Jioର ୯.୯୯ ପ୍ରତିଶତ ଅଂଶଧନ କିଣିଲା ଫେସବୁକ୍ , ୪୩ ହଜାର କୋଟି ଟଙ୍କାର କାରବାର
22/04/2020 at 11:43 AM

ନୂଆଦିଲ୍ଲୀ ୨୨।୦୪: ଦୁନିଆର ସବୁଠୁ ବଡ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସ୍ବୁକ୍ ଭାରତର ସବୁଠୁ ବଡ ବିତଶାଳୀ ରିଲାନ୍ସ ଇଣ୍ଟ୍ରଷ୍ଟିଜ୍ର ମାଲିକ ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମରେ ୪୩ ହଜାର ୫୭୪ କୋଟି ଟଙ୍କାର ନିବେଶ କରିବାକୁ ଘୋଷଣା କରିଛି । ରିଲାନ୍ସ ଜିଓ ପକ୍ଷରୁ ବୁଧବାର ଜାରି ପ୍ରେସ୍ବିଜ୍ଞପ୍ତିରେ ଏହାର ଘୋଷଣା କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, ଜିଓ ପ୍ଲାଟଫର୍ମରେ ପେସ୍ବୁକ୍ ୪୩ ହଜାର ୫୭୪ କୋଟି ଟଙ୍କା ନିବେଶ କରି ୯.୯୯ ପ୍ରତିଶତ ଅଂଶଧନ କିଣିଛି ।
ଏହି ନିବେଶ ନେଇ ଜିଓ କହିଛି ଯେ, ଫେସ୍ବୁକ୍ ଓ ଜିଓ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମ ଅନେକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ । ପ୍ରଦ୍ୟୋଗୀକଂପାନୀରେ ଏତେ କମ୍ ଅଂଶଧନ କିଣିବା ପାଇଁ ଏହା ସବୁଠାରୁ ବଡ ନିବେଶ ହୋଇଛି । ଭାରତରେ କୌଣସି ପ୍ରଦ୍ୟୋଗୀ କଂପାନୀରେ ପୂର୍ବରୁ ଏହିପରି ବଡ ଧରଣର ନିବେଶ ହୋଇନଥିଲା । ଜିଓ ଓ ଫେସ୍ବୁକ ମଧ୍ୟମରେ ହୋଇଥିବା ଚୁକ୍ତି ପରେ ଜିଓ ପ୍ଲାଟଫର୍ମରେ ଛୋଟ ଛୋଟ ଅଂଶଧନ ଶ୍ରେଣୀରେ ଫେସ୍ବୁକ୍ର ଭାଗୀଦାରୀ ଅଧିକ ରହିବ ।
ଦେଶର ସବୁଠୁ ବଡ଼ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓର ୯.୯୯ ପ୍ରତିଶତ ଅଂଶଧନ କିଣିଲା ଫେସବୁକ୍ । ଏନେଇ ରିଲାଏନ୍ସ ଗ୍ରୁପ୍ ସୂଚନା ଦେଇଛି। ଏହାଦ୍ବାରା ରିଲାଏନ୍ସ ଜିଓରେ ୪୩ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜିନିବେଶ କରିଛି ଫେସବୁକ୍ । ଏହାଦ୍ବାରା ରିଲାଏନ୍ସ ଜିଓରେ ଫେସବୁକ୍ ୯.୯୯ ପ୍ରତିଶତ ହକଦାର ହୋଇଯାଇଛି। ଫେସବୁକ୍ କମ୍ପାନୀ ପାଇଁ ଏବେ ଭାରତ ହୋଇଛି ସବୁଠାରୁ ବଡ଼ ବଜାର। ଫେସବୁକ୍ କମ୍ପାନୀ ହ୍ବାଟ୍ସଆପ୍ କୁ ମଧ୍ୟ ଦେଶବ୍ୟାପୀ ୪୦ କୋଟି ଲୋକ ବ୍ୟବହାର କରୁଛନ୍ତି। ରିଲାଏନ୍ସ ଜିଓର ବର୍ତ୍ତମାନ ଦେଶରେ ୩୮.୮ କୋଟି ବ୍ୟବହାରକାରୀ ଅଛନ୍ତି। ତେବେ ଏହି ଡିଲ୍ ପରେ ମଧ୍ୟ ରିଲାଏନ୍ସ ଜିଓରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ସବୁଠାରୁ ବଡ଼ ଅଂଶୀଦାର ହୋଇ ରହିବ।