ଦିଲ୍ଲୀ ହାଇକୋର୍ଟଙ୍କୁ ଫେସବୁକର ଦାବି : ମିଛ,ବିଦ୍ବେଷ-ବିଭେଦ-ହିଂସା ସୃଷ୍ଟିକାରୀ ଖବରର ଯାଞ୍ଚ ଲାଗି ପଦକ୍ଷେପ ନେଉଛୁ

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ ୧୯/୭: ଫେସବୁକ୍ ଦିଲ୍ଲୀ ହାଇକୋର୍ଟରେ ଦାବି କରିଛି ଯେ ସେ ଘୃଣ୍ୟ ବୟାନ ଏବଂ ଗୁଜବ ଖବର ଭଳି ଅନୁଚିତ୍ ଏବଂ ଆପତ୍ତିଜନକ ସାମଗ୍ରୀ ପ୍ରସାରକୁ ରୋକିବା ପାଇଁ କେତେକ ଉପାୟ କରିଛି। ଅନଲାଇନ୍ ସୋସିଆଲ୍ ମିଡିଆ ମଞ୍ଚ କହିଛି ​ଯେ ସେ ଏହି ଉପାୟ ଜରିଆରେ ସାମୁଦାୟିକ ମାନଦଣ୍ଡ ଲାଗୁ କରିବା,ତୃତୀୟ ପକ୍ଷର ତଥ୍ୟ ଯାଞ୍ଚ କରିବା,କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରିବା ଭଳି ନିଷ୍ପତ୍ତି ନେଇଛି।

ଫେସବୁକ୍ ଏହା ମଧ୍ୟ ପ୍ରତ୍ୟାଖ୍ୟାନ କରିଛି ଯେ ସେ ନିଜ ବ୍ୟବହାରକାରୀଙ୍କ ଡାଟା ଆମେରିକୀୟ ଗୁଇନ୍ଦା ଏଜେନ୍ସି ସହ ସେୟାର କରୁଛି।

ଫେସବୁକ୍ ଉଚ୍ଚ ନ୍ୟାୟାଳୟ ସମକ୍ଷରେ ଦଲିଲ ଦେଇଛି ଯେ ସେ ଭୟାଜ ଆଣି ରୁମ୍ ଭଳି ବେଆଇନ୍ ଗ୍ରୃପକୁ ନିଜ ମଞ୍ଚରୁ ହଟାଇ ପାରିବ ନାହିଁ କାରଣ ଏଭଳି ଆକାଉଣ୍ଟକୁ ହଟାଇବା କିମ୍ବା ସେଥିପ୍ରତି ପହଞ୍ଚକୁ ବ୍ଲକ୍ କରିବା ସୂଚନା ପ୍ରାଦ୍ୟୋଗିକ ଅଧିନିୟମ ଅନୁସାରେ ସରକାରଙ୍କ ବିବେକାଧୀନ ଶକ୍ତିଘେରରେ ଆସିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.