Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କମ୍ପ୍ୟୁଟରରେ Facebook ବ୍ୟବହାର କଲେ ଆଖି ଉପରେ ପଡ଼ିବ ନାହିଁ ଚାପ : ଡେସ୍କଟପ୍ ୟୁଜର୍ସଙ୍କ ପାଇଁ ଫେସବୁକର ନୂଆ ଫିଚର ଓ ଡିଜାଇନ୍

11/05/2020 at 9:24 PM

ନୂଆଦିଲ୍ଲୀ ୧୧/୫: ଦୀର୍ଘ ଦିନର ଅପେକ୍ଷା ପରେ ଫେସବୁକ୍ ଶେଷରେ ନିଜ ଡେସ୍କଟପ୍ ୟୁଜର୍ସଙ୍କ ପାଇଁ ଡାର୍କ ମୋଡ ଜାରି କରିଛି। ଏହା ବ୍ୟତୀତ କମ୍ପାନୀ ନିଜ ଡେସ୍କଟପ୍ ସାଇଟର ଡିଜାଇନରେ ଅନେକ ପରିବର୍ତ୍ତନ କରିଛି। ଖାସ୍ କଥା ହେଉଛି ଏହା ଯେ ଯଦି କୌଣସି ୟୁଜରଙ୍କୁ ନୂଆ ଇଣ୍ଟରଫେସ୍ ପସନ୍ଦ ଆସୁନାହିଁ ତେବେ ପୁରୁଣା ଇଣ୍ଟରଫେସରେ ବି ଯାଇ ପାରିବେ।

ଫେସବୁକ୍ ନିଜ ବୟାନରେ କହିଛି ଯେ ନୂଆ ଫେସବୁକର ଇଣ୍ଟରଫେସ୍ ଚଲାଇବା ଖୁବ୍ ସହଜ। ଫେସବୁକ୍ ନିଜ ୟୁଜର୍ସଙ୍କୁ ଭବିଷ୍ୟତରେ ନୂଆ ଅନୁଭବ ଦେବ। କମ୍ପାନୀ ଦାବି କରି କହିଛି ଯେ ଡାର୍କ ମୋଡରେ ଭିଡିଓ ଦେଖିବାର ମଜା ୟୁଜର୍ସଙ୍କୁ ଦୁଇଗୁଣା ମିଳିବ। ଡାର୍କ ମୋଡରେ ୟୁଜର୍ସଙ୍କୁ ବ୍ୟାକଗ୍ରାଉଣ୍ଡ ପୂରାପୂରି ବ୍ଲାକ୍ ମିଳିବ ଯାହା ଫଳରେ ଆଖିରେ ବ୍ରାଇଟନେସର ପ୍ରଭାବ ବହୁତ କମ୍ ହେବ।

ନୂଆ ଡେସ୍କଟପ୍ ଭର୍ସନକୁ ଏଭଳି ଡିଜାଇନ୍ କରାଯାଇଛି ଯେ ଯେଉଁଥିରେ ୟୁଜରଙ୍କୁ ଭିଡିଓ ଆଦି ଖୋଜିବାକୁ ଅଧିକ ସମସ୍ୟା ହେବ ନାହିଁ। ନୂଆ ଡେସ୍କଟପ୍ ଭର୍ସନ୍ ପାଖାପାଖି ମୋବାଇଲ୍ ଭର୍ସନ ଭଳି ଯେଉଁଥିରେ ଆପଣ ସହଜରେ ଇଭେଣ୍ଟ କ୍ରିଏଟ୍ କରିପାରିବେ ଏବଂ ଗ୍ରୃପ୍ ବନାଇ ପାରିବେ।

   Related Posts