Facebook ଏବେ FACEBOOK, ଅଲ୍‌ କ୍ୟାପଲ ଲୋଗକୁ ଟ୍ୱିଟରରେ ଟ୍ରୋଲ କଲେ ୟୁଜର୍ସ

Published By : Prameya-News7 Bureau | November 06, 2019 IST

ନ୍ୟୁୟର୍କ - ଫେସ୍‌ବୁକ୍‌ର ଲୋଗରେ ସାମାନ୍ୟ ପରିବର୍ତନ କରାଯାଇଛି। Facebook ବଦଳରେ ଲୋଗରେ FACEBOOK ଅଲ୍ କ୍ୟାପ୍‌ ଲୋଗ ଦେଖାଯିବ । ଏହାକୁ ବିଭିନ୍ନ ପ୍ଲାଟଫର୍ମ ଓ ଆପ୍‌ରେ ସାମାନ୍ୟ ଅଲଗା ଦେଖାଯିବା ପାଇଁ ଏପରି ଲୋଗ କରାଯାଇଛି ।

ଫେସ୍‌ବୁକ୍‌ର ବିଭିନ୍ନ ପ୍ଲାଟଫର୍ମ ଅଛି . ଏହାର ଫେସ୍‌ବୁକ୍‌ ସହ ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍‌ ମଧ୍ୟ ରହିଛି । ଏବେ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଟଙ୍କା ନେଣଦେଣ ଆପ୍‌ ଲଞ୍ଚ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ।

ଏକ ପ୍ରେସ ଇସ୍ତାହାରରେ ଫେସ୍‌ବୁକ୍‌ ଏହାର ନୂଆ ବ୍ରାଣ୍ଡିଙ୍ଗ୍‌ ବା ଡିଜାଇନ୍‌ ଅଧିକ ସ୍ୱଚ୍ଛ ଦେଖାଯିବ ବୋଲି ଦାବି କରିଛି । ଏଥିପାଇଁ ଲେଖାକୁ ଅଲ୍‌ କ୍ୟାପ ଲେଟର କରାଯାଇଥିବା କୁହାଯାଇଛି ।

wp:core-embed/twitter {"url":"https://twitter.com/jack/status/1191733943781003267?s=20","type":"rich","providerNameSlug":"twitter","className":""}
https://twitter.com/jack/status/1191733943781003267?s=20
/wp:core-embed/twitter

ମାତ୍ର ଟ୍ୱିଟରରେ ଅନେକ ବ୍ୟବହାରକାରୀ ଏହାକୁ ଟ୍ରୋଲ କରିଛନ୍ତି । ଟ୍ୱିଟର ସିଇଓ ଜ୍ୟାକ୍‌ ଡୋର୍‌ସି ମଧ୍ୟ ଏକ ଟ୍ୱିଟରେ ଏହାକୁ ଟ୍ରୋଲ କରିଛନ୍ତି ।

wp:core-embed/twitter {"url":"https://twitter.com/reckless/status/1191391468042235904?s=20","type":"rich","providerNameSlug":"twitter","className":""}
https://twitter.com/reckless/status/1191391468042235904?s=20
/wp:core-embed/twitter

ଟ୍ୱିଟର ମାଇକ୍ରୋ ବ୍ଲଗିଂ ସାଇଟ୍‌କୁ ଏବେ ୧୪୦ କ୍ୟାରେକ୍ଟରରୁ ବୃଦ୍ଧି କରାଯାଇ ୨୮୦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.