Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଆଇଟମ୍ ଡ୍ୟାନ୍ସର ରାନୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ : ଦୁଇ ଦିନରେ ଆସିଲାଣି ୬ହଜାର କଲ୍, ରାତ୍ରୀଯାପନ ପାଇଁ ୨ଲକ୍ଷରୁ ଅଧିକ ଟଙ୍କା ଅଫର

2/03/2019 at 1:04 PM

ଭୁବନେଶ୍ବର ୨|୩ : ଯାତ୍ରା ଜଗତର ସନି ଲିଓନି ଅଭନେତ୍ରୀ ରାନୀଙ୍କର ଫେସବୁକ୍ ଆକାଉଣ୍ଟ ହାକ୍ ହୋଇଛି । କେବଳ ସେତିକି ନୁହେଁ କେହି ତାଙ୍କ ଫେସବୁକ୍ ଆକାଉଣ୍ଟ ବହାକ୍ କରି ସେଠାରେ ତାଙ୍କର ମୋବାଇଲ ନମ୍ବର ଦେବା ସହ କଲ୍ ଫର୍ ସେକ୍ସ ସର୍ଭିସ୍  ବୋଲି ଲେଖି ଦେଇଛି । ଫଳରେ ଗତ ଦୁଇ ଦିନ ଭିତରେ ରାନୀଙ୍କୁ ୬ହଜାରରୁ ଅଧିକ କଲ୍ ଆସିବା ସହ ତାଙ୍କୁ ଅନୈତିକ କାମ ପାଇଁ ଆମନ୍ତ୍ରଣ କରାଯାଉଥିବା ରାନୀ ପ୍ରକାଶ କରିଛନ୍ତି । ଫେସବୁକ୍ ରେ ତାଙ୍କ ନାଁକୁ ମଧ୍ୟ ସାଗରିକା ମହାନ୍ତି (ଜ୍ୟୋତି) ବୋଲି ଲେଖି ଦିଆଯାଇଛି । ଏହି ଆକାଉଣ୍ଟରେ ବିଭିନ୍ନ ପର୍ଣ୍ଣ ଷ୍ଟାରଙ୍କ ନଗ୍ନ ଦେହ ସହ ରାନୀଙ୍କ ମୁହଁ ଯୋଡି ପୋଷ୍ଟ କରାଯାଇଥିଲା ।

ତେବେ ରାନୀ ତାଙ୍କ ଫେସବୁକ୍ ଆକାଉଣ୍ଟ ହାକ୍ କରି ତାହାର ଦୁରୁପୋଯୋଗ କରାଯାଉଥିବା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବା ପାଇଁ ବାହରିଥିବାରୁ ଆଜି ସେହି ସବୁ ଫଟୋ ଡିଲିଟ୍ କରିଦିଆଯାଇଛି ।ସେହି ସ୍ଥାନରେ ଲକ୍ଷ୍ମୀଙ୍କ ଫଟୋ ପୋଷ୍ଟ କରିଦିଆଯାଇଛି । ରାନୀ କହିଛନ୍ତି ଯେ, ଗତ ଦୁଇ ଦିନ ଭିତରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲାଣି । ସମାଜର ବିଭିନ୍ନ ସ୍ତରରେ ଥିବା ଲୋକମାନେ ତାଙ୍କୁ ଫୋନ୍ କରି ମୋଟା ଅଙ୍କର ପାରିଶ୍ରମିକ ମଧ୍ୟ ଯାଚିବା ସହ ରାତ୍ରିଯାପନ ପାଇଁ ଆମନ୍ତ୍ରଣ କରୁଛନ୍ତି । ଏପରିକି ବିଭିନ୍ନ ମଠରୁ ମଧ୍ୟ ତାଙ୍କୁ ପୋନ୍ କରି ଗୋଟିଏ ରାତି ପାଇଁ ୨ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଲୋଭନ ଦିଆଯାଇଥିବା ରାନୀ କହିଛନ୍ତି । ତେବେ ତାଙ୍କ ଆକାଉଣ୍ଟ ହାକ୍ ନେଇ ରାନୀ ପ୍ରଚଣ୍ଡ କ୍ଷୋଭ ପ୍ରକାଶ କରିଛନ୍ତି । ହ୍ୟାକରକୁ ଧରିବା ସହ ତାକୁ ଉଚିତ୍ ଦଣ୍ଡ ଦେବା ପାଇଁ ରାନୀ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାନୀ ଓରଫ ପୁଷ୍ପଲତା ପଣ୍ଡା ଖଣ୍ଡଗିରି ଯାତ୍ରାରେ ହଇଚଇ ସୃଷ୍ଟି କରିଥିଲେ । ଯାତ୍ରା ପେଣ୍ଡାଲରେ ଅଙ୍ଗ ପ୍ରଦର୍ଶନ ଯୋଗୁଁ lାହ୍କ ବିରୋଧରେ କଳିଙ୍ଗ ସେନା ଖଣ୍ଡଗିରି ଥାନାରେ ମାମଲା ମଧ୍ୟ ରୁଜୁ କରିଥିଲା । ଫଳରେ କମିଶନରେଟ୍ ପୋଲିସ ହସ୍ତକ୍ଷେପ କରି ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ ଉପରେ କଟକଣା ଜାରି କରିଥିଲା । ରାନୀ ଲୈଲା ମେ ଲୈଲା ଗୀତରେ ନୃତ୍ୟ କରିବା ବେଳେ ଉନ୍ମତ ହୋଇ ପେଣ୍ଡାଲ ଉପରେ ବ୍ଲାଉଜ୍ ମଧ୍ୟ ଖୋଲିଦେଇଥିଲେ । ଏପରିକି ଜଣେ ଦର୍ଶକଙ୍କ କାନକୁ କାମୁଡି ରାନୀ ରକ୍ତାକ୍ତ କରିଦେଇଥିବା ଚର୍ଚ୍ଚା ହୋଇଥିଲା ।

୨୦୧୭ ମସିହାରୁ ଯାତ୍ରା ଜଗତରେ ପାଦ ଦେଇଥିବା ରାନୀ ଚଳିତବର୍ଷ ସଚ୍ଚିଦାନନ୍ଦନମ୍ ପାର୍ଟିରେ ଆଇଟମ୍ ଡ୍ୟାନ୍ସର ଭାବେ ଯୋଗଦେଇଥିଲେ । ସନି ଲିଓନି, ବିଦ୍ୟା ବାଲାନ୍ ଓ ରାକ୍ଷୀ ସାଓ୍ବନ୍ତଙ୍କୁ ମାତ୍ ଦେବି ବୋଲି ଦୃଢୋକ୍ତି ପ୍ରକାଶ କରୁଥିବା ରାନୀ ଅଙ୍ଗ ପ୍ରଦର୍ଶନ ଭୁଲ୍ କଥା ବୋଲି ମାନିବାକୁ ନାରାଜ । ବିଭିନ୍ନ ଗଣମାଧ୍ୟମରେ ତାଙ୍କ ଅଙ୍ଗ ପ୍ରଦର୍ଶନକୁ ନେଇ ହୋଇଥିବା ବିତର୍କରେ ସେ ଏହା ଆଗକୁ ମଧ୍ୟ କରିବେ ବୋଲି ଦୃଢତାର ସହିତ କହିଛନ୍ତି । ରାନୀ ଯାତ୍ରା ବ୍ୟତୀତ ବିଭିନ୍ନ ଦ୍ବିଅର୍ଥବୋଧକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି ।

   Related Posts