ମହଙ୍ଗା ପଡିଲା ଫେସବୁକ ପ୍ରେମ । ଯୁବକଙ୍କୁ ବ୍ଲାକମେଲ କରି ୭ ଲକ୍ଷ ଟଙ୍କା ହଡ଼ପ

Published By : Prameya-News7 Bureau | October 20, 2019 IST

କୋରାପୁଟ- ମହଙ୍ଗା ପଡିଲା ଫେସବୁକ ପ୍ରେମ । ଯୁବକଙ୍କୁ ବ୍ଲାକମେଲ କରି ୭ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଅଞ୍ଚଳର ଘଟଣା । ଜଗଦୀଶ ପାଢ଼ୀ ନାମକ ଜଣେ ଯୁବକ ଠକାମୀର ଶିକାର ହୋଇଛନ୍ତି । ସେ ୨୦୧୫ ମସିହାରୁ ଫେସବୁକ ମାଧ୍ୟମରେ ଜଣେ ଯୁବତୀଙ୍କ ସହିତ ବନ୍ଧୁତା କରିଥିଲେ । ଉଭୟଙ୍କ ମଧ୍ୟରେ ଆପତ୍ତି ଜନକ ଚାଟିଂ ସହ ଫଟୋ ସେୟାର ମଧ୍ୟ ହୋଇଥିଲା ।

ଘଟଣା ସମ୍ପର୍କରେ ପବିତ୍ର ନାମକ ଜଣେ ଯୁବକ ଜାଣିବା ପରେ ତାଙ୍କୁ ବ୍ଲାକମେଲ କରି ପ୍ରଥମେ ୭ ଲକ୍ଷ ଟଙ୍କା ଲୁଟି ଥିଲେ । ଯାହାକୁ ନେଇ ସେ ଦୀର୍ଘଦିନ ହେଲା ମାନସିକ ଚାପରେ ଥିଲେ । ପରବର୍ତ୍ତି ସମୟରେ ପବିତ୍ର ୩ ଲକ୍ଷ ଟଙ୍କା ପୁଣି ଦାବି କରିବାରୁ ଜଗଦୀଶ ସେମିଳିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସାଇବର ସେଲର ସହାୟତା ନେଇ ଅଭିଯୁକ୍ତକୁ ଗିରଫ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.