ନୂଆଦିଲ୍ଲୀ୧୫|୯: ବିଶ୍ବରେ ସବୁଠାରୁ ଅଧିକ ୟୁଜର୍ସ ଯୋଡି ହୋଇଥିବା ସୋସିଆଲ ସାଇଟ୍ ହେଉଛି ଫେସବୁକ୍। ସୋସିଆଲ ସାଇଟ୍ ମଧ୍ୟରୁ ସବୁଠାରୁ ଫେସ୍ବୁକ ଅଧିକ ମାତ୍ରାରେ ବ୍ୟବହାର କରାଯାଉଥିବା କଥା ସର୍ଭେରୁ ଜଣାପଡିଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ନିଜ ସାଇଟ୍ର କିଛି ପଲିସିକୁ ବଦଳାଇବାକୁ ଯାଉଛି।
ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ୍ ଏବେ ଫେକ୍ ପୋଷ୍ଟ ଉପରେ କଟକଣା ଜାରି କରିବାକୁ ଯାଉଛି। ଯେଉଁ ପୋଷ୍ଟରେ ସତ୍ୟତା ନଥିବ ସେହିପୋଷ୍ଟ ଗୁଡିକକୁ ଲିମିଟେଡ୍ କରିଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଫେସବୁକ୍ର ଗ୍ଲୋବାଲ ପ୍ରେସିଡେଣ୍ଡ ମୋନିକା ବିକର୍ଟ କହିଛନ୍ତି ଯେ, ଅଥେଣ୍ଟିକ (ସତ୍ୟତା) ପୋଷ୍ଟଗୁଡିକ ଫେସବୁକ୍ରେ ଶେୟାର କରିବା ଉଚିତ୍।
ଫେସବୁକ ପୋଷ୍ଟରେ ସତ୍ୟତା ଥିଲେ ଏହାର ଶେୟାର ୟୁଜର୍ସଙ୍କ ପାଇଁ ଲାଭ ଦାୟକ ହେବ ବୋଲି ମୋନିକା କହିଛନ୍ତି। ଫେସବୁକର୍ ଦୁରୁପୋଯୋଗ କରାନଯାଉ ବୋଲି ସୋସିଆଲ ମିଡ଼ିଆ କମ୍ପାନି ଚାହୁଁଛି। ୟୁଜର୍ସ କାହିଁକି ଏଭଳି ମିଥ୍ୟା ପୋଷ୍ଟ କରୁଛି ତାହା ଜାଣିବା ନିହାତି ଆବଶ୍ୟକ ବୋଲି ଗ୍ଲୋବାଲ ପ୍ରେସିଡେଣ୍ଟ ମୋନିକା କହିଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର କମ୍ୟୁନିଟି ଷ୍ଟାଣ୍ଡାର୍ଡଙ୍କୁ ଏ ସଂପର୍କରେ ଜଣାଇ ଦିଆଯାଇଛି। ଫେସବୁକ କମ୍ପାନୀର ଅଧିକାରୀ କହିଛନ୍ତି ଯେ, ଅଥେଣ୍ଟିକ (ସତ୍ୟତା) ପୋଷ୍ଟ ବ୍ୟତୀତ କମ୍ପାନୀ ତିନୋଟି ଜିନିଷ ଉପରେ ଧ୍ୟାନ ଦେବେ। ସେଗୁଡିକ ହେଲା, ସେପ୍ଟି, ଡିଗନିଟି, ଓ ପ୍ରାଇଭେସି। ଯାହାଫଳରେ ୟୁଜର୍ସଙ୍କ ଫେସବୁକ୍ ପ୍ଲାଟଫର୍ମଟି ସୁରକ୍ଷିତ ରହିପାରିବ। ବାରମ୍ବାର ମଥ୍ୟା ପୋଷ୍ଟକୁ ଫେସବୁ୍କ୍ରେ ଶେୟାର କରି ଲୋକଙ୍କୁ ଭୟଭୀତ କରୁଥିବା ୟୁଜର୍ସଙ୍କୁ ପାଇଁ ଲିମିଟେଡ୍ କରିଦିଆଯିବ। ଏଥିସହ ସେମାନଙ୍କୁ ଫେସବୁକ୍ରୁ ହଟାଇ ଦିଆଯିବ ବୋଲି ଫେସବୁକର ଗ୍ଲୋବାଲ ପ୍ରେସିଡେଣ୍ଟ ମୋନିକା କହିଛନ୍ତି।