ଟିକ୍‌ଟକ୍‌ ଭଳି ଏବେ ସର୍ଟ ଭିଡିଓର ମଜା ନେବେ ୟୁଜର୍, ଭାରତରେ ଲଞ୍ଚ୍‌ ହେଲା 'ଫେସ୍‌ବୁକ୍‌ ରିଲ୍‌'

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ, ୦୯/୦୩: କିଛି ବର୍ଷ ଭିତରେ ଭାରତରେ ଅତ୍ୟଧିକ ଲୋକପ୍ରିୟ ହୋଇଥିବା ଟିକ୍‌ଟକ୍‌ ଆପ୍‌କୁ ଭାରତ ସରକାର ବ୍ୟାନ୍‌ କରିଦେଇଥିଲେ । ଯାହାକୁ ନେଇ ବ୍ୟବହାରକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ହେଲେ ଏହାର ଶୂନ୍ୟସ୍ଥାନକୁ ଏବେ ପୂରଣ କରିବ ଫେସ୍‌ବୁକ୍‌ ।

ବର୍ତ୍ତମାନ ଫେସ୍‌ବୁକ୍‌ରେ ଆପଣ ଟିକ୍‌ଟକ୍‌ ଭଳି ମଜା ନେଇପାରିବେ । ବିଶ୍ୱର ସବୁଠାରୁ ବଡ଼ ସୋସାଲ୍‌ ମିଡିଆ ୱେବ୍‌ସାଇଟ୍‌ ଫେସ୍‌ବୁକ୍‌ ନିଜର ଫେସ୍‌ବୁକ୍‌ ରିଲ୍‌ ନାମକ ଏକ ଫିଚର୍‌କୁ ଅଫିସିଆଲ୍‌ ଲଞ୍ଚ କରିଛି । ଏହି ଫିଚର୍‌ର ଆରମ୍ଭ ପ୍ରଥମେ ଭାରତରୁ କରାଯାଇଥିବା ଜଣାପଡ଼ିଛି । ଏହି ଫିଚର୍‌କୁ ପୂର୍ବ ବର୍ଷରୁ ପରୀକ୍ଷଣ କରାଯାଉଥିଲା । ତେବେ ବ୍ୟବହାରକାରୀ ସେମାନଙ୍କର ଇନ୍‌ଷ୍ଟାଗ୍ରାମରୁ ସିଧା-ସଳଖ ନିଜ ଭିଡିଓକୁ ଫେସ୍‌ବୁକ୍‌ରେ ସେୟାର କରିପାରିବେ ବୋଲି ଏଥିରେ କୁହାଯାଇଛି ।

ଫେସ୍‌ବୁକ୍‌ ରିଲ୍‌ କଣ-

ଫେସ୍‌ବୁକ୍‌ ଟିକ୍‌ଟକ୍‌ ଭଳି ଭିଡିଓ ପ୍ରସ୍ତୁତ କରିବା ପାଇଁ ଏକ ଫିଚର୍‌ ଦେଉଛି । ଏହାର ନାମ ରିଲ୍ସ ରଖାଯାଇଛି । ଏଥିରେ ଇନ୍‌ଷ୍ଟାଗ୍ରାମ ରିଲ୍‌ ଭଳି ପ୍ରାୟ ସମାନ ଫିଚର୍‌ ରହିଛି । ଏହାକୁ ବ୍ୟବହାର କରି ଆପଣ କିଛି ସେକେଣ୍ଡ୍‌ର ଭିଡିଓ ପ୍ରସ୍ତୁତ କରିପାରିବେ ଏବଂ ଏହାକୁ ସେୟାର କରିପାରିବେ । ଏହି ଭିଡିଓଗୁଡ଼ିକ ନ୍ୟୁଜ୍‌ ଫିଡ୍‌ରେ ଦେଖାଯିବ । ବ୍ୟବହାରକାରୀ ମ୍ୟୁଜିକ୍‌ ଲାଇବ୍ରେରିରୁ ଗୀତ ଚୟନ କରି ଏହାର ଭିଡିଓ କରିବେ । ବିଭିନ୍ନ ପ୍ରକାରର ଇଫେକ୍ଟ ଦେଇ ଟାଇମର୍ ସେଟିଙ୍ଗ୍‌ କରିପାରିବେ । ଏଥି ସହିତ ଭିଡିଓର ସ୍ପୀଡ୍‌ ବଢ଼ାଇ ପାରିବେ ବା କମାଇ ପାରିବେ ।

ଏହି ଫିଚର୍‌ ଜିରିଆରେ ଫେସ୍‌ବୁକ୍‌ ଭାରତରେ ସର୍ଟ ଭିଡିଓ କ୍ଷେତ୍ରରେ ରାଜ୍‌ କରିବା ନେଇ ଲକ୍ଷ୍ୟ ରଖିଛି । ଟିକ୍‌ଟକ୍‌ ବ୍ୟାନ୍‌ ପରେ କମ୍ପାନୀ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌କୁ ଲଞ୍ଚ କରିଥିଲା । ତେବେ ଏହି ରିଲ୍ସ୍‌କୁ ଭାରତୀୟ ବ୍ୟବହାରକାରୀଙ୍କ ପାଖରେ ଆଦୃତ କରାଇବା ପାଇଁ କମ୍ପାନୀ ସବୁ ଚେଷ୍ଟା କରିବା ବୋଲି କତ୍ତୃପକ୍ଷ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.