"ହାଇଦ୍ରାବାଦ ବିମାନ ବନ୍ଦରରେ ଆରମ୍ଭ ହେଲା ଦେଶର ପ୍ରଥମ ଫେସ ମ୍ୟାପିଂଗ ବ୍ୟବସ୍ଥା : ସୁରକ୍ଷା ଯାଞ୍ଚ ଝିନଝଟରୁ ମିଳିବ ମୁକ୍ତି

Published By : Prameya-News7 Bureau | September 16, 2018 IST

ହାଇଦ୍ରାବାଦ ୧୬/୯ : ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ଜନିତ ଯାଞ୍ଚକୁ ସରଳୀକରଣ କରିବା ପାଇଁ "ଫେସ ମ୍ୟାପିଂଗ" କ୍ୟାମେରା ସ୍ଥାପନ କରାଯାଇଛି | ଦେଶରେ ଏହା ପ୍ରଥମ ବୋଲି କୁହାଯିବା ସହ ୨୦୧୮ ମସିହା ଶେଷ ସୁଦ୍ଧା ଦେଶର ଅନ୍ୟାନ୍ୟ ସବୁ ବିମାନ ବନ୍ଦରରେ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଛି | ଫେସ ମ୍ୟାପିଂଗ କ୍ୟାମେରା ବ୍ୟବସ୍ଥା ଅନୁସାରେ ବିମାନବନ୍ଦରର ପ୍ରଥମ ପ୍ରବେଶ ଦ୍ୱାରରେ ଯାତ୍ରୀଙ୍କ ମୁହଁର ଫଟୋ ଅତ୍ୟାଧୁନିକ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ମାଧ୍ୟମରେ କରାଯିବ | ଏହାକୁ 'ୟୁନିକ ସିଗନେଚର' ବୋଲି କୁହାଯାଇପାରେ | କାରଣ ଏହା ପରେ ଯାତ୍ରୀଙ୍କୁ ଅନ୍ୟ ସବୁ ସୁରକ୍ଷା ଯାଞ୍ଚ ସ୍ଥାନରେ ବାରମ୍ବାର ବୋର୍ଡିଙ୍ଗ ପାସ ଦେଖାଇବାକୁ ପଡିବ ନାହିଁ | କେବଳ ସେତିକି ନୁହେଁ ପରବର୍ତ୍ତୀ ସମୟରେ ପୁଣି ଯାତ୍ରା ପାଇଁ ସେହି ଯାତ୍ରୀ ବିମାନବନ୍ଦରରେ ପହଁଚିଲେ ସୁରକ୍ଷା ଯାଞ୍ଚ ପାଇଁ ପରିଚୟ ପତ୍ର, ବୋର୍ଡିଙ୍ଗ ପାସ ଆଦି ଦେଖାଇବା ଦରକାର ପଡିବ ନାହିଁ | ଏହା ଦ୍ଵାରା ଯାତ୍ରୀଙ୍କର ସମୟ ବଂଚିବା ସହ ଅଯଥା ଝିନଝଟ ବି କମିଯିବ | ଇ-ବୋର୍ଡିଙ୍ଗ ବ୍ୟବସ୍ଥାକୁ ଆଉ ପାଦେ ଆଗକୁ ନେବା କ୍ଷେତ୍ରରେ ଫେସ ମ୍ୟାପିଂଗ ବ୍ୟବସ୍ଥାର ଏକ ବଡ ଯୋଗଦାନ ରହିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.