ଫେସବୁକ ବନ୍ଦ ହୋଇଯିବା ନେଇ ଭାଇରାଲ ହେଉଛି ମେସେଜ

Published By : Prameya-News7 Bureau | March 14, 2019 IST

ଦିଲ୍ଲୀ ୧୪/୩ : ଫେସବୁକରେ ଏବେ ଏକ ମିଛ ରିପୋର୍ଟ ଘୁରି ବୁଲୁଛି | 'ନମସ୍କାର, ମୁଁ ମାର୍କ, ଫେସବୁକର ନିର୍ଦେଶକ ସମସ୍ତଙ୍କୁ ନମସ୍କାର କରୁଛି' | ସୋସିଆଲ ମିଡ଼ିଆରେ ଯଦି ଏଭଳି ଲେଖା ଦେଖନ୍ତି ତାହେଲେ ବୁଝିଯିବେ ଏହା ମିଛ | ଗତକାଲି ପାଖାପାଖି ରାତି ୯ଟାରୁ ଫେସବୁକ ସେବା ପ୍ରଭାବିତ ହୋଇଛି | ଫେସବୁକ ସହଜରେ ଖୋଲୁନାହିଁ | ମେସେଞ୍ଜରରେ ମଧ୍ୟ ସମସ୍ୟା ଦେଖା ଦେଉଛି | ଏହାକୁ ନେଇ ଫେସବୁକ ହ୍ୱାଟ୍ସ ଆପରେ ଏକ ମେସେଜ ଭାଇରାଲ ହେବାରେ ଲାଗିଛି | ମେସେଜରେ କୁହାଯାଇଛି ଯେ, ଏହି ମେସେଜକୁ ୧୮ ଲୋକଙ୍କୁ ପଠାନ୍ତୁ ନଚେତ ଆପଣଙ୍କ ଫେସବୁକ ଆକାଉଣ୍ଟ ସନ୍ଧ୍ୟା ୬ଟାରୁ ବନ୍ଦ ହୋଇଯିବ |


ଏହି ମେସେଜରେ ଲେଖା ଯାଇଛି ଯେ, 'ଫେସବୁକର ସର୍ଭର ଓଭରଲୋଡ଼ ହୋଇଯାଇଛି ଏବଂ ଏଥିପାଇଁ ଫେସବୁକର ସିଇଓ ମାର୍କ ଜୁକରବର୍ଗ ଏନେଇ ଲୋକଙ୍କୁ ଅପିଲ କରୁଛନ୍ତି' | ଏହି ମେସେଜର ପ୍ରତ୍ୟେକ ଶବ୍ଦ ମିଛ |


ଗତକାଲି ରାତି ଠାରୁ ଫେସବୁକରେ ସମସ୍ୟା ଦେଖାଦେଇଛି ସତ କିନ୍ତୁ ଏନେଇ କମ୍ପାନୀ ଏବେ ଯାଏଁ କୌଣସି ମନ୍ତବ୍ୟ ଦେଇନାହିଁ | ଏଭଳି ସମସ୍ୟା ପ୍ରଥମଥର ପାଇଁ ଦେଖା ଦେଇନାହିଁ | ପୂର୍ବରୁ ମଧ୍ୟ ବେଳେବେଳେ ଏମିତି ସମସ୍ୟା ଦେଖାଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.