Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ବିବାହ ପରେ ବି ଛାଡ଼ିଲାନି ଫେସବୁକ ପ୍ରେମିକ, ଯୁବତୀଙ୍କ ବିବାହ ପରେ ସ୍ଵାମୀ ପାଖକୁ ପଠାଇଲା ହୋଟେଲରେ ସୁଟିଂ କରିଥିବା ଫଟୋ

4/04/2019 at 9:22 PM

ବିକାନେର ୪/୩- ବିବାହ ପରେ ବି ଛାଡ଼ିଲାନି ଫେସବୁକ ପ୍ରେମିକ । ବ୍ଲାକମେଲିଂ କରି ଆହୁରି ଚାହିଁଥିଲା ରଖିବାକୁ ଶାରୀରିକ ସଂପର୍କ । ପ୍ରେମିକା ରାଜି ନହେବାରୁ ସ୍ଵାମୀ ପାଖକୁ ପଠାଇଲା ସୁଟିଂ କରି ରଖିଥିବା ଅଶ୍ଳୀଳ ଫଟୋ ।

ଫେସବୁକରୁ ହୋଇଥିଲା ପରିଚୟ । ତାପରେ ପ୍ରେମ । ପ୍ରେମରୁ ସିନେମା କାହାଣୀ ପରି ସେକ୍ସ ଆଉ ଧୋକା । ବୈଶାଳୀ ନାମକ  ବିକାନେରର ଏକ ଯୁବତୀ ଫେସବୁକ ମାଧ୍ୟମରେ ବିଜୟଓ୍ଵାଡ଼ାର ପ୍ରକାଶ ନାମକ ଜଣେ ଯୁବକଙ୍କ ସହ ହୋଇଥିଲା ପରିଚୟ । ଏହି ପରିଚୟରୁ ପ୍ରେମ ହେବାପରେ ପ୍ରକାଶ ଦେଖା କରିବାକୁ ଆସିଥିଲା ବିକାନେର । ବିକାନେରରେ ଖାଇବାକୁ ଏକ ହୋଟେଲକୁ  ଯୁବତୀଙ୍କୁ ଡ଼ାକିଥିଲା ପ୍ରକାଶ ।

ବୈଶାଳୀ ହୋଟେଲକୁ ଆସିବା ପରେ ସେମାନେ ସାଥିହୋଇ କରିଥିଲେ ଲଂଚ । ତାପରେ ଯୁବତୀଙ୍କୁ ଫୁସୁଲେଇ ଏକ ହୋଟେଲର ରୁମ୍ ଭିତରେ ସାଥିହୋଇ ରହିଥିଲେ । ଏହିସମୟରେ ପ୍ରକାଶ ବୈଶାଳୀର ନଗ୍ନ ଭିଡ଼ିଓ ସୁଟିଂ କରିବା ସହ ଫଟୋ ବି ଉଠାଇଥିଲେ । ଯୁବତୀ ରାଜି ନହେବାରୁ ତାଙ୍କୁ ଡ଼ରେଇ ଧମକେଇ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ ।

ଏହି ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଦେଖାଇ ବିଭିନ୍ନ ସମୟରେ ବିକାନେର ଆସୁଥିଲେ ଶାରୀରିକ ସଂପର୍କ ରଖିବାକୁ ଯୁବକ । ଯୁବତୀଙ୍କ  ବିବାହ ଅନ୍ୟତ୍ର ପରିବାର ଲୋକ କରିଦେଇଥିଲେ ।

କିନ୍ତୁ ଯୁବକ ଶାରୀରିକ ସଂପର୍କ ରଖିବାକୁ ବିବାହ ପରେ ମଧ୍ୟ ବାଧ୍ୟ କରୁଥିଲେ । ଯୁବତୀ ଏହିକଥାରେ ରାଜି ହୋଇନ ଥିଲେ । ଫଳରେ ଯୁବକ ଫେସବୁକ ମାଧ୍ୟମରେ ବୈଶାଳୀର ସ୍ଵାମୀ ପାଖକୁ ସବୁ ଅଶ୍ଳୀଳ ଫଟୋ ପଠାଇଦେଇଥିଲେ ।

ବୈଶାଳୀର ସ୍ଵାମୀ ଏସବୁ ଦେଖିଲାପରେ ଛାଡ଼ପତ୍ର ଦେଇଥିଲେ । ଛାଡ଼ପତ୍ର ଦେବାପରେ ବି ଛାଡ଼ି ନ ଥିଲା ଯୁବକ । ସେ ମଧ୍ୟ ବାରମ୍ବାର ବୈଶାଳୀକୁ ହଇରାଣ ହରକତ୍ କରୁଥିଲା ।  ଏବାବଦରେ ଯୁବତୀ ଥାନାରେ ଅଭିଯୋଗ ଆଣିବା ପରେ ପ୍ରକାଶକୁ ଗିରଫ କରିଛି  ପୋଲିସ ।

   Related Posts