରେ ଆମେରିକାର ଫେଡେରାଲ ଟ୍ରେଡ୍ କମିଶନ(ଏଫଟିସି) ଫେସବୁକକୁ ଜୋରିମନା ଆଦେଶ ଦେଇଛନ୍ତି।

ଲକ୍ଷ ଲକ୍ଷ ଭାରତୀୟ ସମେତ ୮ କୋଟିରୁ ଅଧିକ ଫେସବୁକ ୟୁଜର୍ସଙ୍କ ଡାଟା ସଂଗ୍ରହ କରିଯାଇଥିଲା। କ୍ୟାମ୍ବ୍ରିଜ ଆନାଲେଟିକା ଦ୍ବାରା ସଂଗ୍ରହ କରାଯାଇଥିବା ଡାଟାକୁ ୨୦୧୬ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବ୍ୟବହାର କରାଯାଇଥିଲା। ଡାଟା ଚୋରି ମାମଲାରେ ଆମେରିକାର ଏଫଟିଏସ ଏବେ ଫେସବୁକକୁ ଜରିମନା ଆଦେଶ ଦେଇଛନ୍ତି। ୫ଜଣ ବିଚାରକ ସମ୍ପନ୍ନ ଏହି ଫେଡେରାଲ ଟ୍ରେଡ୍ କମିଶନରେ ମାମଲାର ବିଚାର ଚାଲିଥିଲା ।

ତିନିଜଣ ବିଚାରକ ଫେସବୁକକୁ ଜୋରିମାନା ଦଣ୍ଡ ସପକ୍ଷରେ ମତ ଦେଇଥିବାବେଳେ ୨ଜଣ ବିପକ୍ଷରେ ଭୋଟ ଦେଇଥିଲେ । ଫଳରେ ଫେସବୁକକୁ ଜୋରିମନା ଦଣ୍ଡାଦେଶ ହୋଇଛି । ବ୍ୟକ୍ତଗତ ଗୋପନୀୟତା ଚୋରୀ ମାମଲାରେ କୌଣସି ସଂସ୍ଥା ଉପରେ ଫେଡେରାଲ ଟ୍ରେଡ୍ କମିଶନ ଏତେ ବଡ ଧରଣର ଜୋରିମନା କରିବା କ୍ଷେତ୍ରରେ ଏହା ପ୍ରଥମ ଘଟଣା । କ୍ୟାମ୍ବ୍ରିଜ ଏନାଲେଟିକ ଛଡ଼ା ଫେସବୁକ ୟୁଜର୍ସଙ୍କ ଗୋପନୀୟତା ସୁରକ୍ଷାକୁ ନେଇ ମଧ୍ୟ ଅନେକ ଅଭିଯୋଗ ସାମ୍ନାକୁ ଆସିଛି।

ବ୍ୟକ୍ତିଗତ ଗୋପନୀୟତା ନିୟମ ଉଲଂଘନ ପାଇଁ ପୂର୍ବୁର ମଧ୍ୟ ଫେସବୁକ ଉପରେ ଜୋରିମନା ହୋଇଥିଲା। ଗତବର୍ଷ ବ୍ରିଟିଶ ସୂଚନା କାର୍ଯ୍ୟାଳୟ ଫେସବୁକଠାରୁ ୪.୩୦ କୋଟିଟଙ୍କା ଜରିମାନ ଆଦାୟ କରିଥିଲେ। ଏହି ଜରିମନା କ୍ୟାମ୍ବ୍ରିଜ ଆନାଲେଟିକା ଡାଟା ଚୋରି ମାମଲାରେ ହିଁ ଲଗାଯାଇଥିଲା।

କିପରି କରାଯାଏ ଡାଟା ଚୋରି

ସାରା ବିଶ୍ବରେ ସ୍ମାର୍ଟଫୋନ ସଂଖ୍ୟା ବଢ଼ିବାରେ ଲାଗିଛି। ସବୁ ସ୍ମାର୍ଟଫୋନ​‌ରେ ଫେସବୁକ ୟୁଜର୍ସ ଯୋଡି ରହିଛନ୍ତି। ଫେସବୁକ ବ୍ୟବହାର କରିବା ଦ୍ବାରା ଆପଣଙ୍କ ପ୍ରାଇଭେସି ଡାଟା ସହଜରେ ଫେସବୁକରେ ପହଞ୍ଚିଥାଏ। ସ୍ମାର୍ଟଫୋନ ଲଗ୍ ଇନ କରିବା ସହିତ ସବୁ ସୂଚନା ସ୍ମାର୍ଟ ଫୋନରେ ପହଞ୍ଚିଥାଏ।

ଏଥିସହ ସ୍ମାର୍ଟଫୋନରେ ଯଦି ନୂଆ ଆପ୍ ଡାଲନ ଲୋଡ କରନ୍ତି ତେବେ ଏଥିରେ ସାଇନ୍ ଇନ କରିବା ପାଇଁ ବିକଳ୍ପ ଆସିଥାଏ। ଏହି ଆପକୁ ଆରମ୍ଭ କରିବା ପାଇଁ ଆପଣ ଜି-ମେଲ କିମ୍ବା ଫେସବୁକ ସହିତ ଲଗ୍ ଇନ କରିବାକୁ ପଡିଥାଏ। ଯାହାଫଳରେ ଆପଣଙ୍କ ସବୁ ପ୍ରାଇଭେସି ସୂଚନା ସେହି ଆପକୁ ଚାଲିଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.