Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏଡିଜିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌

10/07/2020 at 11:21 AM

ଭୁବନେଶ୍ୱର୧୦/୦୭: ମାତିଛନ୍ତି ସାଇବର ଅପରାଧୀ । ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ପୁଲିସ୍‌, ନେତା, ବ୍ୟାବସାୟୀଙ୍କ ଆକାଉଣ୍ଟ ହ୍ୟାକ୍‌ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଆଜି ଏହି ହ୍ୟାକରଙ୍କ ଶିକାର ହେଇଛନ୍ତି ୧୯୮୯ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ତଥା ରେଳବାଇ ଓ କୋଷ୍ଟାଲ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ । ଏନେଇ ଏଡିଜି କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି ।  

ମିଳିଥିବା ସୂଚନା ମୁତାବକ, ହ୍ୟାକର ମାନେ ଆଇପିଏସଙ୍କ ଫେସବୁକ ଆକାଉଣ୍ଟକୁ ପ୍ରଥମେ ହ୍ୟାକ୍‌ କରି ନେଇଥିଲେ । ତା’ପରେ ଉକ୍ତ ଆକାଉଣ୍ଟରୁ ହ୍ୟାକ୍‌ରମାନେ ଏକାଧିକ ବ୍ୟକ୍ତିଙ୍କୁ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ପଠାଉଛନ୍ତି । ଆଇପିଏସ୍‌ଙ୍କ ଉଚ୍ଚ ପଦାଧିକାରୀ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ଦେଖି ଅନେକ ଲୋକ ଖୁସି ହୋଇ ସେଥିରେ ଚାଟିଂ ଆରମ୍ଭ କରିଥିଲେ । ଯିଏ ଚାଟିଂ କରିଥିଲା ତାକୁ ଟଙ୍କା ମାଗିଥିଲେ ହ୍ୟାକର। ତେବେ ଏ ବିଷୟରେ ଖବର ପାଇଥିଲେ ଏଡିଜି ଶ୍ରୀ ଆଚାର୍ଯ୍ୟ । ନିଜ ଫେସବୁକ ଆକାଉଣ୍ଟରେ ଏ କଥା ସେୟାର କରିବା ସହିତ ଏଥିପ୍ରତି ଧ୍ୟାନ ନ ଦେବାକୁ ଅନୁରୋଧ କରିଛନ୍ତି । ଯଦି ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ସାଇବର ଅପରାଧୀମାନେ ଟାର୍ଗେଟ କରି ପାରୁଛନ୍ତି ତେବେ ସାଧାରଣ ଲାକଙ୍କ ଅବସ୍ଥା କ’ଣ ହେବ ତାହା ଚିନ୍ତାଜନକ । କିଛି ଦିନ ତଳେ ଏସିପି ରବିନ୍ଦ୍ର ଶତପଥୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌ କରି ଏମିତି ଟଙ୍କା ମାଗିଥିଲେ ହ୍ୟାକର୍‌ । ତା’ଛଡା କିଛି ସାମ୍ବାଦିକ ଓ ନେତା ମଧ୍ୟ ହ୍ୟାକରଙ୍କ ହାବୁଡ଼ରେ ପଡ଼ିଥିଲେ ।

   Related Posts