ଆତ୍ମହତ୍ୟାରୁ ଯୁବକଙ୍କୁ ଅଟକାଇଦେଲା ଫେସବୁକ, ଆୟାରଲ୍ୟାଣ୍ଡରୁ ମୁମ୍ବାଇ ପୋଲିସ, ଟେକନୋଲୋଜିର ସୁପର ପାଓ୍ୱାର

Published By : Prameya-News7 Bureau | January 07, 2021 IST

ମୁମ୍ବାଇ,୦୭/୦୧:  ଫେସବୁକରୁ ସୂଚନା ପାଇବା ପରେ ମୁମ୍ବାଇ ସାଇବର ପୋଲିସ ଧୂଲେ ପୋଲିସ ସହାୟତାରେ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଆତ୍ମହତ୍ୟା କରିବା ପୂର୍ବରୁ ରକ୍ଷା କରିଛି । ଧୂଲେର ଏହି ଯୁବକଜଣଙ୍କ ଏବେ ଆଉ ଆତ୍ମହତ୍ୟା କରିବେ ନାହିଁ ଏବଂ ସୁସ୍ଥ ଜୀବନ ବିତାଇବେ ବୋଲି ପୋଲିସକୁ କହିଛନ୍ତି ।

ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଧୂଲେ ଏସପି ଚିନ୍ମୟ ପଣ୍ଡିତ ଯୁବକଙ୍କୁ ଅଫିସକ ଡାକି ତାଙ୍କର ହାଲଚାଲ ପଚାରି ବୁଝିଛନ୍ତି ।  

ଚିନ୍ମୟ ପଣ୍ଡିତ କହିଛନ୍ତି ଯେ, ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଯୁବକଙ୍କୁ ଅଫିସ ଆସିବାକୁ କୁହାଯାଇଥିଲା । ସେ ତାଙ୍କ ଆଗରେ ଭାଙ୍ଗି ପଡିଥିଲେ । ସେ କୌଣସି କାରଣରୁ ଡିପ୍ରେସନରେ ଥିଲେ ।

ଏହି ୨୩ ବର୍ଷୀୟ ଯୁବକଜଣଙ୍କ ଫେସବୁକରେ ଲାଇଭ୍ ଷ୍ଟ୍ରିମ୍ କରି ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଫେସବୁକ ଆୟାରଲାଣ୍ଡ ଟିମ୍ ଏହି ଭିଡିଓ ଦେଖି ଲାଇଭ୍ ଲୋକେସନ ବାବଦରେ ସୂଚନା ପାଇଥିଲା । ଏହାପରେ ମୁମ୍ବାଇ ସାଇବର ପୋଲିସକୁ ସୂଚନା ଦିଆଯାଇଥିଲା । ପରେ ସାଇବର୍ ଓ ଧୂଲେ ପୋଲିସ ଯୁବକଙ୍କୁ ଉଦ୍ଧାର କରିଥିଲେ ।

ସୂଚନାଯୋଗ୍ୟ, ଯୁବକଙ୍କ ମାଆ ଧୂଲେ ଥାନାରେ ହୋମଗାର୍ଡ ଭାବେ କାମ କରନ୍ତି । ତାଙ୍କ ପିତା ମାଲେଗାଓଁରେ ରୁହନ୍ତି । ଏବେ ଯୁବକଜଣଙ୍କ ଖୁସି ଅଛନ୍ତି । ଆଉ କେବେ ଆତ୍ମହତ୍ୟା ଉଦ୍ୟମ କରିବେ ନାହିଁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.