Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫେସବୁକ୍ ପୋଷ୍ଟରୁ ଜଣାପଡିବ କେଉଁ ରୋଗରେ ଆକ୍ରାନ୍ତ ଅଛନ୍ତି ବ୍ୟକ୍ତି! ଡାଇବେଟିସ ନା ଡିପ୍ରେସନ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

29/08/2019 at 9:43 PM

ନୂଆଦିଲ୍ଲୀ୨୯|୮: ଫେସବୁକ୍‌ରେ ପୋଷ୍ଟ ହୋଇଥିବା ଲେଖାରୁ ଡିପ୍ରେସନ ଓ ଡ୍ରଗ୍ସ ଆଡିଟେକ୍ଟ ଲୋକଙ୍କୁ ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି। ଗବେଷକଙ୍କ କହିବା ମୁତାବକ, ୟୁଜର୍ସଙ୍କ ପ୍ରୋଫାଇଲ ଦେଖି କୁହାଯାଇପାରେ ବ୍ୟକ୍ତି ଜଣକ କେଉଁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସସମ୍ୟା କେତେ ଜଟିଳ? ସେ କେଉଁ କାରଣ ପାଇଁ ଡିପ୍ରେସନରେ ଅଛନ୍ତି? ତାଙ୍କ ବୟସ କେତେ? ପ୍ରୋଫାଇଲ ଦେଖିବା ପରେ ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କୁ ପଚାରିବାକୁ ପଡିନଥାଏ।ଏଥିସହ ସେ ପୁଅ କି ଝିଅ ମଧ୍ୟ ଅତି ସହଜରେ ଜଣାପଡ଼ିଥାଏ।

ଗବେଷକଙ୍କ କହିବା ମୁତାବକ ଏପରି ୨୧ ପ୍ରକାର ସମସ୍ୟା ଜଣାପଡିଛି। ଆମେରିକାର ପିଟ୍ସବର୍ଗ ବିଶ୍ବବିଦ୍ୟାଳୟର ଗବେଷକମାନେ ୯୦୦ ଲୋକଙ୍କୁ ଏହି ଗବେଷଣାରେ ସାମିଲ କରିଛନ୍ତି। ସେମାନଙ୍କ ଫେସବୁକ୍‌ ପ୍ରୋଫାଇଲରେ ପୋଷ୍ଟ ହୋଇଥିବା ୯,୪୯,୫୩୦ ପୋଷ୍ଟରୁ ୨ କୋଟି ଶବ୍ଦକୁ ଚୟନ କରାଯାଇଛି। ଏହି ଶବ୍ଦ ମାଧ୍ୟମରେ ଫେସ୍‌ବୁକ୍ ୟୁଜର୍ସଙ୍କ ପାଖରେ ୨୧ ପ୍ରକାର ସମସ୍ୟା ଦେଖିବାକୁ ପାଇଛନ୍ତି। ଚର୍ମ ରୋଗ, ପେଟ ରୋଗ,ମୋଟାପଣ, ଗର୍ଭବତୀ ମହିଳାଙ୍କ ସମସ୍ୟା, ନିଶା ସେବନ କରୁଥିବା ବ୍ୟକ୍ତି ଓ ଡିପ୍ରେସନଭଳି ରୋଗ ଫେସବୁକ ପୋଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି।

ଗବେଷକଙ୍କ କହିବା ମୁତାବକ , ଫେସ୍‌ବୁକ୍ ମାଧ୍ୟମରେ ୟୁଜର୍ସ ନିଜର ସମସ୍ୟା ଜନିତ କିଛି ଶବ୍ଦ ବ୍ୟବହାର କରିଥାଏ।ଡ୍ରିଙ୍କ୍, ବଟଲ ଭଳି ଶବ୍ଦରୁ ଜଣା ପଡିଥାଏ ଯେ, ୟୁଜର୍ସ ନିଶା ସେବନ କରୁଛନ୍ତି। ସେହିଭଳି ମାନିସିକ ଚାପରେ ଥିବା ୟୁଜର୍ସମାନେ, ଦୁଃଖ(ସ୍ୟାଡ୍‌), ମୃତ୍ୟୁ(ଡେଡ୍) ଓ ଆଘାତ(ହଟ) ଶବ୍ବରୁ ଜଣାପଡିଥାଏ। ଖୁସି (ହାପି), ଯାତ୍ରା(ଟ୍ରାଭେଲ)  ଓ ଭଲ( ଗୁଡ) ଭଳି ଶବ୍ବକୁ ଫେସବୁକ୍‌ ପୋଷ୍ଟରେ ବାରମ୍ବାର ବ୍ୟବହାର କରୁଥିବା ବ୍ୟକ୍ତିମାନେ ଖୁସିରେ ଥାନ୍ତି। ଡକ୍ଟର , ହସ୍ପିଟାଲ ଓ ମେଡିସିନ ଭଳି ଶବ୍ଦକୁ ବ୍ୟବହାର କରୁଥିବା ଲୋକ ପେଟ ରୋଗ କିମ୍ବା କୌଣସି ରୋଗରେ ଆକ୍ରାନ୍ତ ଥିବା କଥା ଆମେରିକାର ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି।

ଆମେରିକାର ଗବେଷକଙ୍କ ଦ୍ବାରା କୁହାଯାଇଥିବା କଥା ମୁତାବକ, ଯେଉଁ ରୋଗରେ ସେମାନେ ଆକ୍ରାନ୍ତ ହୋଇଥାନ୍ତି ୟୁଜର୍ସମାନେ ସେହି ସଂପର୍କିତ ଶବ୍ଦକୁ ଅଧିକ ବ୍ୟବହାର କରିଥାନ୍ତି। ଏମିତି ବି ନିଶା ସେବନ କରୁଥିବା ୟୁଜର୍ସମାନେ ନିଶା ଖାଇବା ପରେ କିମ୍ବା ପୂର୍ବରୁ ଯେଉଁ ଶବ୍ଦ ବ୍ୟବହାର କରାଯାଏ ସେହି ଶବ୍ଦ ସେମାନେ ଫେସବୁକ୍ ପୋଷ୍ଟରେ ବ୍ୟବହାର କରିଥାନ୍ତି। ଯଦି କୌଣସି ୟୁଜର୍ସଙ୍କ ସଂପର୍କରେ ଜାଣିବା ପାଇଁ ଚେଷ୍ଟା କରୁଥିବା ତାଙ୍କ ଫେସବୁକ୍‌ ପୋଷ୍ଟରେ ଥିବା ଶବ୍ଦକୁ ଖୋଜି ଏକାଠି କରିବା ପରେ ଆପଣ ଗୋଟେ ସିଦ୍ଧାନ୍ତରେ ନିଶ୍ଚିତ ପହଞ୍ଚିବେ ବୋଲି ଗବେଷକମାନେ କହିଛନ୍ତି।

   Related Posts