Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଫେସବୁକ୍ ଆରମ୍ଭ କଲା ମ୍ୟୁଜିକ୍ ଭିଡିଓ ମେକିଂ ଆପ୍ : ଟିକଟକ୍ ଭଳି କରିବ କାମ

29/05/2020 at 4:04 PM

ନୂଆଦିଲ୍ଲୀ ୨୯/୫: ଫେସବୁକ୍ ଏକ୍ସପେରିମେଣ୍ଟାଲ୍ ଆପ୍ ଡିଭିଜନ୍ ଚାଇନିଜ ଶର୍ଟ ଭିଡିଓ ମେକିଂ ପ୍ଲାଟଫର୍ମ ଟିକଟକ୍ ଭଳି ବନ୍ଧୁଙ୍କ ସହ ମ୍ୟୁଜିକ୍ ଭିଡିଓ ବନାଇବା ପାଇଁ କୋଲେବ ନାମକ ଏକ ନୂଆ ଆଇଓଏସ୍ ଆପ୍ ଆରମ୍ଭ କରିଛି। ଫେସବୁକ୍ ଆପ୍ କେନ୍ଦ୍ରିତ ନ୍ୟୁ ପ୍ରଡକ୍ଟ ଏକ୍ସପେରିମେଣ୍ଟେସନ୍ ଟିମ୍ କୋଲେବର କେବଳ ବିଟା ସଂସ୍କରଣର ଘୋଷଣା କରିଥିଲା। ଏହା ମାଧ୍ୟମରେ ମ୍ୟୁଜିକ୍ ସହ ଓରିଜିନାଲ୍ ଭିଡିଓ କରିବା,ଦେଖିବା ଏବଂ ମିକ୍ସ କରିବା ପାଇଁ କ୍ରିଏଟର୍ସ ଏବଂ ଫ୍ୟାନ୍ସ ଏକାଠି ଆସି ପାରିବେ।

କୋଲେବ୍ସ ସିଙ୍କରେ ପ୍ଲେ ହେଉଥିବା ୩ଟି ସ୍ବତନ୍ତ୍ର ଭିଡିଓ ରହିଛି। ଆପ୍ଲିକେସନ ସହ ଆପଣ ଏଥିରେ ନିଜର ​ରେକର୍ଡ଼ିଂ ଯୋଡ଼ି ପାରିବେ ଏବଂ ନିଜର ଆରେଞ୍ଜମେଣ୍ଟ୍ କରି ପାରିବେ। ଖାସ୍ କଥା ହେଉଛି ଏହା ଯେ ଏଥିପାଇଁ ଆପଣଙ୍କୁ ମ୍ୟୁଜିକାଲ୍ ଫିଲିଂର ଆବଶ୍ୟକତା ନାହିଁ।

ଟିକଟକ୍ ଭଳି ଫିଚରରେ ଯେତେବେଳେ ଆପଣ କୋଲେବ କ୍ରିୟେଟ କରିଥାନ୍ତି ତେବେ ଆପଣ ଏହାକୁ ପବ୍ଲିସ୍ କରି ପାରିବେ ଯାହା ଦ୍ବାରା ଅନ୍ୟ ଲୋକେ ଏହାକୁ ଦେଖିବା ସହ ମ୍ୟାଚ୍ କରି ଅନ୍ୟ ଭିଡିଓ କଣ୍ଟେଣ୍ଟ କରି ପାରିବେ। ଏହା ସହିତ ୟୁଜର ଏହାକୁ ଇନଷ୍ଟାଗ୍ରାମ୍,ଫେସବୁକ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ଷ୍ଟୋରି ଭାବେ ସେୟାର ମଧ୍ୟ କରି ପାରିବେ।

   Related Posts