Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଆସନ୍ତା ଜୁଲାଇ ଯାଏଁ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ଅଫର ଦେଇଛି ଫେସବୁକ, ଅଫିସ ଆବଶ୍ୟକତା ପାଇଁ ଦେବ ହଜାରେ ଡଲାର

7/08/2020 at 5:38 PM

ନୂଆଦିଲ୍ଲୀ ୦୭/୦୮ : କରୋନା ଭାଇରସ ଯୋଗୁଁ ଫେସବୁକ ନିଜର ସମସ୍ତ କର୍ମଚାରୀଙ୍କୁ ୨୦୨୧ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ ଅଫର କରିଛି | ଏହାସହ ସୋସିଆଲ ମିଡ଼ିଆ ଜଏଣ୍ଟ ଫେସବୁକ ନିଜର ସମସ୍ତ କର୍ମଚାରୀଙ୍କୁ ଘରେ ଅଫିସ ସମ୍ବନ୍ଧୀୟ କାମ ପାଇଁ ୧୦୦୦ ଡଲାର ମଧ୍ୟ ଦେବ | ଫେସବୁକ ପୂର୍ବରୁ ଗୁଗଲ ମଧ୍ୟ ସମସ୍ତ କର୍ମଚାରୀଙ୍କୁ ଜୁନ ମାସ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ ଦେଇଛି | କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ଦେବାରେ ଟ୍ୱିଟର ମଧ୍ୟ ସାମିଲ ଅଛି | ଟ୍ୱିଟର କରିଣ ଭାଇରସ ଶେଷ ହେବାଯାଏଁ ନିଜର ସମସ୍ତ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ଘୋଷଣା କରିଛି | ଚଳିତ ବର୍ଷ ଆରମ୍ଭରୁ ହିଁ ଅନେକ ବଡ ବଡ କମ୍ପାନୀରା କର୍ମଚାରୀ ନିଜ ନିଜ ଘରୁ କାମ କରୁଛନ୍ତି |

ଫେସବୁକ ବୟାନ ଜାରି କରି କହିଛି ଯେ, ସରକାର ଓ ବିଶେଷଜ୍ଞଙ୍କ ଗାଇଡଲାଇନ ଆଧାରରେ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ଦେବାକୁ ନିଷ୍ପତ୍ତି ନେଇଛି | ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ କରିବାକୁ ନିଷ୍ପତ୍ତି ନିଆଯାଇଛି | ଘରେ ଅଫିସ ସମ୍ବନ୍ଧୀୟ ଆବଶ୍ୟକତା ପୁରା କରିବାକୁ କର୍ମଚାରୀଙ୍କୁ ଅଲଗା ଟଙ୍କା ଦେବା ପାଇଁ ଘୋଷଣା କରିଛି | ଫେସବୁକ କହିଛି ଯେ ସମସ୍ତ କର୍ମଚାରୀଙ୍କୁ ଅଫିସ ଆବଶ୍ୟକତା ପାଇଁ ହଜାରେ ଡଲାର ଅଲଗା ଦିଆଯିବ |

ଫେସବୁକ କିଛି ସ୍ଥାନରେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଲିମିଟେଡ଼ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବ | ଯେଉଁ ସବୁ ସ୍ଥାନରେ ୨ ମାସ ହେଲା କରୋନା ମାମଲା ବହୁତ କମ ରହିଛି ସେହି ସ୍ଥାନରେ ଫେସବୁକ ଅଫିସ ଖୋଲିବ | ଲଗାତାର ବୃଦ୍ଧି ପାଉଥିବା କରୋନା ମାମଲାକୁ ଦେଖି ଫେସବୁକ ଆମେରିକା ଓ ଲେଟିନ ଆମେରିକାରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଅଫିସ ନ ଖୋଲିବାକୁ ନିଷ୍ପତ୍ତି ନେଇଛି |

   Related Posts