Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବାଲିଆ ବ୍ଲକ୍‌ରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ, ବରିଷ୍ଠ ନାଗରିକ ମାନଙ୍କର କରାଗଲା ଦୃଷ୍ଟି ଶକ୍ତି ପରୀକ୍ଷା

25/07/2021 at 6:02 PM

ବାଲିପାଟଣା, ୨୫/୦୭: ବାଲିଅ। ବ୍ଲକ ପ୍ରତାପରୁଦ୍ରପୁର ଗ୍ରାମ ପଂଚୟତ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରର ଅଭିଜ୍ଞ ଡାକ୍ତରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉନ୍ନତ ମାନର ଯନ୍ତ୍ରପାତିରେ ସ୍ଥାନୀୟ ବରିଷ୍ଠ ନାଗରିକ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ ।

କରୋନା ମହାମାରୀ ସମୟରେ ଅନେକ ବରିଷ୍ଠ ନାଗରିକ ଚିକିତ୍ସା ଅବହେଳାର ଶିକାର ହେଉଛନ୍ତି । ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ ଚକ୍ଷୁ ଚିକିତ୍ସା ସେବା ଯୋଗଇବା ଉଦ୍ୟେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ମୋଟ ୬୭ ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ । ଏଥିମଧ୍ୟରୁ ୨୨ ଜଣଙ୍କର ବିନା ମୂଲ୍ୟରେ ଚକ୍ଷୁର ଅପରେସନ୍‌ କରାଯିବ । 

ଚକ୍ଷୁ ଚିକିତ୍ସା ଶିବିର ସହ ସ୍ଥାନୀୟ ଜୟଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଇଥିଲେ ସ୍ୱେଚ୍ଛାସେବୀ । କାର୍ଯ୍ୟକ୍ରମକୁ ପ୍ରତାପରୁଦ୍ରପୁର ଗ୍ରାମ ପଂଚାୟତ ଏବଂ ସ୍ୱେଚ୍ଛାସେବୀ ଜିତେନ୍ଦ୍ର ନନ୍ଦ ଆୟୋଜନ କରିଥିଲେ ।

   Related Posts