ଫେସ୍‌ବୁକ୍‌ ତଥ୍ୟ ଲିକ୍ ମାମଲା, କେମ୍ବ୍ରିଜ୍ ଆନାଲିଟିକା ବିରୋଧରେ କେସ୍ ରୁଜୁ କଲା ସିବିଆଇ

Published By : Prameya-News7 Bureau | January 22, 2021 IST

ନୂଆଦିଲ୍ଲୀ ୨୨/୧ : ଭାରତୀୟ ଫେସ୍ବୁକ୍ ବ୍ୟବହାରକାରୀଙ୍କ ନିକଟରୁ ବେଆଇନ୍ ଭାବେ ବ୍ୟକ୍ତିଗତ ତଥ୍ୟକୁ ଅପବ୍ୟବହାର କରିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ବ୍ୟୁରୋ ବା ସିବିଆଇ ଏକ କେସ୍ ରୁଜୁ କରିଛି । ଏହି କାର୍ଯ୍ୟରେ ଲିପ୍ତ ଥିବା କେମ୍ୱ୍ରିଜ୍ ଆନାଲିଟିକା ଆଣ୍ଡ୍ ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ଲିମିଟିଡ ବିରୋଧରେ ଏହି ମାମଲା କରାଯାଇଥିବା ସୂଚନା ମିଳିଛି । ଏନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଫେସ୍ବୁକ୍ରୁ ତଥ୍ୟ ଚୋରି ଅଭିଯୋଗରେ କେମ୍ବ୍ରିଜ୍ ଆନାଲିଟିକା ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲେ।

ଏହି ଘଟଣାରେ ସିବିଆଇ ୨୦୧୮ ମସିହାରେ କେମ୍ବ୍ରିଜ୍ ଆନାଲିଟିକା ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ଫେସ୍ବୁକ୍‌ର ମାଲିକ ମାର୍କ ଜୁକରବର୍ଗ ସେ ସମୟରେ ୮୭ ମିଲିୟନ୍ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଚୋରିର ଅଭିଯୋଗ ବ୍ରିଟିଶ୍ ଡାଟା ଆନାଲିଟିକ୍ସ କମ୍ପାନୀ କେମ୍ବ୍ରିଜ୍ ଆନାଲିଟିକା ଉପରେ ଲଗାଇଥିଲେ । ସେଥିମଧ୍ୟରୁ ଫେସ୍ବୁକ୍ କହିଥିଲା ଯେ, ଏହି ଦୁର୍ନୀତିରେ ୫ ଲକ୍ଷରୁ ଅଧିକ ଭାରତୀୟ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଥିଲା । ଗୋଟିଏ କମ୍ପାନୀ ଅଧିନରେ ଥିବା ଆପ୍କୁ ଡାଉନ୍ଲୋଡ୍ କରିବା ପରେ ୩୩୫ ଜଣ ଫେସ୍ବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହୋଇଯାଇଥିଲା ଏବଂ ପରେ ଏହି ତଥ୍ୟକୁ କେମ୍ୱ୍ରିଜ୍ ଆନାଲିଟିକାକୁ ବିକ୍ରି କରାଯାଇଥିଲା । 

 ୨୦୧୩ ମସିହାରେ କେମ୍ୱ୍ରିଜ୍ ଆନାଲିଟିକାକୁ ବ୍ରିଟିଶ୍ କନ୍ସଲ୍ଟିଙ୍ଗ ଫାର୍ମ ଆରମ୍ଭ କରିଥିଲା । ଏହା ବିଶ୍ୱରେ ହେଉଥିବା ଶହଶହ ନିର୍ବାଚନକୁ ପ୍ରଭାବିତ କରିଥାଏ। ଏଥି ସହିତ କେମ୍ୱ୍ରିଜ୍ ଆନାଲିଟିକା ତଥ୍ୟ ଦୁର୍ନୀତି ସହିତ ଏହା ଜଡ଼ିତ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.