କୁକୁର ଆକ୍ରମଣରେ ବିଗିଡ଼ିଲା ଅଭିନେତ୍ରୀ ସାନା ମକବୁଲଙ୍କ ଚେହେରା : ଅଛନ୍ତି ମାନସିକ ଅବସାଦରେ

Published By : Prameya-News7 Bureau | May 30, 2020 IST

ମୁମ୍ବାଇ ୩୦/୫: ‘ଇଶାନ’,‘କିତନି ମୋହବ୍ବତ ୨’,‘ଅର୍ଜୁନ’ ଏବଂ ‘ଆଦତ ସେ ମଜବୁର’ ଭଳି ଟିଭି ଶୋ ରେ ନଜର ଆସିଥିବା ଅଭିନେତ୍ରୀ ସାନା ମକବୁଲ୍ ଖାନଙ୍କର ଏବେ ଦୁର୍ଦ୍ଦିନ ଚାଲିଛି। କିଛି ସପ୍ତାହ ତଳେ ତାଙ୍କ ମୁହଁରେ ଏକ କୁକୁର ଆକ୍ରମଣ କରିଥିଲା ଯାହା ଫଳରେ ତାଙ୍କୁ ସର୍ଜରୀ କରିବାକୁ ପଡ଼ିଛି। ଏହି ଆକ୍ରମଣ ପରେ ତାଙ୍କ ପୂରା ଦୁନିଆ ବଦଳି ଯାଇଛି। ଏହି ସଙ୍କଟରୁ ବାହାରିବା ପାଇଁ ସେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି।

{"id":278277,"sizeSlug":"large"}

ସନା ଏକ ଖବରକାଗଜକୁ ସାକ୍ଷାତକାର ଦେଉଥିବାବେଳେ କହିଛନ୍ତି ଯେ,‘ ଏତେ ଦିନ ହେବ ସେ ଏହି ବିଷୟରେ କଥା ହେବାକୁ ଚାହୁଁନଥିଲେ କାରଣ ଲୋକେ ଏହାକୁ ବହୁତ ନେଗେଟିଭ ଭାବେ ନେଇ ନିଅନ୍ତି। ଏହା କିପରି ହେଲା,କେବେ ହେଲା ସେ ଏହା ବିଷୟରେ କିଛି କହିବାକୁ ଚାହଁନ୍ତି ନାହିଁ। ବାସ୍ ଏତିକି କହିବେ ଯେ ସେ ଏବେ କଷ୍ଟରେ ଜୀବନଯାପନ କରୁଛନ୍ତି ଏବଂ ଏହି କଷ୍ଟରୁ ବାହାରିବା ପାଇଁ ନିଜର ସାହସ ବଢ଼ାଉଛନ୍ତି।’

wp:core-embed/instagram {"url":"https://www.instagram.com/p/CAHn425F1hC/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAHn425F1hC/?utm_source=ig_embed
/wp:core-embed/instagram

ନିଜ ମୁହଁରେ ହୋଇଥିବା ଆକ୍ରମଣ ବିଷୟରେ ସାନା କହିଛନ୍ତି ଯେ ‘ ତାଙ୍କ ପୂରା ମୁହଁ ଖରାପ ହୋଇନାହିଁ ବରଂ ଗୋଟିଏ ଭାଗ ବିଗିଡ଼ି ଯାଇଛି। ସେହି ସ୍ଥାନରେ ସର୍ଜରି ହୋଇଛି ଯାହାକୁ ସ୍କିନ୍ ଗ୍ରାଫ୍ଟିଂ କୁହାଯାଇଥାଏ। ଏଥିରେ ଗୋଟିଏ ସ୍ଥାନରୁ ସ୍କିନ୍ ବାହାର କରି ଇଞ୍ଜୁରି ହୋଇଥିବା ସ୍ଥାନରେ ଲଗାଯାଇଥାଏ । ପ୍ରଥମ ସର୍ଜରି ସଫଳ ହୋଇଛି ଏବଂ ଏବେ ହିଲିଂ ପ୍ରୋସେସ୍ ଚାଲିଛି। ଅକ୍ଟୋବର-ନଭେମ୍ବରରେ ଆଉ ଏକ ସର୍ଜରି ହେବ ଯାହାକୁ ରିକନଷ୍ଟ୍ରକ୍ଟେଡ ସର୍ଜରି କୁହାଯାଏ। ’

{"id":278278,"sizeSlug":"large"}

ସେ ଆଗକୁ କହିଛନ୍ତି‘ ଜଣେ ମନୁଷ୍ୟ ଏବଂ ଜଣେ କଳାକାର ଭାବେ ସମସ୍ତଙ୍କୁ ନିଜ ଚେହେରା ପ୍ରତି ପ୍ରେମ ଥାଏ। ତାଙ୍କର ପ୍ରାକୃତିକ ଚେହେରା ଖରାପ ହୋଇଯାଇଛି ଯାହାକୁ ନେଇ ସେ ଦୁଃଖିତ ଅଛନ୍ତି। ଏବେ ଏହା ଆଗ ଭଳି ହେବ ନାହିଁ। ସେ ଯେତେବେଳେ ତାଙ୍କ ସୋସିଆଲ ଆକାଉଣ୍ଟରେ ଏହା ବିଷୟରେ କହିଲେ ଲୋକେ ଏହାକୁ ବହୁତ ନେଗେଟିଭ ଭାବେ ନେଇଥିଲେ। ଲୋକେ କମେଣ୍ଟ କଲେ ​‌ଯେ ତାଙ୍କ ଚେହେରା ପୂରା ଖରାପ ହୋଇଯାଇଛି। ସାନା ଶେଷ ଥର ଧାରାବାହିକ ‘ବିଷ’ରେ ନଜର ଆସିଥିଲେ।

{"id":278279,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.