ଫେସବୁକ୍ ଲଞ୍ଚ କଲା ନୂଆ ପେମେଣ୍ଟ ଆପ୍ ‘ଫେସବୁକ୍ ପେ’ : ଏଥର ହ୍ବାଟସଆପ୍,ମ୍ୟାସେଞ୍ଜର ଏବଂ ଇନଷ୍ଟାଗ୍ରାମରେ କରିପାରିବେ ପେମେଣ୍ଟ

Published By : Prameya-News7 Bureau | November 14, 2019 IST

ନୂଆଦିଲ୍ଲୀ ୧୪/୧୧: ଗୁଗୁଲ ଏବଂ ଆପଲ ପରେ ସୋସିଆଲ ନେଟଓ୍ବାର୍କିଂ ସାଇଟ୍ ଫେସବୁକ୍ ଏହାର ନିଜସ୍ବ ପେମେଣ୍ଟ ପ୍ଲାଟଫର୍ମ ‘ଫେସବୁକ୍ ପେ’ କୁ ଆମେରିକାରେ ଲଞ୍ଚ କରିଛି। ଏହା ଜରିଆରେ ଫେସବୁକ୍ ଏବଂ ଏହାର ପାର୍ଟନର ଆପ୍ ଯଥା ମେସେଞ୍ଜର,ହ୍ବାଟସଆପ୍ ଏବଂ ଇନଷ୍ଟାଗ୍ରାମରେ ସହଜରେ ପେମେଣ୍ଟ କରାଯାଇପାରିବ।   ଚଳିତ ସପ୍ତାହରେ ପାଣ୍ଠି ସଂଗ୍ରହ,ଇନ୍-ଗେମ୍ ଟ୍ରାଞ୍ଜାକସନ,କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଟିକେଟ କ୍ରୟ,ମ୍ୟାସେଞ୍ଜରରେ ପର୍ସନ ଟୁ ପର୍ସନ ପେମେଣ୍ଟ ଏବଂ ଫେସବୁକ୍ ମାର୍କେଟ ପ୍ଲେସରେ କିଣାବିକା ପାଇଁ ବ୍ୟବହାର କରାଯିବ।

{"id":183824,"sizeSlug":"large"}

‘ଫେସବୁକ୍ ପେ’ ଯୋଜନାକୁ ଖୁବ୍ ଶୀଘ୍ର ହ୍ବାଟସଆପ୍ ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଆରମ୍ଭ କରାଯିବ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଫେସବୁକ୍ ପେ ସାମ୍ପ୍ରତିକ ବିତ୍ତୀୟ ଢ଼ାଞ୍ଚାରେ ପ୍ରସ୍ତୁତ ହୋଇଛି ଏବଂ କମ୍ପାନୀର ଡିଜିଟାଲ କରେନ୍ସି ଲିବ୍ରା ନେଟଓ୍ବାର୍କରେ ଚାଲୁଥିବା କାଲିବ୍ରା ଓ୍ବାଲେଟଠାରୁ ଏହା ଭିନ୍ନ।

{"id":183825,"sizeSlug":"large"}

‘ଫେସବୁକ୍ ପେ’କୁ ଆରମ୍ଭ କରିବା ପାଇଁ କେତୋଟି ଚରଣରେ ଯିବାକୁ ହେବ। ଆପଣ ଫେସବୁକ୍ ଆପ୍ କିମ୍ବା ଓ୍ବେବସାଇଟରେ ପ୍ରଥମେ ସେଟିଙ୍ଗକୁ ଯାଆନ୍ତୁ ଏବଂ ଏହା ପରେ ‘ଫେସବୁକ୍ ପେ’ କୁ ଯାଇ ପେମେଣ୍ଟ ମ୍ୟାଥଡ ଯୋଡ଼ି ଦିଅନ୍ତୁ। ଏହା ପରେ ଆପଣ ପରବର୍ତ୍ତୀ ସମୟରେ ବିନିଯୋଗ କଲେ ଫେସୁବୁକ୍ ପେ ବ୍ୟବହାର କରି ପାରିବେ। ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମରେ ଫେସବୁକ୍ ପେ ଆରମ୍ଭ ହେବା ମାତ୍ରେ ଆପଣ ଏହାକୁ ପ୍ରତ୍ୟେକ ଆପରେ ସିଧାସଳଖ ସେଟ୍ କରି ପାରିବେ।

{"id":183828,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.