Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||

ହ୍ୟାକର୍‌ଙ୍କ କବଜାରେ ଫେସବୁକର କୋଟି କୋଟି ୟୁଜରଙ୍କ ଡାଟା, ଟେଲିଗ୍ରାମକୁ ଅସ୍ତ୍ର କରି ଲୋକଙ୍କୁ ଟାର୍ଗେଟ୍

26/01/2021 at 5:56 PM

ନୂଆଦିଲ୍ଲୀ ୨୬/୦୧ : ଫେସବୁକ୍‌ ପରେ ଏବେ ହ୍ୟାକର୍‌ମାନଙ୍କ ନୂଆ ଟାର୍ଗେଟ୍‌ ହେଉଛି ଟେଲିଗ୍ରାମ୍‌ । ୨ ବର୍ଷ ପୂର୍ବେ ଲୋକପ୍ରିୟ ଆପ୍‌ ଫେସବୁକ୍‌ର କୋଟି କୋଟି ଗ୍ରାହକଙ୍କ ଡାଟା ଚୋରି ହୋଇଥିଲା । ତେବେ ବର୍ତ୍ତମାନ ପୁଣି ଥରେ ସେହି ଗ୍ରାହକଙ୍କମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି ହ୍ୟାକର୍‌ । ଅଭିଯୁକ୍ତମାନେ ଫେସବୁକ୍‌ ଗ୍ରାହକମାନଙ୍କ କଣ୍ଟାକ୍ଟ ବିବରଣୀକୁ ଆସେସ୍ କରୁଛନ୍ତି । ଏଥିପାଇଁ ସେମାନେ ଟେଲିଗ୍ରାମ୍‌ ଆପ୍‌ର ବଟ୍‌କୁ ବ୍ୟବହାର କରୁଛନ୍ତି ।

ଜଣେ ବିଶେଷଜ୍ଞ କହିଛନ୍ତି, ୨୦୧୯ରେ ଏକ ଅସୁରକ୍ଷିତ ସର୍ଭରକୁ ଚିହ୍ନଟ କରାଯାଇଥିଲା । ଏହି ସର୍ଭରରେ ପ୍ରାୟ ୪୨ କୋଟି ଡାଟା ରେକର୍ଡ ଥିଲା । ଏଥିରେ କେବଳ ଆମେରିକା ଓ ବ୍ରିଟେନ୍‌ର ପ୍ରାୟ ୧୫ କୋଟି ଫେସବୁକ ବ୍ୟବହାରକାରୀଙ୍କର ଡାଟା ରହିଥିଲା । ତେବେ ଶୁଣିବାକୁ ମିଳୁଛି, ହ୍ୟାକରମାନେ ଏଥିପାଇଁ ଟେଲିଗ୍ରାମ୍‌ ଆପର ବଟ୍‌ ବ୍ୟବହାର କରିଥିଲେ । କାରଣ ଏହାକୁ ବ୍ୟବହାର କରି ହ୍ୟାକରମାନେ ଅତି ସହଜରେ ଫେସବୁକ୍‌ ବ୍ୟବହାରକାରୀଙ୍କ ଡାଟା ହ୍ୟାକ୍‌ କରିନେଇଥିଲେ ।

ତେବେ ଏହି ବଟ୍‌ ବ୍ୟବହାରକାରୀଙ୍କୁ ଫେସବୁକ୍‌ ୟୁଜର ଆଇଡି ବଦଳରେ ଫୋନ ନମ୍ବା ଦେବାକୁ କହେ । ଯାହା ଦ୍ବାରାକି ସେମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ । ରିଭର୍ସ ସର୍ଚ୍ଚ ମାଧ୍ୟମରେ ଫେସବୁକ୍ ଆଇଡି ବ୍ୟବହାର କରି ୟୁଜରଙ୍କ ନମ୍ବର ନେଇଯାଆନ୍ତି ।

ଏହା ମଧ୍ୟ ଦାବି କରାଯାଉଛି ଯେ, ଏହି ବଟ୍‌ ପ୍ରାୟ ୧୯ଟି ଦେଶର ୟୁଜରଙ୍କ ଡାଟା ଉପଲବ୍ଧ କରାଇଥାଏ । ତେବେ ଯେଉଁମା​‌ନେ ନିଜ ନମ୍ବର ଗୋପନୀୟ ରଖନ୍ତି ସେମାନଙ୍କୁ ବୋଟ୍‌ ହାସଲ କରିପାରେ ନାହିଁ ।

ଫେସବୁକ୍‌ ଏହାକୁ ନେଇ କହିଛି ଯେ, ଡାଟା ଲିକ୍ ହେବାର ଆଶଙ୍କା ସରିବା ପରେ ସୃଷ୍ଟି ହୋଇଥିବା ଫେସବୁକ୍ ଆଇଡିରେ ଏହି ବଟ୍‌ କାମ କରେ ନାହିଁ। କିନ୍ତୁ ୨୦୧୯ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆକାଉଣ୍ଟଗୁଡିକ ବିଷୟରେ କିଛି କୁହାଯାଇନାହିଁ । ଏଭଳି ପରିସ୍ଥିତିରେ ଏହି ଆକାଉଣ୍ଟଗୁଡିକ ହ୍ୟାକରଙ୍କ ଟାର୍ଗେଟରେ ଅଛି ।

   Related Posts