Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ମାର୍କ ଜୁକରବର୍ଗଙ୍କୁ କଂଗ୍ରେସର ଚିଠି: ପୂରା ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ, ରିପୋର୍ଟ ଦେଶ ସାମ୍ନାରେ ରଖାଯାଉ

18/08/2020 at 3:11 PM

ନୂଆଦିଲ୍ଲୀ ୧୮।୦୮: ଫେସବୁକକୁ ନେଇ ଭାରତରେ ଜାରି ରାଜନୈତିକ ବାଦ ବିବାଦ ଥମିବାର ନାଁ ନେଉନାହିଁ। କଂଗ୍ରେସ ପୁଣି ଥରେ ଫେସବୁକକୁ ଏହି ପୂରା ମାମଲାରେ ଯାଞ୍ଚ କରିବାକୁ ଦାବି କରିଛି। ଏହି ପୂରା ବିବାଦ ମଧ୍ୟରେ କଂଗ୍ରେସ ସଂଗଠନର ମହା ସଚିବ କେସି ବେଣୁଗୋପାଳ ଫେସବୁକର ସିଇଓ ମାର୍କ  ଜୁକରବର୍ଗଙ୍କୁ ଚିଠି ଲେଖି ଏବଂ ଓ୍ଵାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟକୁ ଉଲ୍ଲେଖ କରି ତଦନ୍ତ ଦାବି କରିଛନ୍ତି।

କେସି ବେଣୁଗୋପାଳ ଜୁକରବର୍ଗଙ୍କଠାରେ ଦାବି କରିଛନ୍ତି ଏହି ପୂରା କେସ୍‌ର ତଦନ୍ତ ହେବା ଉଚିତ୍। ସେ ଅଭିଯୋଗ କରିଛନ୍ତି ଫେସବୁକ ଇଣ୍ଡିଆର ଅଙ୍ଖୀ ଦାସ ନିର୍ବାଚନୀ ସମ୍ବନ୍ଧିତ କାମରେ ବିଜେପିକୁ ସହାୟତା କରିଛନ୍ତି। ତେଣୁ ଏହି ପୂରା ପ୍ରକରଣରେ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ଏବଂ ଏହାର ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯିବାର ଆବଶ୍ୟକତା ରହିଛି। ଯେ ପର୍ଯ୍ୟନ୍ତ ତଦନ୍ତ ପୂରା ନହୋଇଛି ସେ ପର୍ଯ୍ୟନ୍ତ ଫେସବୁକ ଇଣ୍ଡିଆର ନୂତନ ଟିମ୍‌କୁ କାମ ଦେବା ଉଚିତ୍।

ବେଣୁଗୋପାଳ କହିଛନ୍ତି କଂଗ୍ରେସ ପୂର୍ବରୁ ମଧ୍ୟ ମାର୍କ ଜୁକରବର୍ଗଙ୍କୁ ଏହି ପରି ଚିଠି ଲେଖିଛି। ଏହା ପୂର୍ବରୁ ମଧ୍ୟ ଅନେକ ଫେସବୁକ ଅଧିକାରୀଙ୍କ ଉପରେ ପକ୍ଷପାତର ପ୍ରସଙ୍ଗ ଉଠାଯାଇଛି। କଂଗ୍ରେସ କହିଛି ଫେସବୁକ ଇଣ୍ଡିଆଏର ଟିମ୍‌କୁ ଯାଞ୍ଚ କରାଯିବା ଉଚିତ୍ ଏବଂ ରିପୋର୍ଟ ଦେଶ ସାମ୍ନାରେ ରଖାଯିବା ଦରକାର।

ପୂରା ମାମଲାରେ ଫେସବୁକର ସଫେଇ

ଫେସବୁକ ଏହି ଆରୋପ ମଧ୍ୟର ସୋମବାର ସଫେଇ ଦେଇ କହିଛି ତାରି ପ୍ଲାଟଫର୍ମରେ ଘୃଣା ଓ ବିଦ୍ଵେଷକାରୀ ଭାଷଣ କିମ୍ବା ସାମଗ୍ରୀ ଉପରେ ଅଙ୍କୁଶ ଲଗାଯାଇଥାଏ। ଏହା ସହିତ ଏହି ନୀତି ବୈଶ୍ଵିକସ୍ତରରେ ଲାଗୁ କରାଯାଏ, ଏଥିରେ ଏହା ଦେଖାଯାଏ ନାହିଁ ଯେ ଏହା କେଉଁ ରାଜନୈତିକ ଦଳର ସମ୍ବନ୍ଧିତ ମାମଲା।

   Related Posts