ଆଞ୍ଜେଲିନା ଜୋଲିଙ୍କ ଭଳି ଦେଖା ହେବା ପାଇଁ ସର୍ଜରୀ କରି ବରବାଦ୍ କଲେ ଚେହେରା,ସୋସିଆଲ୍ ମିଡିଆରେ ଅପ୍ଲୋଡ କରି ଏବେ ଜେଲରେ!

Published By : Prameya-News7 Bureau | October 07, 2019 IST

ଇରାନ୭|୧୦: ଇରାନରେ ଜଣେ ଯୁବତୀ ହଲିଉଡ ଷ୍ଟାର ଆଞ୍ଜେଲିନା ଜୋଲିଙ୍କ ଭଳି ଦେଖା ହେବା ପାଇଁ ନିଜ ମୁହଁକୁ ବାରମ୍ବାର କସ୍ମେଟିକ୍ ସର୍ଜରୀ କରି ଗିରଫ ହୋଇଛନ୍ତି। ସୋସିଆଲ ମିଡିଆ ଷ୍ଟାର ଶାହାରାଙ୍କୁ ତେହରୀନ ଅଦାଲତଙ୍କ ନିର୍ଦେଶ ପରେ ତାଙ୍କୁ ଗିରଫ କରାଯାଇଛି। ସାସ୍କୃତିକ ଅପରାଧ ଓ ସାମାଜିକ ନୈତିକ ଭଷ୍ଟ୍ରଚାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

{"id":167383,"width":571,"height":577}

ସୂଚନାଯୋଗ୍ୟ ଯେ ତୀବ୍ର ହିଂସା ସୃଷ୍ଟି ଓ ଅନୁଚିତ ଉପାୟରେ ଟଙ୍କା ରୋଜଗାର ଏବଂ ଯୁବପୀଢ଼ିଙ୍କୁ ପଥଭ୍ରଷ୍ଟ କରିବା ଭଳି ଅଭିଯୋଗ ଇନଷ୍ଟାଗ୍ରାମ ଉପରେ ଲାଗିଛି। ହଲିଉଡ ଷ୍ଟାର ଆଞ୍ଜେଲିନା ଜୋଲିଙ୍କ ଭଳି ଦେଖା ପାଇଁ ଶାହାରା ସବୁବେଳେ ଚାହାନ୍ତି।

{"id":167386,"width":585,"height":575}

ତେଣୁ ଶାହାରା ପ୍ଲାଷ୍ଟିକ ସର୍ଜରୀ କରିବା ପରେ ଇନଷ୍ଟାଗ୍ରାମରେ ତାଙ୍କର ସବୁ ଫଟୋଗୁଡିକୁ ସେ ପୋଷ୍ଟ କରିଥିଲେ। ଏହି ଫଟୋ ଦେଖି ଯୁବପୀଢ଼ି ଏଭଳି ନକରନ୍ତୁ ବୋଲି ତାଙ୍କୁ ଗିରଫ କରାଯାଇଛି। ଶାହାରାଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା।

{"id":167384,"width":583,"height":382}

ଇନଷ୍ଟାଗ୍ରାମରେ ଶାହାରାଙ୍କ ୨୬,୮୦୦ ଫଲୋର୍ସ ରହିଛନ୍ତି। ତାଙ୍କର ପ୍ରତ୍ୟେକ ଭିଡିଓ ଓ ଫଟୋ ଯୁବପୀଢ଼ି ଉପରେ ଅଧିକ ପ୍ରଭାବ ପକାଉଥିବା କଥା ସୂଚନା ମିଳିଛି। ଶାହାରାଙ୍କ ଇନଷ୍ଟାଗ୍ରାମରେ ଥିବା ଫଟୋରେ ତାଙ୍କର ଚେହେରା ଦେଖିଲେ ପୂର୍ବ ଫଟୋ ଓ ବର୍ତ୍ତମାନର ଫଟୋ ଭିତରେ ବହୁ ପାର୍ଥକ୍ୟ ଦେଖାଯିବ। ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଫଟୋରେ ସେ ରାଗିଲା ଭଳି ଦେଖାଯାଉଛନ୍ତି। ତାଙ୍କର ପାଉଟିଙ୍ଗ ଲିପ୍ସ୍‌ର ଫଟୋକୁ ସେ ଇନଷ୍ଟାଗ୍ରାମରେ  ପୋଷ୍ଟ କରିଛନ୍ତି।  ଗୋଟିଏ ଫଟୋରେ ମଧ୍ୟ ତାଙ୍କ ନାକ ବ୍ୟାଣ୍ଡେଜ ହେବାର ଦୃଶ୍ୟ ରହିଛି।​‌

{"id":167385,"width":575,"height":461}

ସୋସିଆଲ ମିଡିଆ ଷ୍ଟାର ଶାହାରାଙ୍କ ପ୍ଲାଷ୍ଟିକ ସର୍ଜରୀ ହେବାପରେ ତାଙ୍କ ନାକ ବ୍ୟାଣ୍ଡେଜ ହୋଇଥିବା କଥା ଜଣାପଡିଛି। ଇରାନରେ ପ୍ଲାଷ୍ଟିକ ସର୍ଜରୀ ଏତେ ଲୋକପ୍ରିୟ ହୋଇ ଗଲାଣି ଯେ ଏଠାକାର ଲୋକ ବର୍ଷ ତମାମ ପ୍ଲାଷ୍ଟିକ ସର୍ଜରୀ କରିଥାନ୍ତି। ସୂଚନାଯୋଗ୍ୟ ଯେ, ଇରାନରେ କେବଳ ଇନଷ୍ଟାଗ୍ରାମ ବ୍ୟବହାର କରାଯାଏ। ଫେସବୁକ୍‌ ଓ ଟ୍ବିଟର ଇରାନରେ ବ୍ୟାନ ହୋଇଛି। ଏହା ଏକ ଭାଇରାଲ ଖବର ଓ ଏହି ଫଟୋଟି ଫଟୋ ଏଡିଟିଙ୍ଗ ସଫ୍ଟଓ୍ବେୟାରେ ଏଡିଟିଙ୍ଗ କରାଯାଇଥିବା କଥା ଅନେକ ମତ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.