ମାର୍କ ଜୁକରବର୍ଗ ହେଲେ ଦୁନିଆର ତୃତୀୟ ଧନୀ ବ୍ୟକ୍ତି : ଦୁଇ ମାସରେ ୩୦୦ କୋଟି ଡଲାରରୁ ଅଧିକ ଲାଭ

Published By : Prameya-News7 Bureau | May 25, 2020 IST

ନୂଆଦିଲ୍ଲୀ ୨୫/୦୫ : କରୋନା ଓ ଲକଡାଉନ ଯୋଗୁଁ ସାରା ନିସ୍ବର ଅର୍ଥ ବ୍ୟବସ୍ଥା ଦୋହଲି ଯାଇଛି | ଏଭଳି ସ୍ଥିତିରେ ଫେସବୁକ ଫାଉଣ୍ଡର ମାର୍କ ଜୁକରବର୍ଗ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହେବାରେ ସଫଳ ହୋଇଛନ୍ତି | ଗତ ଦୁଇ ମାସରେ ଜୁକରବର୍ଗଙ୍କ ସମ୍ପତ୍ତିରେ ୩୦୦ କୋଟି ଡଲାରରୁ ଅଧିକ ଲାଭ ହୋଇଛି | ବ୍ଲୁମବର୍ଗ ବିଲିୟେନିୟରଙ୍କ ଅନୁସାରେ ବର୍ତ୍ତମାନ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ୮୯.୧ ଡଲାର ରହିଛି | ଯଦି ଇଣ୍ଡେକ୍ସରେ ୩ ମାସର ସମ୍ପତ୍ତି ଆକଳନ କରାଯାଏ ତାହେଲେ ଫେବୃଆରୀ ୨୨ ତାରିଖରେ ଜୁକରବର୍ଗଙ୍କ ସମ୍ପତ୍ତି ୮୦.୨ ଡଲାର ଥିଲା | ଏହାପରେ ମାର୍ଚ୍ଚ ମାସରେ ହ୍ରାସ ପାଇ ୫୬.୩ ଡଲାର ହୋଇଥିଲା | ଏପ୍ରିଲରେ ତାଙ୍କ ସମ୍ପତ୍ତିରେ ଲାଭ ହୋଇଥିଲା | ମେ ୨୨ ତାରିଖ ସୁଦ୍ଧା ତାଙ୍କ ସମ୍ପତ୍ତି ପାଖାପାଖି ୩୧.୪ ଡଲାର ବୃଦ୍ଧି ପାଇଛି |

{"id":275843,"width":577,"height":427,"sizeSlug":"large"}

ରିପୋର୍ଟ ଅନୁଯାୟୀ, ଜୁକରବର୍ଗଙ୍କ ଫେସବୁକ ଭାରତର ରିଲାଏନ୍ସ ଜିଓରେ ପାଖାପାଖି ୪୪ କୋଟି ଟଙ୍କା ବିନିଯୋଗ କରିଛି | ଫେସବୁକ ଜିଓର ୧୦ ପ୍ରତିଶତ ଭାଗିଦାର | ଏହାସହ ଫେସବୁକ ଅନଲାଇନ ସୋପିଙ୍ଗ ଫିଚର ଶପ ମଧ୍ୟ ଆରମ୍ଭ କରିଛି | ଫେସବୁକ ଫିଚରକୁ ବଢ଼ାଇ ମେସେଞ୍ଜର ଋମ୍ସରେ ଗ୍ରୁପ ଭିଡିଓ କଲିଙ୍ଗ ଆରମ୍ଭ କରିଛି |

{"id":275844,"width":585,"height":396,"sizeSlug":"large"}

ଏହି ଗୃପ ଭିଡିଓ କନଫରେନସିଂରେ ଏକାସାଙ୍ଗେ ୫୦ ଜଣ ଭିଡିଓ କଲ କରିପାରିବେ | ତେବେ ମହତ୍ଵପୁର୍ଣ କଥା ହେଲା, ଏହି ଭିଡିଓ କନଫରେନସିଂରେ ଯୋଗ ଦେବା ପାଇଁ ଫେସବୁକ ଆକାଉଣ୍ଟ ଥିବା ଆବଶ୍ୟକ ନୁହେଁ | ନିଜର ଫେସବୁକ ଆଇଡି ନଥିଲେ ମଧ୍ୟ ଆପଣ ଭିଡିଓ କନଫରେନସିଂରେ ସାମିଲ ହୋଇପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.