ୟୁଜର୍ସଙ୍କ ପାଇଁ ନୂଆ ଫିଚର୍ ଲଞ୍ଚ୍ କରିବ ଫେସବୁକ୍: ପଡୋଶୀଙ୍କ ସମ୍ପର୍କରେ ସହଜରେ ଜାଣିପାରିବେ

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଲୀ ୨୨/୧୦ : ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ଏକ ନୂଆ ଫିଚର୍ ଉପରେ କାମ କରୁଛି। ଏହି ନୂଆ ଫିଚର୍ ଜରିଆରେ ୟୁଜର୍ସ ନିଜ ପଡୋଶୀଙ୍କ ସମ୍ପର୍କରେ ଭଲ ଭାବେ ଜାଣିବାକୁ ପାଇବେ। କମ୍ପାନୀ ବର୍ତ୍ତମାନ ଏହାର ଟେଷ୍ଟିଙ୍ଗ୍ କରୁଛି। ଏହି ଫିଚରକୁ Neighborhoods ନାଁରେ ଲଞ୍ଚ କରାଯାଇପାରେ। ଫେସବୁକ୍ ଏହି ଫିଚର୍ ଜରିଆରେ ମାର୍କେଟ୍ ଲିଡର୍ ନେକ୍ଷ୍ଟଡୋରକୁ ପଛରେ ପକାଇବାକୁ ମଧ୍ୟ ଯୋଜନା କରୁଛି। ନେକ୍ଷ୍ଟଡୋର୍ ଆଗାମୀ ଦିନରେ ଆଇପିଓ ଆଣିବାକୁ ଯୋଜନା କରୁଛି।

wp:core-embed/twitter {"url":"https://twitter.com/MattNavarra/status/1318674038017896449","type":"rich","providerNameSlug":"twitter","className":""}
https://twitter.com/MattNavarra/status/1318674038017896449
/wp:core-embed/twitter

ସୋସିଆଲ ମିଡ଼ିଆ କନ୍ସଲଟେଣ୍ଟ ମ୍ୟାଟ୍ ନୱାରା ନିକଟରେ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ ସେୟାର୍ କରିଥିଲେ। ନୂଆ ଫିଚର ଟେଷ୍ଟିଙ୍ଗର ପ୍ରାରମ୍ଭିକ ଷ୍ଟେଜରେ ଅଛି ବୋଲି ସେ କହିଛନ୍ତି। ଏହି ନୂଆ ଫିଚରରେ ୟୁଜର୍ସ ନିଜ ଠିକଣା ଦେଇ ଏକ ୟୁନିକ ପ୍ରୋଫାଇଲ୍ କ୍ରିଏଟ୍ କରିପାରିବେ। କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି ଯେ, ଫେସବୁକ୍ କାନାଡ଼ାର Calgary ମାର୍କେଟରେ ନୂଆ ଫିଚରର ଟେଷ୍ଟିଙ୍ଗ୍ କରୁଛି।

{"id":348853,"sizeSlug":"large"}

ଫେସବୁକ୍ ପୂର୍ବରୁ ନେକ୍ଷ୍ଟଡୋର ୨୦୦୮ ମସିହାରେ ଏହି ଫିଚର୍ ଆଣିଥିଲା। କମ୍ପାନୀ ପାଖାପାଖି ୪୭୦ ମିଲିୟନ୍ ଡଲାର୍ ଫଣ୍ଡିଙ୍ଗ୍ ମଧ୍ୟ ଯୋଗାଡ଼ କରିଥିଲା। ଏହି ଫିଚରରେ ପ୍ରତ୍ୟେକ ପଡୋଶୀ ନିଜର ମିନି ସୋସିଆଲ୍ ନେଟୱାର୍କ ରୂପରେ କାମ କରନ୍ତି। ଲୋକେ ଏଥିରେ ପଡିଶାରେ ହେଉଥିବା ଘଟଣା ମଧ୍ୟ ପୋଷ୍ଟ କରନ୍ତି ଯେଉଁଥିରେ ଅପରାଧିକ ଘଟଣା ମଧ୍ୟ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.