ଫେସବୁକର ନୂଆ ନାଁ 'ମେଟା', ୧୬ ବର୍ଷ ପରେ କମ୍ପାନୀ ବଦଳାଇଲା ନାଁ

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ, ୨୯|୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ନିଜ କମ୍ପାନୀର ନାଁ ବଦଳାଇ ମେଟା କରିଦେଇଛି । ଗତ କିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ୍ କରିବ ବୋଲି ରିପୋର୍ଟ ଆସୁଥିଲା । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାଭର୍ସ କରିବା ପାଇଁ ଫୋକସ କରୁଛି । ଯାହା ମୂଳତଃ ଏକ ଅନଲାଇନ ଦୁନିଆ, ଯେଉଁଥିରେ ୟୁଜର ଭର୍ଚ୍ୟୁଆଲ ପରିବେଶରେ ଭିନ୍ନ ଭିନ୍ନ ଟୁଲ୍ସର ବ୍ୟବହାର କରିପାରିବେ । ଏହାକୁ ପୂରଣ କରିବା ପାଇଁ କମ୍ପାନୀ ଭର୍ଚ୍ୟୁଆଲ ରିଅଲିଟି ଓ ଆଙ୍ଗମେଟେଡ୍ ରିୟଲିଟିରେ ନିବେଶ କରିଛି ।

ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଥିଲେ ଯେ, କମ୍ପାନୀ କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ । ଏହା ଆମ୍ବାଇଟେଡ୍ ଇଣ୍ଟରନେଟ୍ ଉପରେ କାମ କରିବ । ଯେଉଁଥିରେ ଭର୍ଚ୍ୟୁଆଲ ଦୁନିଆରେ ପରସ୍ପର ସହ ଅଧିକ ଭଲ ଭାବେ ଯୋଡି ହୋଇପାରିବେ ।

wp:html /wp:html

କମ୍ପାନୀର ପୂର୍ବତନ ସିଭିକ୍ ଇଣ୍ଟିଗ୍ରିଟି ଚିଫ୍ ସମୀଥ ଚକ୍ରବର୍ତ୍ତୀ କମ୍ପାନୀକୁ ମେଟା ନାଁ ପ୍ରସ୍ତାବ ଦେଇଥିଲେ । ଏହାପୂର୍ବରୁ କମ୍ପାନୀ ୨୦୦୫ରେ କିଛି ଏପ୍ରକାର କରିଥିଲା । ସେତେବେଳେ କମ୍ପାନୀର ନାଁ ଦି ଫେସବୁକ ବଦଳାଇ ଫେସବୁକ କରାଯାଇଥିଲା । ସାରା ବିଶ୍ୱରେ ଫେସବୁକ ୩୦୦ କୋଟିରୁ ଅଧିକ ୟୁଜର ବ୍ୟବହାର କରିଥାନ୍ତି । ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୪୧ କୋଟି ଅଟେ ।

ଫେସବୁକ ଓ ଅନ୍ୟ ବଡ କମ୍ପାନୀ ପାଇଁ ମେଟାବର୍ସର ପରିକଳ୍ପନା ଉତ୍ସାହଜନକ ଅଟେ । କାରଣ ଏଥିରେ ନୂଆ ବଜାର, ନୂଆ ପ୍ରକାରର ସୋସିଆଲ ନେଟଓ୍ୱର୍କ ପାଇଁ ସୁଯୋଗ ସୃଷ୍ଟି ହେବ । କମ୍ପାନୀ ନିଜର ନାମ ସେହି ସମୟରେ ବଦଳାଇଛି ଯେତେବେଳେ ଅନେକ ଦେଶ ଅନଲାଇନ ସୁରକ୍ଷା, ଉତ୍ତେଜନାପୂର୍ଣ୍ଣ କଣ୍ଟେଣ୍ଟ ଉପରେ ଲଗାତର ଭାବେ ଅଭିଯୋଗ କରୁଛନ୍ତି । ଭାରତ ସରକାର ମଧ୍ୟ ଫେସବୁକକୁ ଚିଠି ଲେଖି ଆଲଗୋରିଦମ ପ୍ରକ୍ରିୟାରେ ବିବରଣୀ ମାଗିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.