ହ୍ବାଟସ୍‌ଆପ୍ ଏବଂ ମାର୍କେଟ୍‌ ପ୍ଲେସ୍‌କୁ 'ସପ୍' ବିସ୍ତାର କଲା ଫେସବୁକ୍

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ ୨୩।୬: ଫେସବୁକ ଅନେକ ଦେଶରେ ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଏବଂ ୟୁଏଇରେ ଫେସବୁକ୍ ମାର୍କେଟପ୍ଲେସ୍ ରେ ନିଜର ‘ସପ୍‌ସ’ ଫିଚରକୁ ବିସ୍ତାର କରୁଛି । କମ୍ପାନୀ ମଙ୍ଗଳବାର ଦିନ ନିଜର ବାଣିଜ୍ୟ ଉପକରଣରେ ପରିବର୍ତ୍ତନ କରିବା ନେଇ ଘୋଷଣା କରିଛି । ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ମାର୍କ ଜୁକରବର୍ଗ କହିଛନ୍ତି ଯେ, ୟୁଜର୍ସଙ୍କ କ୍ରୟ ବ୍ୟବହାର ଆଧାରରେ ନିଜର ସପ୍‌ସ  ସେବାରେ ବ୍ୟକ୍ତିଗତ ବିଜ୍ଞାପନ ମଧ୍ୟ ଲଞ୍ଚ୍ କରିଛି ।

ସୋସିଆଲ୍ ମିଡିଆର ବରିଷ୍ଠ କମ୍ପାନୀ, (ଯିଏ ଗତବର୍ଷ ଲୋକଙ୍କ ପାଇଁ ଇ-କମର୍ସରେ ନିଜକୁ ଆଗକୁ ବଢାଇବା ପାଇଁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଉତ୍ପାଦକୁ ଖୋଜିବା ଏବଂ କ୍ରୟ କରିବା ପାଇଁ ସପ୍ ଲଞ୍ଚ୍ କରିଥିଲା) କହିଛି ଯେ ତାଙ୍କ ନିକଟରେ ମାସିକ ୩୦୦ ମିଲିୟନରୁ ଅଧିକ ସପ୍ ଭିଜିଟର ଏବଂ ପ୍ରାୟ ୧.୨ ମିଲିୟନ ମାସିକ ସକ୍ରିୟ ସପ୍ ରହିଛି ।

ଜୁକରବର୍ଗ ଫେସବୁକର ପୂର୍ବ ରୋଜଗାର ରିଲିଜ୍ ସମୟରେ କହିଥିଲେ ଯେ, ଇ-କମର୍ସ ହେଉଛି କମ୍ପାନୀ ଫୋକସ୍ କରୁଥିବା ୩ଟି ପ୍ରମୁଖ କ୍ଷେତ୍ର ମଧ୍ୟରୁ ଗୋଟିଏ । କମ୍ପାନୀ କହିଛି ଯେ, ଆସନ୍ତା ମାସରେ ‘ଭିଜୁଆଲ୍ ସର୍ଚ୍ଚ’ ନାମକ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ପରୀକ୍ଷଣ କରିବ, ଯାହା ଦ୍ବାରା ଏହାର ଫଟୋ ସେୟାରିଂ ସାଇଟ୍ ଇନଷ୍ଟାଗ୍ରାମରେ ସପିଂ କରୁଥିବା ଉପଭୋକ୍ତାମାନେ ଆଇଟମ୍ ଉପରେ କ୍ଲିକ୍ କରିପାରିବେ ଏବଂ ସପ୍ ରେ ସମାନ ପ୍ରକାରର ଉତ୍ପାଦ ଖୋଜିପାରିବେ ।

ଜୁକରବର୍ଗ କହିଛନ୍ତି ଯେ, ବ୍ୟବହାରକାରୀମାନେ ଏହି ସନ୍ଧାନର ଉପଯୋଗ ଆପ୍ ର ସାମଗ୍ରୀ ସହ ଅଥବା ନିଜର କ୍ୟାମେରା ରୋଲ୍ ରେ ଫଟୋ ଉପରେ ବ୍ୟବହାର କରିପାରିବେ । ସେ ଆହୁରି କହିଛନ୍ତି ଯେ, ଫେସବୁକ ଆଗମେଣ୍ଟେଡ ରିୟଲିଟିର ବ୍ୟବହାର କରିବାର ଉପାୟ ଉପରେ ମଧ୍ୟ କାମ କରୁଛି । ଯାହା କ୍ରେତା ବିଜ୍ଞାପନ ସହିତ ଆଇଟମ୍ ଉପରେ ପ୍ରଚେଷ୍ଟା କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.