ପୁଣି ବିବାଦରେ ଫେସବୁକ: ୩ ଲକ୍ଷ ୟୁଜରଙ୍କ ଡାଟା ଲିକ୍, କମ୍ପାନୀ ବିରୋଧରେ କୋର୍ଟରେ ମାମଲା
10/03/2020 at 11:02 AM

ଭୋପାଳ, ୧୦|୦୩: ଅଷ୍ଟ୍ରେଲିଆରେ ପ୍ରାୟ ୩ ଲକ୍ଷ ଫେସବୁକ ୟୁଜରଙ୍କ ଡାଟା ଲିକ ହୋଇଛି। ଏହି ସମସ୍ତ ଡାଟାକୁ କେମ୍ବ୍ରିଜ ଆନାଲିଟିକାକୁ ପ୍ରଦାନ କରିଥିବା ଅଭିଯୋଗରେ ଫେସବୁକ ବିରୋଧରେ ମାମଲା ରୁଜୁ ହୋଇଛି।
ସେଠାକାର ସୂଚନା ଆୟୁକ୍ତ ଆଞ୍ଜୋଲିନ୍ ଫୋକ୍ ସଙ୍ଘୀୟ ଅଦାଲତରେ ଫେସବୁକ ଉପରେ ଏକ ସର୍ଭେରେ ନିଜ ଓ୍ୱେବସାଇଟରେ ୩,୧୧,୧୨୭ ରାଜନୈତିକ ଲୋକଙ୍କ ଡାଟାର ଗୋପନୀୟତାକୁ ଉଲଙ୍ଘନ କରି ଅନ୍ୟ କମ୍ପାନୀକୁ ପ୍ରଦାନ କରାଯାଇଥିବା ନେଇ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି ଯେ, ଫେସବୁକ ନିଜ ପ୍ଲାଟଫର୍ମକୁ ୟୁଜରଙ୍କ ବ୍ୟକ୍ତିଗତ ଡାଟାକୁ ସୁରକ୍ଷିତ ରଖିବାରେ ଅସମର୍ଥ ହୋଇଛି।

ଏହି ମାମଲାରେ ଫେସବୁକ ଉପରେ ଗୋପନୀୟତା ଆଇନକୁ ଉଲଙ୍ଘନ କରିବା ଅଭିଯୋଗରେ ୧.୭ ମିଲିୟନ ଅଷ୍ଟ୍ରେଲିଆ ଡଲାରର ଜରିମାନା ଲାଗିପାରେ। ଯଦି କୋର୍ଟ ୩,୧୧,୧୨୭ ମମାଲାରେ ଜରିମାନା ଲଗାଏ ତେବେ ଏହି ରାଶି ୫୨୯ ଅରବ ଅଷ୍ଟ୍ରେଲିଆ ଡଲାର ହୋଇଯିବ।

୨୦୧୪ରୁ ୨୦୧୫ ମଧ୍ୟରେ ଏହିପରି ଭାବେ ଆମେରିକାର ଏକ ଫେଡେରାଲ କୋର୍ଟ ଫେସବୁକ ଉପରେ ୫ ଅରବ ଡଲାରର ଜରିମାନା ଲଗାଇଥିଲା।