ଆସିଲା ଫେସବୁକ୍ର ନୂଆ ଫିଚର : ଆପଣଙ୍କ ବିନା ଅନୁମତିରେ କେହି ବି ଦେଖିପାରିବେନି ଆପଣଙ୍କ ପ୍ରୋଫାଇଲ୍
21/05/2020 at 7:17 PM

ନୂଆଦିଲ୍ଲୀ ୨୧/୫: ଫେସବୁକ୍ ତରଫରୁ ଏକ ନୂଆ ସେଫ୍ଟି ଫିଚର ଭାରତରେ ଆରମ୍ଭ କରାଯାଇଛି, ଯାହା ସାହାଯ୍ୟରେ ୟୁଜର୍ସ ନିଜ ପ୍ରୋଫାଇଲ୍ ଲକ୍ କରି ପାରିବେ। ଏପରି କରିବା ପରେ ତାଙ୍କ ତରଫରୁ ସେୟାର କରାଯାଇଥିବା ଫଟୋ କିମ୍ବା ପୋଷ୍ଟ୍ କେବଳ ତାଙ୍କ ଫ୍ରେଣ୍ଡସ୍ ହିଁ ଦେଖି ପାରିବେ। ବାକି ୟୁଜର୍ସଙ୍କୁ ତାଙ୍କ ପ୍ରୋଫାଇଲ୍ ତ ଦେଖାଯିବା କିନ୍ତୁ କୌଣସି ପୋଷ୍ଟ୍ ନଜର ଆସିବ ନାହିଁ। ଏହି ଫିଚର ସେହି ୟୁଜର୍ସଙ୍କ ପାଇଁ ଖୁବ୍ କାମରେ ଆସିବ,ଯେଉଁମାନେ ଅଧିକ ଡିଟେଲ୍ସ୍ ସୋସିଆଲ ମିଡିଆରେ ସେୟାର କରିବାକୁ ଚାହଁନ୍ତି ନାହିଁ ଏବଂ ନିଜ ପୋଷ୍ଟ୍ କେବଳ କିଛି ଲୋକଙ୍କ ସହ ସେୟାର କରିବାକୁ ଚାହଁନ୍ତି।

ସୋସିଆଲ ମିଡିଆ ନେଟଓ୍ବାର୍କରେ ସମସ୍ତ ଭାରତୀୟ ୟୁଜର୍ସଙ୍କୁ ଏହି ଫିଚର ଆଗାମୀ ସପ୍ତାହରେ ମିଳିବା ଆରମ୍ଭ ହୋଇଯିବ। ଏହି ଫିଚର ପ୍ରୋଫାଇଲ୍ ପିକ୍ଚର ଗାର୍ଡ଼ର ସଫଳ ରହିବା ଏବଂ ୟୁଜର୍ସଙ୍କ ଫିଡବ୍ୟାକ୍ ମିଳିବା ପରେ ଅଣା ଯାଇଛି। ଅଧିକାଂଶ ମହିଳା ୟୁଜର୍ସ ନର୍ଭସ୍ ରହୁଥିଲେ କାରଣ ତାଙ୍କ ଫଟୋ ଡାଉନଲୋଡ ଏବଂ ସେୟାର କରାଯାଇପାରିବ। ଏଥିପାଇଁ ଫେସବୁକ୍ ତରଫରୁ ସର୍ବ ପ୍ରଥମେ ପ୍ରୋଫାଇଲ୍ ପିକ୍ଚର ଗାର୍ଡ଼ ଫିଚର ଅଣା ଯାଇଥିଲା।

ଫେସବୁକ୍ ତରଫରୁ କୁହାଯାଇଥିଲା ଯେ ୟୁଜର୍ସଙ୍କ ପ୍ରୋଫାଇଲ୍ ଫଟୋ ବ୍ୟତୀତ ବାକି ପୋଷ୍ଟ୍ ଏବଂ ଫଟୋ ପ୍ରୋଟେକ୍ଟ କରିବାର ଆବଶ୍ୟକତା ଅନୁଭୂତ ହୋଇଥିଲା। ଏହି କାରଣରୁ କମ୍ପାନୀ ୟୁଜର୍ସଙ୍କ ଫିଡବ୍ୟାକକୁ ବୁଝି ନୂଆ ପ୍ରୋଫାଇଲ୍ ଲକ୍ ଅପ୍ସନ୍ ନେଇ ଆସିଛି। ଥରେ ପ୍ରୋଫାଇଲ୍ ଲକ୍ ଏନାବଲ୍ ହେଲେ ପବ୍ଲିକ୍ ୟୁଜର୍ସଙ୍କୁ କେବଳ ପ୍ରୋଫାଇଲ୍ ଫଟୋ ଦେଖାଯିବ ଏବଂ ବାକି ଡିଟେଲ୍ସ ଦେଖିବାର ଅପ୍ସନ୍ ମିଳିବ ନାହିଁ। ଏକ ବ୍ଲୁ ବେଜ୍ ଦେଖାଯିବ ଯେ ପ୍ରୋଫାଇଲ୍ ଲକଡ ରହିଛି ଏବଂ ୟୁଜରଙ୍କ ଫ୍ରେଣ୍ଡ ଲିଷ୍ଟରେ ସାମିଲ ହେବା ପରେ ବାକି ଡିଟେଲ୍ସ ଏବଂ ପୋଷ୍ଟ ଦେଖାଯାଇପାରିବ।

ନୂଆ ଫିଚର ପ୍ରୋଫାଇଲରେ ‘more options’ରେ ଯାଇ ଆକ୍ସେସ୍ କରାଯାଇ ପାରିବ। ପ୍ରୋଫାଇଲରେ ‘more options’ରେ ଟ୍ୟାପ୍ କରିବା ପରେ ୟୁଜର୍ସଙ୍କୁ Lock Profile ଦେଖାଯିବ ଯେଉଁଠାରେ ଟ୍ୟାପ୍ କରି ପ୍ରୋଫାଇଲ୍ ଲକ୍ କରାଯାଇ ପାରିବ। ଏହି ଫିଚର ଆକ୍ଟିଭ ହେବା ପରେ ୟୁଜର କୌଣସି ପବ୍ଲିକ୍ ପୋଷ୍ଟ କରି ପାରିବେ ନାହିଁ ଏବଂ ଏକ ପପ୍ ଅପ୍ କହିବ ଯେ ତାଙ୍କର ପ୍ରୋଫାଇଲ୍ ଲକ୍ ରହିଛି।