Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

BJPକୁ ଉପହାସ ଉଦ୍ୟମ ପଡିଲା ମହଙ୍ଗା, ପ୍ରସିଦ୍ଧ କେରଳୀ କବି କେ.ସଚ୍ଚିଦାନନ୍ଦନଙ୍କ Facebook ଆକାଉଣ୍ଟ ବ୍ଲକ୍

9/05/2021 at 7:56 PM

କୋଚ୍ଚି ୯।୫: କେରଳୀ କବି କେ.ସଚ୍ଚିଦାନନ୍ଦଙ୍କ ଫେସବୁକ୍‌ ଆକାଉଣ୍ଟ ବ୍ଲକ୍‌ ହୋଇଯାଇଛି। ଗତ ୨୪ ଘଣ୍ଟା ହେଲା ସେ ତାଙ୍କ ଫେସବୁକ୍‌ ପେଜରେ ଲାଇକ୍‌, କମେଣ୍ଟ ଓ ସେୟାର କରିପାରୁ ନାହାନ୍ତି। ଗତ କେରଳ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ନେଇ ଏକ ବ୍ୟଙ୍ଗ ଭିଡିଓ ଅପଲୋଡ କରିବାକୁ ଉଦ୍ୟମ କରିଥିଲେ। ତେବେ ତା ପରଠାରୁ ଫେସ୍‌ବୁକ୍‌ ତାଙ୍କୁ ବ୍ଲକ୍ କରିଥିବା ସେ ଅଭିଯୋଗ କରିଛନ୍ତି।

ଗଣମାଧ୍ୟମ ସହ ଆଲୋଚନାରେ  ୩୦ ଦିନ ଲାଗି ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ଲାଇଭ ଉପସ୍ଥିତି ଉପରେ ମଧ୍ୟ ଫେସବୁକ କଟକଣା ଲାଗୁ ଥିବା କହିଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ସଚ୍ଚିଦାନନ୍ଦ ଯେତେବେଳେ ପାର୍ଟିର ନିର୍ବାଚନୀ ହାର ବ୍ୟଙ୍ଗ ଭିଡିଓ ଅପଲୋଡ କରିବାକୁ ଚେଷ୍ଟା କଲେ ସେତେବେଳେ ଫେସବୁକ୍‌ ତାଙ୍କୁ ଏକ ମ୍ୟାସେଜ୍ କରିଥିଲା। ଯେଉଁଥିରେ ସେ ସମୂଦାୟର ନିୟମ ଉଲ୍ଲଂଘନ କରୁଥିବାର ସୂଚିତ କରିଥିଲା।

ତେବେ ସେ ଯେଉଁ ଭିଡିଓ ସେୟାର କରୁଥିଲେ ତାହା ତାଙ୍କ ପୂର୍ବରୁ ସୋସିଆଲ ମିଡିଆରେ ବହୁଳ ଅପଲୋଡ ହୋଇସାରିଥିଲା ଓ ଏହି ଭିଡିଓ କାହାଲାଗି ଅପମାନଜନକ ନଥିଲା ବୋଲିସଚ୍ଚିଦାନନ୍ଦ କହିଛନ୍ତି। ତେବେ କବି ତାଙ୍କ ଅଭିଜ୍ଞତାକୁ ପାଥେୟ କରି ଆଲୋଚକ ତାଙ୍କୁ ନଜରରେ ରଖିଥିବାର ସେଅଭିଯୋଗ କରିଛନ୍ତି। ତେବେ ଫେସବୁକ୍‌ର କାର୍ଯ୍ୟାନୁଷ୍ଠାନକୁ ବିଜେପି ରାଜ୍ୟ ୟୁନିଟ୍‌ ରବିବାର ଉଚିତ ବୋଲି କହିଛି।

ତବେ ସୋସିଆଲ ମିଡିଆ ପ୍ଲାଟଫର୍ମର ଏପରି କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ନେତା ଶଶୀ ଥରୁର, ସିପିଏମ ନେତା ଟି.ଏମ.ଥୋମାସ ଇସାକ ସମାଲୋଚନା କରିଛନ୍ତି। ଏ ନେଇ ସେମାନେ ଟ୍ୱିଟ୍‌ ହ୍ୟାଣ୍ଡଲରେ ସେମାନଙ୍କ ମନ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ରାଜ୍ୟର ଜନୈକ ପ୍ରତିଷ୍ଠିତ କବିଙ୍କ ଫେସବୁକ୍‌ ଆକାଉଣ୍ଟ ବ୍ଲକ କରାଯିବା ନିନ୍ଦନୀୟ ବୋଲି ଉଲ୍ଲେଖ କରିଛନ୍ତି। ସିପିଏମ ନେତା ଇସାକ୍‌ ଏହାକୁ ଘୃଣ୍ୟ ମନବୃତ୍ତି ବୋଲି କହିଛନ୍ତି।

ପ୍ରସଙ୍ଗରେ ଅଗ୍ରଣୀ ମାଲାୟଲମ କବି ତଥା ଜାତୀୟ ସାହିତ୍ୟ ଏକାଡେମୀର ପୂର୍ବତନ ସାଧାରଣ ସମ୍ପାଦକ ମଧ୍ୟ ସଚ୍ଚିଦାନନ୍ଦଙ୍କ ସମର୍ଥନରେ ବାହାରିଛନ୍ତି। ଏହା ଛଡା କେରଳୀ ଲେଖକ, କଳା ଓ ସାହିତ୍ୟ ପ୍ରତି ଉତ୍ସାହୀ ଲୋକଙ୍କ ସମେତ ଡିୱାଇଏଫଆଇ ଓ ସିପିଏମ ୟୁଥ୍ ୱିଙ୍ଗ ମଧ୍ୟ ଫେସବୁକ୍‌ଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି।

   Related Posts