ଫେସବୁକ୍ ଲଞ୍ଚ କଲା ଲିବ୍ରା : ଫିକା ପଡ଼ିଯିବ ଗୁଗୁଲ ପେ ଏବଂ ପେଟିଏମ୍

Published By : Prameya-News7 Bureau | June 18, 2019 IST

ନୂଆଦିଲ୍ଲୀ ୧୮/୬: ସୋଶିଆଲ ମିଡିଆ ଦିଗ୍ଗଜମାନେ କ୍ରିପ୍ଟୋ କରେନ୍ସି ଉପରେ ଆଧାରିତ କାଲିବ୍ରା ପ୍ଲାଟଫର୍ମ ଲଞ୍ଚ କରିଛନ୍ତି। ଏହା ଏକ ପ୍ରକାରର ପେମେଣ୍ଟ ସିଷ୍ଟମ ଯାହା ଆସନ୍ତା ବର୍ଷ ଗ୍ରାହକଙ୍କୁ ମିଳିବ। ଏହା ଦ୍ବାରା ଲିବ୍ରାର ଟ୍ରାଞ୍ଜାକ୍ସନ୍ ହୋଇପାରିବ। ଲଞ୍ଚ ହେବା ପରେ ଏହା ହ୍ବାଟସଆପ୍ ଏବଂ ମେସେଞ୍ଜରରେ ମଧ୍ୟ କାମ କରିବ। ଅର୍ଥାତ୍ ଗ୍ରାହକମାନେ ଟଙ୍କା ନେଣଦେଣ ଫେସବୁକରେ ମଧ୍ୟ କରି ପାରିବେ। କେବଳ ଏତିକି ନୁହେଁ ଏକ ଡିଜିଟାଲ ଓ୍ବାଲେଟ୍ ସିଷ୍ଟମ୍ ମଧ୍ୟ ଜାରି କରିଛି ଯେଉଁଠାରେ ଟ୍ରାଞ୍ଜାକ୍ସନର ରେକର୍ଡ଼ ରଖାଯାଇପାରିବ।

{"id":124487,"width":596,"height":335}

ବର୍ତ୍ତମାନ ଭାରତରେ ପେଟିଏମ୍ ଏବଂ ଗୁଗୁଲ ପେ ଡିଜିଟାଲ ପେମେଣ୍ଟ ଆପ୍ ଚାଲିଛି ଏବଂ ଏଦୁଇଟି ଅତ୍ୟନ୍ତ ଲୋକପ୍ରିୟ। ଏହା ବ୍ୟତୀତ ଫୋନପେ ମଧ୍ୟ ରହିଛି। ଏବେ ଫେସବୁକର ଏହି ଘୋଷଣା ପରେ ପେଟିଏମ୍ ଏବଂ ଗୁଗୁଲ ପେ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। କାରଣ ଫେସବୁକ୍ ପାଖରେ କୋଟି କୋଟି ଗ୍ରାହକ ଅଛନ୍ତି ଏବଂ ଭାରତରେ ହ୍ବାଟସଆପର ସବୁଠୁ ଅଧିକ ଗ୍ରାହକ ଅଛନ୍ତି।

{"id":124488,"width":595,"height":396}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.