Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଦଳିଯିବ ଫେସବୁକ, ଜାଣନ୍ତୁ କ’ଣ ମିଳିବ ନୂଆ ଫିଚର

1/05/2019 at 9:02 PM

ଇଣ୍ଟରେନଟ୍ ରେ ଲୋକପ୍ରୀୟ ସୋସାଲ ମିଡିଆ ଫେସବୁକ୍ ର ନୂଆ ଡିଜାଇନ ଉପସ୍ଥାପନ କରିଛନ୍ତି ସଂସ୍ଥାପକ ମାର୍କ ଜୁକରବର୍ଗ। ଫେସବୁକ୍ ଡେଭଲପର୍ସ କନଫରେନ୍ସ ଏଫ-୮ ଅବସରରେ ଜୁକରବର୍ଗ ସୋସାଲ ସାଇଟ୍ ର ଯେଉଁ ଡିଜାଇନ ଉପସ୍ଥାପନ କରିଛନ୍ତି  ସେଥିରେ ଅନେକ ନୂଆ ଫିଚର ସାଙ୍ଗକୁ ଆପ୍ ବି ରହିଛି । ନୂଆ ଡିଜାଇନରେ ଫେସବୁକ୍ ମେସେଜିଂ ଆପ୍, ଅନଲାଇନ ମାର୍କେଟିଂ ପ୍ଲେସ ଓ ଭିଡିଓ ଅନ ଡିମାଣ୍ଡକୁ ସୋକେସ କରାଯାଇଛି । ଏହା ଛଡା ବ୍ୟବସାୟ ପାଇଁ କମ୍ପାନୀ ସୋସାଲ ସର୍କଲ ସହିତ ଡେଟିଂ ୟୁଜରଙ୍କ ପାଇଁ ରଖିଛି ସିକ୍ରେଟ କ୍ରସ। ଫେସବୁକ୍ ଡେଟିଂ ୟୁଜରଙ୍କୁ ଆପଏଣ୍ଟମେଣ୍ଟ ବୁକିଂ ପାଇଁ ମଧ୍ୟ ଟୁଲ ପ୍ରଦାନ କରାଯିବ।

ଫେସବୁକ୍ ର ଦୁନିଆ ଯେପରି ବଢିବାରେ ଲାଗିଛି ଇଣ୍ଟିମେସିର ପରିଭାଷା ମଧ୍ୟ ବଦଳିବାକୁ ଲାଗିଛି। ସେହି ଅନୁସାରେ ଫେସବୁକ୍ କୁ ପ୍ରସ୍ତୁତ କରାଯିବା ଦରକାର ବୋଲି କହିଛନ୍ତି ଜୁକରବର୍ଗ । ଫେସବୁକ୍ କୁ ଅଧିକ ପ୍ରାଇଭେଟ ଓ ସୁରକ୍ଷିତ କରିବା ପାଇଁ ଗୁରୁତ୍ବ ଦିଆଯାଉଛି । ସେହିପରି ଏଫବି ମେସେଞ୍ଜର ଆପକୁ ଅଧିକ ଉନ୍ନତ କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଥିବା କହିଛନ୍ତି ଜୁକରବର୍ଗ। ଫେସବୁକ୍ ର ନୂଆ ଭର୍ସନ ଚଳିତବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ମୋବାଇଲରେ ଫେସବୁକ୍ ୟୁଜର୍ସଙ୍କ ବ୍ୟତୀତ ଡେସ୍କଟପ ଓ ମ୍ୟାକ୍ ୟୁଜର୍ସଙ୍କ ପାଇଁ ଏଫବିକୁ ଅଧିକ ଉନ୍ନତ କରାଯାଇଛି । ଏଥିପାଇଁ ମଧ୍ୟ ଉନ୍ନତ ମେସେଞ୍ଜର ହେଉଥିବା କହିଛନ୍ତି ଜୁକରବର୍ଗ। ଏହି ଫିଚରକୁ ହ୍ବାଟସଆପ ବିଜନେସ ପାଇଁ ପ୍ରଡକ୍ଟ କ୍ୟଟଲଗ ବୋଲି କୁହାଯାଉଛି। କେବଳ ଫେସବୁକ୍ ନୁହେଁ ଇଂଷ୍ଟାଗ୍ରାମରେ ମଧ୍ୟ ଏଫବି ଅନେକ ପରିବର୍ତ୍ତନ କରିଥିବା ଜଣାପଡିଛି ।

   Related Posts