Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ଫେସବୁକରୁ ଜଣାପଡ଼ିବ ଆପଣଙ୍କୁ ହୋଇଛି କେଉଁ ରୋଗ

ନୂଆଦିଲ୍ଲୀ ୨୧/୬: ଆପଣଙ୍କ ସୋଶିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବେ ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇପାରିବ। ସେ ଏହି କଥାର ଭବିଷ୍ୟତବାଣୀ କରି ପାରିବ ଯେ ତାହାର ଗ୍ରାହକ ରୋଗଗ୍ରସ୍ତ କି ନୁହେଁ। ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ଏକଦମ୍ ସତ୍ୟ। ଯଦି ଆପଣଙ୍କୁ ଡାଏବେଟିସ୍ ଅଛି ଏବଂ ଆପଣ ମାନସିକ ସମସ୍ୟା ଭୋଗୁଛନ୍ତି ତେବେ ଆପଣଙ୍କ ସୋଶିଆଲ ମିଡିଆ ପୋଷ୍ଟ ଜରିଆରେ ଏହା ଜଣା ପଡ଼ିଯିବ।

ବୈଜ୍ଞାନିକଙ୍କ କହିବାନୁସାରେ ଗ୍ରାହକଙ୍କ ସୋଶିଆଲ ମିଡିଆ ପୋଷ୍ଟକୁ ଶାରିରୀକ ଲକ୍ଷଣଭଳି ଦେଖାଯିବ। ଆମେରିକାର ପେନସିଲଭାନିଆ ଏବଂ ଷ୍ଟୋନି ବ୍ରୃକ୍ ୟୁନିର୍ଭସିଟିର ଗବେଷକମାନେ ଅଟୋମେଟେଡ ଡାଟା କଲେକ୍ସନ ପ୍ରକ୍ରିୟା ଜରିଆରେ ୧୦୦୦ ରୋଗୀଙ୍କ ଫେସବୁକ୍ ପୋଷ୍ଟର ହିଷ୍ଟ୍ରିର ଅଧ୍ୟୟନ କରିଛନ୍ତି। ଏଥିରେ ଏହି ଗ୍ରାହକଙ୍କ ସମସ୍ତ ଫେସବୁକ ପୋଷ୍ଟର ଅଧ୍ୟୟନ କରାଯାଇଛି।

ବୈଜ୍ଞାନିକମାନେ ଏହି ରୋଗୀଙ୍କଠାରୁ ତାଙ୍କ ଇଲେକ୍ଟୋନିକ୍ ମେଡିକାଲ ରେକର୍ଡ଼ ଡାଟା ଏବଂ ପ୍ରୋଫାଇଲକୁ ଲିଙ୍କ କରିବାର ଅନୁମତି ନେଇଥିଲେ। ଏହା ପରେ ଗବେଷକମାନେ ବିଶ୍ଲେଷଣ ପାଇଁ ୩ଟି ମଡେଲ୍ କରିଥିଲେ ଏବଂ ଗବେଷଣା କରିଥିଲେ। ଏଥିରୁ ଗୋଟିଏ ମଡେଲରେ ଗ୍ରାହକଙ୍କ ଫେସବୁକ୍ ପୋଷ୍ଟର ଭାଷାର ବିଶ୍ଲେଷଣ କରାଯାଇଥିଲା ଏବଂ ଦ୍ବିତୀୟ ମଡେଲରେ ବୟସ  ଏବଂ ରୋଗୀଙ୍କ ଲିଙ୍ଗର ବିଶ୍ଲେଷଣ କରାଯାଇଥିଲା ଏବଂ ତୃତୀୟ ମଡେଲରେ ଏହି ଦୁଇଟି ମଡେଲ୍ ମିଶାଇ ବିଶ୍ଲେଷଣ କରାଯାଇଥିଲା।

ଗବେଷକମାନେ ଫେସବୁକ୍ ପୋଷ୍ଟ ଜରିଆରେ ରୋଗୀଙ୍କ ଶାରିରୀକ ଲକ୍ଷଣ ବିଷୟରେ ପତ୍ତା ଲଗାଇଥିଲେ। ଏଥିପାଇଁ ୨୧ଟି ଭିନ୍ନ ଭିନ୍ନ ପରିସ୍ଥିତିକୁ ଦେଖାଯାଇଥିଲା। ଗବେଷକମାନେ ୧୦ଟି ପରିସ୍ଥିତିର ସଠିକ୍ ଭବିଷ୍ୟତବାଣୀ କରିଥିଲେ। ଏହି ଭବିଷ୍ୟତବାଣୀ ରୋଗୀଙ୍କ ପୋଷ୍ଟର ଭାଷା ଆଧାରରେ କରାଯାଇଥିଲା।

ପ୍ରକୃତରେ,ଫେସବୁକରେ ଆମେ ନିଜ ବ୍ୟକ୍ତିତ୍ବ ସମ୍ବନ୍ଧିତ ସବୁ ଜିନିଷ ପୋଷ୍ଟ କରିଥାଉ। ଏହି ପୋଷ୍ଟ ଜରିଆରେ ବ୍ୟକ୍ତିଙ୍କ ମନରେ କ’ଣ ଚାଲିଥାଏ,ଏହା ବିଷୟରେ ସହଜରେ ଜଣାପଡ଼ିଯାଇଥାଏ। ଆମେ କିପରି ଅନୁଭବ କରିଥାଉ ଏବଂ ଆମ ଜୀବନଶୈଳୀ କିପରି ,ଗ୍ରାହକ ସବୁ କଥା ଫେସବୁକରେ ପୋଷ୍ଟ କରିଥାଆନ୍ତି। ଏମିତିକି ଅନେକ ଥର ନିଜ ରୋଗ ବିଷୟରେ ମଧ୍ୟ ପୋଷ୍ଟ କରିଥାଆନ୍ତି।

158 Views

   ସମ୍ବନ୍ଧିତ ଖବର