ସବୁ ଷ୍ଟେସନରେ ଲାଗିବ “ଫେସ୍ ଆଇଡେଣ୍ଟିଫିକେସନ ସିଷ୍ଟମ” , ଆଉ ଖସିପାରିବେନ ଅପରାଧୀ

Published By : Prameya-News7 Bureau | January 01, 2020 IST

ନୂଆଦିଲ୍ଲୀ ୦୧।୦୧: ରେଳ ଷ୍ଟେସନମାନଙ୍କରେ ଅପରାଧୀଙ୍କ ଚିହ୍ନଟ ଓ ଅପରାଧ ରୋକିବା ନେଇ ରେଳ ବିଭାଗର ନୂଆ ପଦକ୍ଷେପ । ଦେଶର ସମସ୍ତ  ରେଳଷ୍ଟେସନରେ ଲାଗିବ ଫେସ ଆଇଡେଣ୍ଟିଫିକେସନ ସିଷ୍ଟମ ବା ମୁହଁ ଚିହ୍ନଟ ମେସିନ ।

{"id":205391,"sizeSlug":"large"}

ଦେଶରେ ରେଷଷ୍ଟେସନମାନଙ୍କରେ ଅପରାଧମୂଳକା କାର୍ଯ୍ୟ ଦିନକୁ ଦିନ ବଢିଚାଲିଛି । ଏହି ଅପରାଧୀମୂଳକ କାର୍ଯ୍ୟକୁ ରୋକିବା ପାଇଁ ରେଳ ବିଭାଗ ଦେଶର ସମସ୍ତ ରେଳ ଷ୍ଟେସନରେ ଫେସ୍ ଆଇଡେଣ୍ଟିଫିକେସନ ସିଷ୍ଟମରେ ଲଗାଇବା ନିର୍ଦ୍ଦେଶ ଦେଇଛନ୍ତି । ଏହା ବୁଧବାର ଠାରୁ ସମସ୍ତ ଷ୍ଟେସନରେ କାର୍ଯ୍ୟକାରୀ ହେବ । ଫେସ୍ ଆଇଡେଣ୍ଟିଫିକେସନ ସିଷ୍ଟମ ଦ୍ବାରା ଅପରାଧୀଙ୍କ ଫଟୋ ମ୍ୟାପିଂ କରିବା ସହ ଦେଶର ସମସ୍ତ ରେଳ ଷ୍ଟେସନକୁ ପହଞ୍ଚାଇପାରିବ ।

{"id":205392,"width":578,"height":324,"sizeSlug":"large"}

ଦେଶରେ ଥିବା ୬୧୦୦ରେଷ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଯିବା ସହ  ୭୦୨୦ରେଳ ବଗିରେ ସିସିବିଭି କ୍ୟାମେରା ମଧ୍ୟ ଲଗାଯାଇ ସମସ୍ତ ସ୍ଥିତି ଉପରେ ନଜର ରଖାଯିବ ବୋଲି ରେଳ ବିଭାଗ ପକ୍ଷରୁ ଜଣାଇଦିଆଯାଇଛି । ଦେଶର ପ୍ରତି ରେଳ ଷ୍ଟେସନରେ ଅପରାଧକୁ ରୋକିବା ପାଇଁ ରେଳ ବିଭାଗ ସୂଚନା ଓ ପ୍ରଯୁକ୍ତିର ବ୍ୟବହାରକୁ ଗୁରୁତ୍ବ ଦେଇଆସୁଛି ରେଳ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.