Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ପାକିସ୍ତାନ ବାୟୁସେନାର ଏଫ୍-୧୬ କାହିଁକି ପଛକୁ ହଟିଯାଇଥିଲା ; ଏହା ପଛରେ କଣ ଥିଲା ପାକିସ୍ତାନର ରଣନୀତି, ଜାଣନ୍ତୁ

28/02/2019 at 10:53 AM

ନୂଆଦିଲ୍ଲୀ ୨୮|୨: ପାକ୍ ଅଧିକୃତ କାଶ୍ମୀରରେ ଜୈସ୍-ଏ-ମହମ୍ମଦର ଠିକଣାରେ ଭାରତୀୟ ବାୟୁସେନାର ବମ୍ ଆଟାକ୍ କୁ ରୋକିବାକୁ ଆସିଥିବା ପାକିସ୍ତାନୀ ବାୟୁସେନାର ଆମେରିକା ନିର୍ମିତ ଏଫ୍-୧୬ ବିମାନ ଭାରତର ମିରାଜ ୨୦୦୦କୁ ଡରି ପଛକୁ ହଟିନଥିଲା । ବରଂ ପୃଥ୍ବୀ ଏବଂ ଅଗ୍ନୀ ମିଜାଇଲ କାରଣକୁ ପଛକୁ ହଟିଥିଲା । ଯଦି ଏଫ୍-୧୬ ପଛକୁ ହଟିନଥାନ୍ତା ତେବେ ଭାରତର ପୃଥ୍ବୀ ଏବଂ ଅଗ୍ନି-୧ ମିଜାଇଲ ପିଓକେ (ପାକ୍ ଅଧିକୃତ କାଶ୍ମୀର) ର ସେହି ଏୟାରପୋର୍ଟକୁ ଧ୍ବଂସ କରିଦେଇଥାନ୍ତେ ଯେଉଁଠାରୁ ଏଫ୍-୧୬ ଉଡାଣ ଭରିଥିଲା । ଏହା ବ୍ୟତୀତ ପାଠନକୋଟ୍ ଏବଂ କାଶ୍ମୀରର ଶ୍ରୀନଗର ଏୟାରପୋର୍ଟରେ ମିଗ୍ ୨୯ ଏବଂ ସୁଖୋଇ ୩୧ ଏମକେଆଇ ଲଢୁଆ ବିମାନ ଇଞ୍ଜିନ ଚାଲୁକରି ଉଡାଣ ଭରିବା ପାଇଁ ପ୍ରସ୍ତୁତ ରହିଥିଲେ । ସେମାନଙ୍କର ମୁକାବିଲା କରିବା ପାଇଁ ପାକିସ୍ତାନ ବାୟୁସେନା ପକ୍ଷରେ ସମ୍ଭବପର ନଥିଲା । ଫଳରେ ପାକିସ୍ତାନୀ ବିମାନ ଏଫ୍-୧୬ ପଛକୁ ହଟିଯାଇଥିଲା ।

ସୂତ୍ର ଅନୁସାରେ ଏହା କହିବା ଭୁଲ ହେବ ଯେ, ପାକିସ୍ତାନୀ ବାୟୁସେନାର ଏଫ୍-୧୬ ବିମାନ ଭାରତୀୟ ମିରାଜ ବିମାନ କାରଣରୁ ପଛକୁ ହଟିଯାଇଥିଲା । ବାୟୁସେନା ଯୁଦ୍ଧରେ ପାକିସ୍ତାନୀ ବିମାନଏଫ୍-୧୬ ଭାରତୀୟ ବିମାନ ମିରାଜ ଉପରେ ଭାରି ପଡିଥାଆନ୍ତା । କାରଣ ୮୦ଦଶକରେ ଆମେରିକା ପାକିସ୍ତାନକୁ ଭାରତୀୟ ବାୟୁସେନାରେ ସାମିଲ ମିରାଜ ୨୦୦୦ ସହ ମୁକାବିଲା ପାଇଁ ଏଫ-୧୬କୁ ଦେଇଥିଲା । ଏଫ୍-୧୬କୁ ଆମେରିକା ବାୟୁସେନା ଆଜି ମଧ୍ୟ ବ୍ୟବହାର କରୁଛି । ଏହି ବିମାନ ଏବେବି ମଜଭୁତ ରହିଛି । ଏହାର ମୁକାବିଲା ପାଇଁ ଭାରତ ଋଶ୍ ଠାରୁ ମିଗ୍-୨୯ ଏବଂ ସୁଖୋଇ ୩୧ ଏମକେଆଇ କ୍ରୟ କରିଥିଲା । ଏହି ଋଶ ବିମାନ ସହ ଲଢିବା ପାଇଁ ପାକିସ୍ତାନ ବାୟୁସେନା କେବେଠାରୁ ଆମେରିକାଠାରୁ ଏଫ୍-୧୮ ମାଗୁଛି । ମାତ୍ର ଆମେରିକା ପାକିସ୍ତାନକୁ ତାହା ଦେଇନାହିଁ ।

