ମନ୍ଦିରରୁ ଜୋତା ଚୋରି ହେବା କ’ଣ ସଙ୍କେତ ଦେଇଥାଏ ଜାଣନ୍ତୁ

Published By : Prameya-News7 Bureau | November 12, 2019 IST

ଅନେକ ଲୋକ ପ୍ରତିଦିନ କିମ୍ବା ସପ୍ତାହକୁ ଥରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଏବଂ ଆଶୀର୍ବାଦ ନେବା ପାଇଁ ମନ୍ଦିରକୁ ଯାଇଥାଆନ୍ତି। ମନ୍ଦିରରେ ଅନେକ ଥର ଆମେ ଭକ୍ତଙ୍କ ଜୋତା ଚୋରି ହୋଇଯିବାର ଘଟଣା ଦେଖିବାକୁ କିମ୍ବା ଶୁଣିବାକୁ ମିଳିଥାଏ। କେତେ ଥର ଆମେ ମଧ୍ୟ ଏହି ଦଶା ଭୋଗିଥାଉ।

କେବଳ ମନ୍ଦିରରେ ନୁହେଁ,ଅନ୍ୟାନ୍ୟ ଧାର୍ମିକ ସ୍ଥଳରେ ମଧ୍ୟ ଭକ୍ତଙ୍କ ସହ ଏପରି ହୋଇଥାଏ। ଅଧିକାଂଶ ମନ୍ଦିରରେ ଜୋତା,ଚପଲ ଦେଖାରଖା କରିବା ପାଇଁ ଖାସ୍ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଜୋତା କିମ୍ବା ଚପଲ ଚୋରି ହେବା ମଧ୍ୟ ଆମକୁ କିଛି ସଙ୍କେତ ଦେଇଥାଏ। ମନ୍ଦିରରୁ ଜୋତା ଚପଲ ଚୋରି ପଛରେ ପୁରାତନ ବିଶ୍ବାସ ଜଡ଼ିତ ରହିଛି। ଖାସ୍ କଥା ହେଉଛି ଏହା ଯେ ଆପଣ ଏଥିପାଇଁ ଖୁସି ହେବା ଉଚିତ୍।

ବିଶ୍ବାସ ରହିଛି ଯେ ଜୋତା କିମ୍ବା ଚପଲ ଚୋରି ହେବା ଶୁଭ। ଆପଣ ଜାଣି ଆଶ୍ଚର୍ଯ୍ୟ ହେଉଥିବେ,କିନ୍ତୁ ଏହା ସତ।

ଯଦି ଆପଣଙ୍କ ସହିତ ଏହି ଘଟଣା ଶନିବାର ଦିନ ହେଉଥାଏ ତେବେ ଏହା ଖୁବ୍ ଭଲ ହୋଇଥାଏ। ଏହା ଦ୍ବାରା ଶନି ଦୋଷରୁ ମୁକ୍ତି ମିଳିଥାଏ। ଯେଉଁ ବ୍ୟକ୍ତିମାନେ ଏହି କଥା ଜାଣନ୍ତି ସେମାନେ ନିଜ ଇଚ୍ଛାରେ ଦାନଭାବେ ମନ୍ଦିର ବାହାରେ ନିଜ ଜୋତା,ଚପଲ ଛାଡ଼ି ଯାଆନ୍ତି। ଏହା ଦ୍ବାରା ପୁଣ୍ୟ ବଢ଼ିଥାଏ। ଏହି ମାନ୍ୟତା କେବେ ଏବଂ କିପରି ହୋଇଥିଲା ଏହା ପଛରେ କୌଣସି ଖାସ୍ କାରଣ ନାହିଁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏହାର ଉତ୍ତର ରହିଛି। ତାହା ହେଉଛି ମନୁଷ୍ୟଙ୍କ ଗୋଡ଼ରେ ଶନିଙ୍କ ବାସ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କ୍ରୃର ଏବଂ କଠୋର ଗ୍ରହ ବୋଲି କୁହାଯାଇଥାଏ।

ଯେତେବେଳେ କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କର କୁପ୍ରଭାବ ପଡ଼ିଥାଏ ତେବେ ଏହି ଜାତକର ବ୍ୟକ୍ତିଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଥାଏ ଏବଂ ଏହା ବଦଳରେ ଶନି ନାମ ମାତ୍ର ଫଳ ଦେଇଥାଆନ୍ତି। ଶନିଙ୍କଠୁ ବିଳୁଥିବା ବିପରୀତ ପ୍ରଭାବ ବିଷୟରେ ଯଦି ଆପଣ ଜାଣିଛନ୍ତି ତେବେ ଆପଣ ଏହା ଜାଣିଥିବେ ଯେ ଯେଉଁ ଲୋକଙ୍କର ସାଢ଼େସାତୀ ଚାଲିଛି କିମ୍ବା ବ୍ୟକ୍ତିଙ୍କ ଜାତକରେ ଶନି ଶୁଭ ସ୍ଥାନରେ ନଥିଲେ ତାଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ବ୍ୟକ୍ତିଙ୍କ ଉପରେ ଶନିଙ୍କର କୁପ୍ରଭାବ ନଥିଲେ ମଧ୍ୟ ଶନି ଯେକୌଣସି ମାଧ୍ୟମରେ ଲୋକଙ୍କ ଉପରେ ପ୍ରଭାବ ବିସ୍ତାର କରିଥାଏ। ଏପରି ଏକ ମାଧ୍ୟମ ହେଉଛି ଆମ ଗୋଡ଼। ଜ୍ୟୋତିଷ ଶାସ୍ତ୍ରରେ ଏହା କୁହାଯାଇଛି ଯେ ମନୁଷ୍ୟଙ୍କ ସମସ୍ତ ଅଙ୍ଗ ଭିନ୍ନ ଭିନ୍ନ ଗ୍ରହ ସହ ପ୍ରଭାବିତ ହୋଇଥାଏ ଯେପରି ଶନିଙ୍କ ବାସ ଗୋଡ଼ରେ ଥାଏ।

ଗୋଡ଼ ସହ ତ୍ବଚା ସହ ଜଡ଼ିତ ଅଙ୍ଗ ମଧ୍ୟ ଶନିଙ୍କ ଦ୍ବାରା ପ୍ରଭାବିତ ହୋଇଥାଆନ୍ତି। ସେଥିପାଇଁ କୁହାଯାଇଥାଏ ଯେ ଗୋଡ଼ ଏବଂ ତ୍ବଚା ଉଭୟ ସହ ଜଡ଼ିତ ଦାନ ଦେବା ଦ୍ବାରା ଶନି ଦେବତା ପ୍ରସନ୍ନ ହୋଇଥାଆନ୍ତି। ଫଳରେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ଗୋଡ଼ ଏବଂ ତ୍ବଚା ସହ ଜଡ଼ିତ ରୋଗରୁ ମୁକ୍ତି ମିଳିଥାଏ।

ଶନିବାର ଦିନଟି ଶନି ଦେବତାଙ୍କୁ ସମର୍ପିତ କରାଯାଇଛି। ଯଦି କୌଣସି ଜାତକର ବ୍ୟକ୍ତି ଶନିଙ୍କ କୁପ୍ରଭାବ ଭଳି ସମସ୍ୟାରେ ରହିଛନ୍ତି ତେବେ ତାଙ୍କୁ ଜୋତା,ଚପଲ ଦାନ କରିବା ଉଚିତ୍। ଏହା କରିବା ଦ୍ବାରା ଆପଣଙ୍କୁ ଲାଭ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.