ଫେସବୁକ୍ ଏବଂ ଗୁଗଲକୁ ବଡ ଝଟ୍‌କା, ନ୍ୟୁଜ୍ କଣ୍ଟେଣ୍ଟ ପାଇଁ ଦେବାକୁ ପଡିପାରେ ଦେୟ

Published By : Prameya-News7 Bureau | July 31, 2020 IST

କାନବେରା ୩୧।୭: ଅଷ୍ଟ୍ରେଲିଆରେ ଗୁଗଲ୍ ଏବଂ ଫେସବୁକକୁ ସମ୍ବାଦ ବିଷୟବସ୍ତୁ ପାଇଁ ଦେୟ ଦେବାକୁ ପଡିପାରେ । ଅଷ୍ଟ୍ରେଲିଆ ସରକାର ଶୁକ୍ରବାର ଦିନ କହିଛନ୍ତି ଯେ ତାଙ୍କ ଯୋଜନା ଗୁଗଲ ଏବଂ ଫେସବୁକର ମିଡିଆ କମ୍ପାନୀଗୁଡିକ ସହିତ ବୁଝାମଣା କରିବାକୁ ତିନି ମାସ ସମୟ ଦେଇଛି କାରଣ ଉପଯୁକ୍ତ ଦେୟ ନିର୍ଣ୍ଣୟ ହୋଇପାରିବ । ସରକାର ଏକ ବାଧ୍ୟତାମୂଳକ ଆଚରଣ ସଂହିତାର ଏକ ଡ୍ରାଫ୍ଟ ପ୍ରକାଶ କରିଛନ୍ତି, ଯେଉଁଥିରେ ବାଣିଜ୍ୟିକ ମିଡିଆ କମ୍ପାନୀଗୁଡିକରୁ ନିଆଯାଇଥିବା ସମ୍ବାଦ ବିଷୟବସ୍ତୁ ପାଇଁ ବିଶ୍ବ ଡିଜିଟାଲ କମ୍ପାନୀଗୁଡିକୁ ଦେୟ ଦେବାକୁ ପଡିବ । ବିଶ୍ବର ଅନ୍ୟ ଦେଶମାନେ ଏପରି କୌଣସି ସଂହିତା ପ୍ରଣୟନ କରିବାରେ ବିଫଳ ହୋଇଛନ୍ତି ।

ଅର୍ଥମନ୍ତ୍ରୀ ଜୋଶ ଫ୍ରଏଡେନବର୍ଗ କହିଛନ୍ତି ଯେ ପ୍ରସ୍ତାବିତ ଆଇନ ଅନୁଯାୟୀ ଗୁଗୁଲ ଏବଂ ଫେସବୁକ ହେଉଛି ପ୍ରଥମ ଟାର୍ଗେଟ୍ । ଏହା ପରେ ଅନ୍ୟ ଡିଜିଟାଲ ପ୍ଲାଟଫର୍ମଗୁଡିକୁ ମଧ୍ୟ ଦେୟ ମାଗାଯିବ । ଫ୍ରଏଡେନବର୍ଗ କହିଛନ୍ତି, ଅଷ୍ଟ୍ରେଲୀୟ ମିଡିଆ କମ୍ପାନୀଗୁଡିକ ପାଇଁ ଏହା ଉପଯୁକ୍ତ ଅଟେ । ଏହା ପ୍ରତିଯୋଗିତା, ଉପଭୋକ୍ତା ସୁରକ୍ଷା ବୃଦ୍ଧି କରିବ ଏବଂ ମିଡିଆ କ୍ଷେତ୍ରରେ ସ୍ଥିରତା ଆଣିବ ।

ଡ୍ରାଫ୍ଟରେ ଦର୍ଶାଯାଇଛି ଯେ ଯଦି ଆମେରିକାର ଡିଜିଟାଲ ଫୋରମ୍ ଅଷ୍ଟ୍ରେଲିଆର ମିଡିଆ କମ୍ପାନୀଗୁଡିକ ସହିତ ତିନି ମାସ ପରେ ମଧ୍ୟ ଚୁକ୍ତି ନକରନ୍ତି, ତେବେ ଆର୍ବିଟ୍ରେଟର ନିଯୁକ୍ତ ହେବେ । ଯାହାର ନିଷ୍ପତ୍ତି ବାଧ୍ୟତାମୂଳକ ହେବ । ଫ୍ରୁଡେନବର୍ଗ କହିଛନ୍ତି ଯେ ଅଗଷ୍ଟ ୨୮ ସୁଦ୍ଧା ଏହି ଡ୍ରାଫ୍ଟ ଉପରେ ଆଲୋଚନା ହେବ । ଏହାପରେ ସଂସଦରେ ଏହାକୁ ଆଗତ କରାଯିବ । ଏହା ଉପରେ ଫେସବୁକ ଏବଂ ଗୁଗଲ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.