ସୂତ୍ର ଅନୁସାରେ ଯେତେବେଳେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ପାକିସ୍ତାନ ବାୟୁସୀମାରେ ପସିଥିଲା ସେତେବେଳେ ପାକିସ୍ତାନ ବାୟୁସେନା ତାଙ୍କୁ ତଡିବା ପାଇଁ ଏଫ୍-୧୬ ପଠାଇଥିଲେ ।  ବିମାନର ମୁକାବିଲା କରିବା ପୂର୍ବରୁ ହିଁ ପାକିସ୍ତାନ ବାୟୁସେନା ତାହାକୁ ଆମେରିକୀୟ ଆଓିବାକ୍ସ ଦ୍ବାରା ପଠାନକୋଟ୍ ଏବଂ ଶ୍ରୀନଗର ଏୟାରପୋର୍ଟରେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ଥିବା ମିଗ୍ ୨୯ ଏବଂ ସୁଖୋଇ ୩୧ ଏମକେଆଇ ସୂଚନା ପାଇସାରିଥିଲା । ଏହି ଦୁଇ ବିମାନ ଏଫ୍-୧୬କୁ ଗୋଟିଏ ମିନିଟ୍ ରେ ଶେଷ କରିଦେଇଥାନ୍ତେ । ଅଓ୍ବାକ୍ସ ହିଁ ପାକିସ୍ତାନୀ ବାୟୁସେନାକୁ ଏହି ଖବର ଦେଇଥିଲା । ଅଓ୍ବାକ୍ସ କହିଥିଲା ଯଦି ଏଫ୍-୧୬ ଉଡାଣ ଭରିବ ତେବେ ଭାରତୀୟ ବାୟୁସେନାର ଅଗ୍ନି ଓ ପୃଥ୍ବୀ ସେହି ଏୟାରପୋର୍ଟକୁ ଉଡାଇଦେବେ ଯେଉଁଠାରୁ ସେ ଉଡାଣ ଭରିଥିବ ।

ପୃଥ୍ବୀ ମୁଜାଫରାବାଦ ଏୟାରପୋର୍ଟ ଏବଂ ଅଗ୍ନି ପାକ୍ ଅଧିକୃତ କାଶ୍ମୀର ସହ ଲାଗି ଥିବା ପାକିସ୍ତାନର ସେହି ୪ଟି ଏୟାରପୋର୍ଟକୁ ଧ୍ବଂସ କରିଦେବ ଯାହାର ବ୍ୟବହାର ପାକିସ୍ତାନ ବାୟୁସେନା କାସ୍ମୀର ସୀମା ସହ ପଞ୍ଜାବ ସୀମାର ରକ୍ଷା କରିବା ପାଇଁ ବ୍ୟବହାର କରିଥାଏ । କାରମ ପାକିସ୍ତାନ ନିକଟରେ ଏଫ୍-୧୬ ଅଧିକ ରହିନାହିଁ । ଏଥିପାଇଁ ପାକିସ୍ତାନ ବାୟୁସେନା ତାର ବିମାନକୁ ପଛକୁ ହଟାଇ ନେଇଥିଲେ ।

ଆମେରିକା ସହ ମିଳୁଥିବା ଅଓ୍ବାକ୍ସ ବାୟୁସୀମାରେ ହେବାକୁ ଥିବା ହମଲା ସଂପର୍କରେ ଚେତାବନୀ ଦେଉତିବା ଏଭଳି ସିଷ୍ଟମ, ଯାହା ୪୦୦କିଲୋମିଟର ପରିସୀମାରେ ଏହା ସୂଚନା ପାଇପାରେ ଯେ କେଉଁ ବିମାନ ଏବଂ ମିଜାଇଲ ବାୟୁସୀମାରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ।

   Related Posts