Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଲଦାଖରେ ଚୀନର ଧୋକାବାଜରୁ ମିଳିଲା ଶିକ୍ଷା, ତିନି ସେନାକୁ ବିଶେଷ ଅଧିକାର ଦେଲା ଭାରତ

15/07/2020 at 8:11 PM

ନୂଆଦିଲ୍ଲୀ ୧୫।୦୭: ଭାରତ ଓ ଚୀନ ମଧ୍ୟରେ ମେ ମାସରୁ ଜୁଲାଇ ମାସ ଆରମ୍ଭ ପର୍ଯ୍ୟନ୍ତ ଚରମରେ ପହଞ୍ଚିଥିବା ବିବାଦ ହ୍ରାସ ଘଟିଥିଲେ ମଧ୍ୟ ଚୀନ ପ୍ରତି ଅବିଶ୍ଵାସ ଭାବନା ତିଳେ ମାତ୍ର କମିନାହିଁ। ଏହାର ଝଲକ ସରକାର ଓ ସେନାଙ୍କ ନିକଟରେ ନେଇଥିବା ନୀତିଗତ ନିଷ୍ପତ୍ତିରୁ ଦେଖିବାକୁ ମିଳିଛି। ବୁଧବାର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି) ସଶସ୍ତ୍ର ବଳକୁ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର କ୍ରୟ ପାଇଁ ବିଶେଷ ଅଧିକାର ପ୍ରଦାନ କରିଛି। ଏଥିରେ କେବଳ ପରିଚାଳନା ଆବଶ୍ୟକତାକୁ ପୂରଣ କରାଯିବ ତା ନୁହେଁ ବରଂ ଯୁଦ୍ଧାସ୍ତ୍ର ଉପକରଣ କ୍ରୟରେ ଲାଗୁଥିବା ସମୟସୀମା ମଧ୍ୟ ହ୍ରାସ ହେବ। ମନ୍ତ୍ରଣାଳୟ କହିଛି ଏବେ ମହତ୍ଵପୂର୍ଣ୍ଣ ଅସ୍ତ୍ର ଶସ୍ତ୍ର ଯୋଗାଣ ଏକ ବର୍ଷ ଭିତରେ ସୁନିଶ୍ଚିତ ହୋଇପାରିବ।

ଅଧିକାରୀଙ୍କ ଅନୁଯାୟୀ କ୍ରୟ ସମ୍ବନ୍ଧିତ ସାମଗ୍ରୀ ସଂଖ୍ୟାରେ କୌଣସି ସୀମା ନାହିଁ କିନ୍ତୁ ଜରୁରୀକାଳୀନ ଆବଶ୍ୟକତା ଆଧାରରେ କ୍ରୟ ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବା ଉଚିତ୍ ନୁହେଁ। ଏହି ନିର୍ଣ୍ଣୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ଵାଧୀନ ପ୍ରତିରକ୍ଷା କ୍ରୟ ପରିଷଦ(ଡିଏସି)ର ବୈଠକରେ ନିଆଯାଇଛି।

ଏହି ନିର୍ଣ୍ଣୟ ପରେ କ୍ରିୟ ସମ୍ବନ୍ଧିତ ସମସସୀମା ହ୍ରାସ ଘଟିବ ଅର୍ଥାତ ଅଳ୍ପ ସମୟରେ ସେନାଙ୍କୁ ଯୁଦ୍ଧାସ୍ତ୍ର ମିଳି ପାରିବ। ଏହା ସହିତ ଅସ୍ତ୍ର ଶସ୍ତ୍ର କ୍ରୟ ପାଇଁ ଛଅ ମାସ ଭିତରେ ଅର୍ଡର ଦେବା ତଥା ଗୋଟିଏ ବର୍ଷ ଭିତରେ ସମ୍ବନ୍ଧିତ ବସ୍ତୁର ଉପଲବ୍ଧତା ସୁନିଶ୍ଚିତ ହୋଇ ପାରିବ। ମନ୍ତ୍ରଣାଳୟ ଅନୁଯାୟୀ ଉତ୍ତର ସୀମାର ସାଂପ୍ରତିକ ସୁରକ୍ଷା ସ୍ଥିତି ତଥା ଦେଶର ସୀମାର ରକ୍ଷା ପାଇଁ ସଶସ୍ତ୍ର ବଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଏସିର ଏହି ବିଶେଷ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବ ଲଦାଖରେ ଚୀନ ସହିତ ଗତିରୋଧ ମଧ୍ୟରେ ସେନାର ତିନି ଅଙ୍ଗ ଗତ କିଛି ସପ୍ତାହରେ ଅନେକ ପ୍ରକାରର ସୈନ୍ୟ ଉପକରଣ, ଅସ୍ତ୍ର ଶସ୍ତ୍ର ଓ ସୈନ୍ୟ ପ୍ରଣାଳୀ କ୍ରୟ କରିବା ଆରମ୍ଭ କରି ଦେଇଛି।

   Related Posts