ଫେସବୁକ୍ ୟୁଜର୍ସଙ୍କ ପାଇଁ ଖୁସି ଖବର : ଭଏସ୍ ରେକର୍ଡ଼ିଙ୍ଗ୍ କଲେ ଟଙ୍କା ଦେବ ଫେସବୁକ୍

Published By : Prameya-News7 Bureau | February 22, 2020 IST

ନୂଆଦିଲ୍ଲୀ ୨୨/୨: ସୋସିଆଲ ନେଟଓ୍ବାର୍କିଂ କମ୍ପାନୀ ଫେସବୁକ୍ ଏବେ ୟୁଜର୍ସଙ୍କୁ ଭଏସ୍ ରେକର୍ଡ଼ିଙ୍ଗ୍ ପାଇଁ ଟଙ୍କା ଦେବ। କମ୍ପାନୀ ଭଏସ୍ ରେକଗ୍ନିଶନ୍ ଟେକ୍ନୋଲୋଜିକୁ ଉନ୍ନତ କରିବା ପାଇଁ ଏପରି କରୁଛି। ଡାଟା ପ୍ରାଇଭେସିକୁ ନେଇ ଫେସବୁକର କାରନାମା ବିଷୟରେ କାହାକୁ ଅଛପା ନାହିଁ।

ଆମାଜନ୍,ଗୁଗଲ୍,ଆପଲ୍ ଏବଂ ମାଇକ୍ରୋସଫ୍ଟ୍ ମଧ୍ୟ ସ୍ପିଚ୍ ରେକଗ୍ନିସନ ନାଁରେ ଲୋକଙ୍କ ଭଏସ୍ ରେକର୍ଡ଼ିଙ୍ଗ୍ ଶୁଣିଛି। ଏମାନେ ଏସବୁ କରୁଥିବାବେଳେ ଧରା ପଡ଼ିଛନ୍ତି। ଏହା ପରେ ସେମାନେ ସଫେଇ ଦେଇଛନ୍ତି ଯେ ଏପରି ସେମାନେ ଭଏସ୍ ରେକଗ୍ନିସନକୁ ଉନ୍ନତ ଏବଂ ସଠିକ୍ କରିବା ପାଇଁ କରୁଛନ୍ତି।

ଫେସବୁକ୍ ପ୍ରୋନନସିଏସନ୍ ନାମକ ଏକ ପ୍ରୋଗ୍ରାମ୍ ଆରମ୍ଭ କରିଛନ୍ତି। ଏହି ଅପସନ୍ ଫେସବୁକର ଭିଉପଏଣ୍ଟ ମାର୍କେଟ ରିସର୍ଚ୍ଚ ଆପରେ ହେବ। ଫେସବୁକ୍ ମୁତାବକ ଯଦି ଆପଣ ଏହି ପ୍ରୋଗ୍ରାମ୍ ପାଇଁ କ୍ବାଲିଫାଇ କରୁଛନ୍ତି ତେବେ ଆପଣ ନିଜ ଭଏସ୍ ରେକର୍ଡ଼ କରି ପାରନ୍ତି।

ଫେସବୁକ୍ କହିଛି ଯେ ଭଏସ୍ ରେକର୍ଡ଼ କରିବା ପାଇଁ ହେ ପୋର୍ଟାଲ୍ ପରେ ନିଜ ଫେସବୁକ୍ ଫ୍ରେଣ୍ଡଲିଷ୍ଟର ଫ୍ରଣ୍ଟର ପ୍ରଥମ ନାଁ କହିବାକୁ ପଡ଼ିବ। ଆପଣ ୧୦ଜଣ ସାଙ୍ଗଙ୍କ ନାଁ ନେଇ ପାରିବେ ଏବଂ ପ୍ରତି ଷ୍ଟେଟମେଣ୍ଟକୁ ଦୁଇ ଥର ରେକର୍ଡ଼ କରିବାକୁ ପଡ଼ିବ।

ଗୋଟିଏ ସେଟ୍ ରେକର୍ଡ଼ିଙ୍ଗ୍ ପୂରା କରିବା ପରେ ଆପଣଙ୍କୁ ଭିଉପଏଣ୍ଟ ମାର୍କେଟ ରିସର୍ଚ୍ଚ ଆପରେ ୨୦୦ ପଏଣ୍ଟସ୍ ମିଳିବ। ଯେବେ ଯାଏଁ ଆପଣ ୧୦୦୦୦ ପଏଣ୍ଟସ୍ ପୂରଣ କରୁନାହାନ୍ତି ସେବେ ଯାଏଁ ଆପଣଙ୍କୁ ଟଙ୍କା ମିଳିବ ନାହିଁ।

ଟ୍ରାଞ୍ଜାକ୍ସନ୍ ପେ ପଲ୍ ଜରିଆରେ କରାଯିବ ଏବଂ ରିଓ୍ବାର୍ଡ଼ ହିସାବରେ ଏହି ପ୍ରୋଗ୍ରାମରେ ଅଂଶଗ୍ରହଣ କରୁଥିବା ୟୁଜର୍ସଙ୍କୁ ୫ଡଲାର ମିଳିବ। ଫେସବୁକ୍ ମୁତାବକ ୟୁଜର୍ସଙ୍କୁ ୫ ସେଟ୍ ରେକର୍ଡ଼ିଙ୍ଗର ସୁଯୋଗ ମିଳିପାରେ ଅର୍ଥାତ୍ ଆପଣ ୧୦୦୦ ପଏଣ୍ଟସ୍ ପାଇ ପାରିବେ।

ଫେସବୁକର କହିବା ଅନୁସାରେ ୟୁଜର୍ସ ଦ୍ବାରା ଦିଆଯାଇଥିବା ଭଏସ୍ ରେକର୍ଡ଼ିଙ୍ଗଙ୍କୁ ତାଙ୍କ ଫେସବୁକ୍ ପ୍ରୋଫାଇଲ୍ ସହ କନେକ୍ଟ କରାଯିବ ନାହିଁ। ପଲିସି ଅନୁସାରେ କମ୍ପାନୀ ନିଜ ଭିଉପଏଣ୍ଟସର ଆକ୍ଟିଭିଟି ଫେସବୁକ୍ କିମ୍ବା ଫେସବୁକର ଅନ୍ୟ ପ୍ଲାଟଫର୍ମରେ ୟୁଜର୍ସଙ୍କ ବିନା ଅନୁମତି​‌ରେ ସେୟାର କରେ ନାହିଁ।

ବର୍ତ୍ତମାନ ପ୍ରୋନନସିଏସନର ଏହି ପ୍ରୋଗ୍ରାମ୍ ଆମେରିକାର ୟୁଜର୍ସଙ୍କ ପାଇଁ ରହିଛି। ଏଥିପାଇଁ ୟୁଜର୍ସଙ୍କ ଫ୍ରେଣ୍ଡଲିଷ୍ଟରେ ଅତି କମରେ ୭୫ଜଣ ହେବା ଉଚିତ। ଭାରତ ଏବଂ ଅନ୍ୟ ଦେଶରେ ଏହି କାର୍ଯ୍ୟକ୍ରମ କେବେଠୁ ଆରମ୍ଭ ହେବ କି ଆରମ୍ଭ ହେବ ନାହିଁ କମ୍ପାନୀ ଏ ବିଷୟରେ ସୂଚନା ଦେଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.