Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସହରର ନାଁକୁ ନେଇ ଦ୍ବନ୍ଦ୍ବରେ ପଡ଼ିଲା ଫେସବୁକ୍‌, ପେଜ୍‌ ଡିଲିଟ୍‌ କରି ପରେ ମାଗିଲା କ୍ଷମା

14/04/2021 at 8:11 PM

ନୂଆଦିଲ୍ଲୀ ୧୪/୪: ଗୋଟିଏ ସହରର ନାଁ ପାଇଁ ହରଡ଼ଘଣାରେ ଫେସ୍‌ବୁକ୍‌। ସହର ନାଁରେ ଥିବା ଫେସବୁକ୍‌ ପେଜ୍‌କୁ ବ୍ୟାନ୍‌ କରି ଏବେ କ୍ଷମା ମାଗିଛି ଫେସବୁକ୍‌। ସହର ନାଁକୁ କୌଣସି ଏକ ଅପଶବ୍ଦ ବୋଲି ଫେସବୁକ୍‌ ମାନିବା ସହ ଏହାକୁ ଡାଉନ୍‌ କରିଦେଇଥିଲା। ଏହା ପରେ ସହରବାସୀଙ୍କ ଆକ୍ରୋଶ ଦେଖିବା ପରେ କମ୍ପାନୀ ନିଜର ଭୁଲ ବୁଝିପାରି ଲୋକମାନଙ୍କୁ କ୍ଷମା ମାଗିଛି।

ପ୍ରକୃତରେ ସହରର ନାଁ ‘ବିଚେ’ ଯାହାକି ଇଂରାଜୀ ଶବ୍ଦ ‘ବିଚ୍‌’ ସହ ମିଶୁଛି ବୋଲି ଫେସବୁକ୍‌ ବିଶ୍ବାସ କରିଥିଲା। ଇଂରାଜୀରେ ‘ବିଚ୍‌’କୁ ଅପଶବ୍ଦ ଭାବେ ବ୍ୟବହାର କରାଯାଇଥାଏ। ତେବେ ଉତ୍ତର ପୂର୍ବ ଫ୍ରାନ୍ସରେ ଅବସ୍ଥିତି ସହର ‘ବିଲେ ଦେ ବିଚେ’କୁ ନେଇ ଚର୍ଚ୍ଚା ସୃଷ୍ଟି ଆରମ୍ଭ ହୋଇଛି। ସହର ନାଁରେ ଏକ ଫେସବୁକ୍‌ ପେଜ୍‌ ଥିଲା। କିନ୍ତୁ ଏହାକୁ ଏକ ଇଂରାଜୀ ଅପଶବ୍ଦ ଭାବି କମ୍ପାନୀ ପକ୍ଷରୁ ବ୍ୟାନ୍‌ କରାଯାଇଥିଲା।

ପାଖାପାଖି ଗୋଟିଏ ମାସ ଏହା ଉପରେ ପ୍ରତିବନ୍ଧ ଲଗାଇବା ପରେ ମଙ୍ଗଳବାର ଏହା ଉପରୁ ବ୍ୟାନ୍‌ ହଟାଇଛି ଫେସବୁକ୍‌। ବିବିସି ନ୍ୟୁଜ୍‌ରେ ପ୍ରକାଶିତ ଖବର ଅନୁସାରେ ୫୦୦୦ ଲୋକସଂଖ୍ୟା ବିଶିଷ୍ଟ ଏହି ସହରର ଫେସବୁକ୍‌ ପେଜକୁ ୧୯ ମାର୍ଚ୍ଚର ନୂଆ ନିୟମର ଉଲ୍ଲଂଘନ ପାଇଁ ହଟାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଫେସବୁକ୍‌ ନିଜର ଭୁଲ ସ୍ବିକାର କରିବା ସହ ଏହାକୁ ୧୩ ଏପ୍ରିଲ୍‌​‌ରେ ଚାଲୁ କରିଛି।

   Related Posts