ଫେସବୁକ ଲଞ୍ଚ କଲା ନୂଆ ସଫ୍ଟଓ୍ବେୟାର, କରିବ ୧୦୦ ଭାଷାର ଇଂରାଜୀ ଅନୁବାଦ

Published By : Prameya-News7 Bureau | October 21, 2020 IST

ନୂଆଦିଲ୍ଲୀ ୨୧/୧୦: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ ଏକ ନୂଆ ସଫ୍ଟଓ୍ବେୟାର ଲଞ୍ଚ କରିଛି। ତେବେ ଏହା ଏକ ମେସିନ ଲଣ୍ଣିଂ ଆଧାରିତ ସଫ୍ଟଓ୍ବେୟାର ଯାହା ୧୦୦ ଭାଷାର ଇଂରାଜୀ ଅନୁବାଦ କରିବାକୁ ସକ୍ଷମ। ଏହା ସୋସିଆଲ ମିଡିଆରେ ୧୬୦ରୁ  ଅଧିକ ଭାଷାର କଣ୍ଟେଣ୍ଟକୁ ୟୁଜରଙ୍କ ଭାଷାରେ ଅନୁବାଦ କରିପାରିବ। ଫେସବୁକର କହିବା କଥା ଏହି ସଫ୍ଟଓ୍ବେୟାରର ଦୁଇ ଆରବରୁ ଅଧିକ ୟୁଜର ଲାଭ ଉଠାଇପାରିବେ। ଏହାକୁ ସଫଳ ଭାବେ ବିକଶିତ କରିବା ଦିଗରେ ଫେସବୁକ ରିସର୍ଚ ଟିମ ଦୀର୍ଘ ଦିନ ହେବ କାମ କରି ଆସୁଥିଲା। ଏହି ନୂଆ ଅନୁବାଦ ଟୁଲ ଅନ୍ୟ ଅନୁବାଦ ଟୁଲ ଠାରୁ ବହୁ ଗୁଣ ଉନ୍ନତ।

ସାଧାରଣତଃ ଚାଇନିଜ ଭାଷାକୁ ଫ୍ରେଞ୍ଚ ଲାଙ୍ଗୁଏଜରେ ଟ୍ରାନ୍ସଲେଟ୍ କରିବାକୁ ହେଲେ ଅଧିକାଂଶ ସଫ୍ଟଓ୍ବେୟାର ପ୍ରଥମେ ଚାଇନିଜ ଭାଷାକୁ ଇଂରାଜୀରେ ଅନୁବାଦ କରନ୍ତି ଓ ପୁଣି ଇଂରାଜୀରୁ ଫ୍ରେଞ୍ଚ ଭାଷାରେ ଅନୁବାଦ କରନ୍ତି। ଏହାର କାରଣ ହେଉଛି ଇଂରାଜୀ ଟର୍ନିଙ୍ଗ ଡାଟା ସହଜରେ ମିଳିଥାଏ।

ଫେସବୁକର ଏ ମଡେଲ କିନ୍ତୁ ଚାଇନିଜ ଭାଷାକୁ ସିଧା ଫ୍ରେଞ୍ଚରେ ଅନୁବାଦ କରିପାରିବ। ନ୍ୟୁଜ ଫିଡରେ ଯେଉଁ ଭାଷା ଥାଏ ସେଥିରୁ ପ୍ରାୟ ୨୦ ଆରବ କଣ୍ଟେଣ୍ଟ ୟୁଜର ଲାଙ୍ଗୁଏଜରେ ଟ୍ରାନସଲେଟ୍ କରାଯାଏ। ଏବେ ଏହି ନୂଆ ଟୁଲରେ ଫେସବୁକ ଅନୁବାଦ ଠିକ୍ ଆସିବ। ଫେସବୁକର ଏହି ନୂଆ ଟୁଲର ନାଁ ରହିଛି ‘facebookM2M-100’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.