Zoom କୁ ଟକ୍କର ଦେବା ପାଇଁ ଆସିଗଲା Facebookର ନୂଆ ଫିଚର : ଏବେ ମୋବାଇଲ୍ ଏବଂ ଡେସ୍କଟପର ସ୍କ୍ରିନ୍ କରିପାରିବେ ସେୟାର
17/07/2020 at 11:24 AM

ନୂଆଦିଲ୍ଲୀ ୧୭/୭: ଫେସବୁକ୍ ଏବେ ଭିଡିଓ କଲିଂ ପ୍ଲାଟଫର୍ମ ଜୁମକୁ ଟକ୍କର ଦେବା ପାଇଁ ନୂଆ ନୂଆ ଫିଚର୍ସ ଆଣୁଛି। ଏବେ ମ୍ୟାସେଞ୍ଜରରେ ଏପରି ଏକ ନୂଆ ଫିଚର ଆଡ କରାଯାଇଛି ଯାହା ଜୁମ୍ ଭିଡିଓ କଲିଂ ପ୍ଲାଟଫର୍ମ ସହ ମିଶୁଛି।
ଏବେ ମ୍ୟାସେଞ୍ଜରରେ ମଧ୍ୟ ଭିଡିଓ କଲିଂ ସମୟରେ ଆପଣ ସ୍କ୍ରିନ୍ ସେୟାର କରି ପାରିବେ। ଏହି ଫିଚରକୁ ଆଣ୍ଡ୍ରଏଡ ଏବଂ ଆଇଓଏସର ମ୍ୟାସେଞ୍ଜର ଆପରେ ଦିଆଯିବ। ଏହା ଅନୁସାରେ ଗ୍ରୃପ୍ ଭିଡିଓ କଲ୍ କିମ୍ବା ଓ୍ବାନ୍ ଅନ୍ ଓ୍ବାନ୍ ଭିଡିଓ କଲ୍ ସମୟରେ ପରସ୍ପର ସହ ସ୍କ୍ରିନ୍ ସେୟାର କରି ପାରିବେ।
କରୋନା ଭାଇରସ୍ ମହାମାରୀ ଯୋଗୁଁ ଆରମ୍ଭ ହୋଇଥିବା ଲକଡାଉନ୍ ପରଠୁ ଭିଡିଓ କଲିଂ ପ୍ଲାଟଫର୍ମର ଡିମାଣ୍ଡ ଜୋରରେ ବଢ଼ିଛି। ଫେସବୁକ୍ ମଧ୍ୟ ମ୍ୟାସେଞ୍ଜରର ଗ୍ରୃପ୍ ଭିଡିଓ କଲିଂ ସର୍ଭିସ୍ ରୁମର ଆରମ୍ଭ କରିଥିଲେ।
ଏହି ଯେଉଁ ନୂଆ ସ୍କ୍ରିନ୍ ସେୟାରିଂର ଫିଚର ରହିଛି ଏହାକୁ ୮ଜଣଙ୍କ ସହ କରାଯାଉଥିବା ଭିଡିଓ କଲିଂ ସମୟରେ ବ୍ୟବହାର କରାଯାଇପାରିବ। ଏହା ସହିତ ରୁମସରେ୧୬ଜଣଙ୍କ ସହ ସ୍କ୍ରିନ୍ ସେୟାର କରି ପାରିବେ।
ମ୍ୟାସେଞ୍ଜରରେ ସ୍କ୍ରିନ୍ ସେୟାର ଫିଚର ଜରିଆରେ ଆପଣ ଭିଡିଓ କଲିଂରେ ଜଏନ କରୁଥିବା ଲୋକଙ୍କୁ ନିଜ ସ୍ମାର୍ଟଫୋନର ସ୍କ୍ରିନ୍ ଦେଖାଇ ପାରିବେ। ଉଦାହରଣ ଭାବେ ଯଦି ଆପଣ କୌଣସି ଭିଡିଓ ଦେଖୁଛନ୍ତି କିମ୍ବା କୌଣସି ପ୍ରେଜେଣ୍ଟେସନ ରହିଛି ତେବେ ମଧ୍ୟ ଆପଣ ସ୍କ୍ରିନ୍ ସେୟାରିଂ ଜରିଆରେ ଗ୍ରୃପ୍ କଲିଂରେ ସାମିଲ ହୋଇଥିବା ଲୋକଙ୍କ ସହ ସେୟାର କରି ପାରିବେ।
ସ୍କ୍ରିନ୍ ସେୟାରିଂର ଏହି ଫିଚର କେବଳ ମୋବାଇଲ୍ ଆପରେ ଉପଲବ୍ଧ ହେବ ନାହିଁ ବରଂ ମ୍ୟାସେଞ୍ଜର ରୁମ୍ ଓ୍ବେବରେ ମଧ୍ୟ ଏହା ବ୍ୟବହାର କରାଯାଇପାରିବ। ଅର୍ଥାତ୍ ଏପରି କରି ଆପଣ ନିଜ କମ୍ପ୍ୟୁଟରର ସ୍କ୍ରିନ୍ ମଧ୍ୟ ସେୟାର କରି ପାରିବେ।