ଭାଉଜଙ୍କ ଚୋରା ପ୍ରେମ ଅଧ୍ୟାୟ ଶେଷ: ପୁଣି ମଥାରେ ପିନ୍ଧିଲେ ଆଉ କାହା ସିନ୍ଦୂର

Published By : Prameya-News7 Bureau | June 12, 2020 IST

ଅନୁଗୋଳ ୧୨/୬: ଭାଉଜ ସହ ଚୋରା ପ୍ରେମ ପଡିଲା ମହଙ୍ଗା। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟାପଢୋଲ ଗାଁରେ ଘଟିଥିବା ଘଟଣା ସଂପର୍କରେ ଆମେ ପୂର୍ବ ଆର୍ଟିକିଲରେ କହିଥିଲୁ। ପଡୋଶୀ ଯୁବକଙ୍କ ସହ ମହିଳାଙ୍କ ଫେସ୍‌ବୁକ ପ୍ରେମରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ ଶ୍ବଶୂର। ଏହି ଘଟଣାରେ ନୂଆ ଟ୍ବିଷ୍ଟ୍ ଆସିଛି। ରାତି ଅଧିଆ ଚୋରା ପ୍ରେମ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ଏଭଳି ପତ୍ନୀଙ୍କୁ ସ୍ବାମୀ ଏବଂ ଶ୍ବଶୂର ରଖିବେ ନାହିଁ ବୋଲି ରୋକଠୋକ୍ ମନା କରିବା ପରେ ଗାଁ ଲୋକଙ୍କ ଆପୋଷ ବୁଝାମଣାରେ ସଂପୃକ୍ତ ଯୁବକଙ୍କୁ ବିବାହ କରିଛନ୍ତି ମହିଳା। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ସାଥୀ ହୋଇ ରହିବାକୁ କଥା ଦେଇଥିବା ସ୍ତ୍ରୀ ମଥାରେ ପୁଣି ପିନ୍ଧିଲେ ଆଉ କାହା ସିନ୍ଦୂର। ପୁଣି ଥରେ ସେହି ଗାଁର ବୋହୂ ହେଲେ ସଂପୃକ୍ତ ମହିଳା।  

ଚୋରା ପ୍ରେମରୁ ଶାରୀରିକ ସଂପର୍କ। ଏଭଳି ଅସଞ୍ଜତ ଅବସ୍ଥାରେ ଶ୍ବଶୂର ହାତରେ ରଙ୍ଗେ ହାତ ଧରାପଡିଥିଲେ ବୋହୂ ଆଉ ତାଙ୍କ ପ୍ରେମିକ। ଧରାପଡିବା ପରେ ବନ୍ଧା ହୋଇ ଉଭୟ ଛେଚା ବି ଖାଇଥିଲେ। ବିବାହିତା ମହିଳା ବନ୍ଦନା (ଛଦ୍ମନାମ) ପରିବାର ଲୋକଙ୍କଠାରୁ ନିସ୍ତୁକ ଛେଚା ମଧ୍ୟ ଖାଇଥିଲେ। ସ୍ୱାମୀ ପରିବାର ପ୍ରତିପୋଷଣ ପାଇଁ ଘରଠାରୁ ଦୂରରେ ଚାକିରି କରନ୍ତି | କିନ୍ତୁ ସ୍ୱାମୀଙ୍କ ଅନୁପସ୍ଥିତି ଯୋଗୁଁ, ମହିଳା ଜଣଙ୍କ ସମୟ ଅତିବାହିତ କରିବା ପାଇଁ ସାହାଯ୍ୟ ନେଇଥିଲେ ଫେସବୁକର | ପ୍ରଥମେ ମହିଳାଙ୍କର ଫେସବୁକରେ ଦୋସ୍ତି ହୋଇଥିଲା ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଉରୁକୁଳା ଗ୍ରାମର ଜଣେ ଯୁବକଙ୍କ ସହ| ଫେସବୁକରେ ଦୁହେଁ ଦୁହିଁଙ୍କର ଭଲ ବନ୍ଧୁ ହେବା ପରେ ଦୁଇ ଜଣଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ତାପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଶାରିରୀକ ସଂପର୍କ। ଏବେ ଭାଉଜଙ୍କ ଚୋରା ପ୍ରେମ ଅଧ୍ୟାୟ ଶେଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.